ରାତିରେ ଭୟଙ୍କର ସ୍ଵପ୍ନ ଯୋଗୁଁ ଶୋଇ ପାରୁନାହାନ୍ତି କି ? ଶୋଇବା ପୂର୍ବରୁ ଭୁଲରେ ବି କରନ୍ତୁ ନାହିଁ ଏହି 2 କାମ, Astrologer Pragyan Tripathy

ବ୍ଯସ୍ତବହୁଳ ଜୀବନରେ କ୍ଳାନ୍ତ ହୋଇପଡିଲେ ଆମେ ରାତିରେ ଭଲରେ ବିଶ୍ରାମ କରିବାକୁ ପସନ୍ଦ କରିଥାଉ । କିନ୍ତୁ ଲୋକଙ୍କ ନିଦରେ ବାଧା ସୃଷ୍ଟି ହେବା ଯୋଗୁଁ ସେମାନେ ଭଲଭାବେ ଶୋଇ ପାରି ନଥାନ୍ତି । ଦୁଃସ୍ଵପ୍ନ ଏବଂ ପତଳା ନିଦ ଯୋଗୁଁ ଅନେକଙ୍କ ନିଦ ବାଧାପ୍ରାପ୍ତ ହୁଏ । ତେବେ ଏମିତି କାହିଁକି ହୁଏ ଓ ଏଥିପାଇଁ କଣ ପ୍ରତିକାର ରହିଛି ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଜ୍ଯୋତିଷ ଅନୁଯାୟୀ ନିଦ୍ରା ଯିବା ହେଉଛି 12 ନମ୍ବର ଘର ।

ଏହି ଘରୁ ହିଁ ବ୍ୟକ୍ତିଙ୍କ ନିଦ କେତେ ଗାଢ ବା ପତଳା ଏବଂ ସେ କେତେ ଶୋଇଥାନ୍ତି ତାହା ଜଣା ପଡିଥାଏ । କିଛି ଲୋକଙ୍କ ନିଦ ଏତେ ପତଳା ଯେ ସାମାନ୍ଯ ଟିକେ ଶବ୍ଦରେ ଉଠିଯାନ୍ତି ଓ କିଛି ଲୋକଙ୍କ ନିଦ ଏତେ ଗାଢ ଯେ ଗର୍ଜନ କରି ଡାକିଲେ ବି ସେ ଉଠନ୍ତି ନାହିଁ । କିଏ ଆଖି ବୁଜିଲେ ରାତି ପାହିଯାଏ ତ ଆଉ କାହାର ରାତିରେ ଅନେକ ଥର ନିଦ ଭାଙ୍ଗିଥାଏ ।

କେହି ଟିକେ ଟିକେ କଥାରେ ରାତିସାରା ଶୋଇ ପାରନ୍ତି ନାହିଁ ଓ ଆଉ କେହି ଯେତେ ସମସ୍ଯା ଥିଲେ ବି ରାତିରେ ଭଲରେ ଶୋଇଥାନ୍ତି । ତେବେ ଆମ ଜାତକର 12 ନମ୍ବର ଘର ସହ 11 ନମ୍ବର ସହ ଆମ୍ବେ କେମିତି ଶୋଇଥାନ୍ତି ଓ ଆମ ନିଦ୍ରା କେମିତି ହୋଇଥାଏ ତାହା ଜଣାପଡିବ । ରାତିରେ ଶୋଇବା ବେଳେ ଭୂତପ୍ରେତ, ଦୁର୍ଘଟଣା ଆଦିର ସ୍ଵପ୍ନ ଆସିଲେ ଡର ଲାଗିଥାଏ ।

ତେବେ ଜାଣି ରଖନ୍ତୁ ଯେ, ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷି ଶୋଇବା ନିହାତି ଆବଶ୍ୟକ ହୋଇଥାଏ । ଆମେ ଖାଉଥିବା ଖାଦ୍ଯ କଣିକା ଆମ ଦାନ୍ତରେ ଲାଗି ରୁହେ । ପାଟି ଅଇଁଠା ରହିବା ଦ୍ଵାରା ନକରାତ୍ମକତା ଆମ ପାଖକୁ ଆସିଯାଏ । ତେଣୁ ବ୍ରଶ ନକରି ଶୋଇବା ଦ୍ଵାରା ଅନେକ ଦୁଃସ୍ଵପ୍ନ ଆମ ମଧ୍ୟକୁ ଆସିଯାଏ ।

ତେଣୁ ରାତିରେ ଆପଣ ଯଦି ବ୍ରଶ କରି ଶୋଇବେ ତେବେ ବହୁତ ଭଲ ନିଦ ହେବ ଓ ଶରୀର ଠିକ ରହିବ । ନିମ୍ବ କାଠିରେ ବ୍ରଶ କଲେ ଆହୁରି ଅଧିକ ଲାଭବାନ ହେବେ । ଅନ୍ୟ ଏକ ବିଷୟ ହେଉଛି କେବେବି ଓଦା ବସ୍ତ୍ର ବା ଓଦା ଶରୀରରେ ଖଟରେ ଶୁଅନ୍ତୁ ନାହିଁ । ଓଦା ଜିନିଷଟି ଆପଣଙ୍କ ନକରାତ୍ମକତାକୁ ବହୁତ ବଢେଇ ଦିଏ ।

ଏହା ମନ୍ଦ ଆତ୍ମା ମାନଙ୍କୁ ଆକର୍ଷିତ କରିଥାଏ । ଦୁଃସ୍ଵପ୍ନ ଆସୁଥିବା ଲୋକ ଜାଣିଥିବେ ରାତିରେ ଡରରେ ଶୋଇବା କେତେ କଷ୍ଟ ହୋଇଥାଏ । ଦାନ୍ତରେ ଲାଗିଥିବା ମଇଳା ଓ ଶରୀରର ଓଦା ଅଂଶ ଯୋଗୁଁ ଅନେକଙ୍କୁ ରାତିରେ ଭଲ ନିଦ ହୁଏନାହିଁ ଓ ଖରାପ ସ୍ଵପ୍ନ ମଧ୍ୟ ଆସିଥାଏ ।

ତେଣୁ ଏହି ଦୁଇଟି ବିଷୟ ପ୍ରତି ଧ୍ୟାନ ଦେଲେ ଦେଖିବେ ନିହାତି ଭାବେ ଆପଣ ରାତିରେ ସୁଖନିଦ୍ରା ପ୍ରାପ୍ତ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।