“ରାତିରେ ସବୁ ଶୋଇପଡିବା ପରେ ଭାଇ ମୋ ପାଖକୁ ଆସି ମୁଁ ମନାକରିବା ପରେ ବି ଖରାପ…”, ଥରେ ଶୁଣନ୍ତୁ ମହିଳା କହିଲେ ଅଙ୍ଗେ ନିଭାଇଥିବା ଘଟଣା !

ଚାକିରି ଦେବାକୁ କହି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି ଜଣେ ଯୁବକ । ଭୁବନେଶ୍ବରରୁ ବ୍ରହ୍ମପୁର ନେଇ ଦୁଇଦିନ ଧରି ତାଙ୍କ ସହ ଦୁଷ୍କର୍ମ କରିବା ପରେ କୌଣସିମତେ ଦୁଷ୍କର୍ମକାରୀଙ୍କ କବଳରୁ ମହିଳା ଜଣକ ଖସି ଆସିଛନ୍ତି । ଆଉ ଏବେ ଆସି ଭୁବନେଶ୍ବର ସହୀଦ ନଗର ଥାନରା ଦ୍ଵାରସ୍ଥ ହୋଇଛନ୍ତି । ମହିଳାଜଣକ ଭିଏସଏସ ନଗରରେ ଏକ ସ୍ଥାନରେ ଚାକିରି କରୁଥିବା ବେଳେ ଭଲ ଚାକିରି ଦେବାକୁ ଭୁଲାଇ ମହିଳାଙ୍କୁ ବ୍ରହ୍ମପୁର ନେଇଥିଲେ ଯୁବକ । ଆଉ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି ।

ମହିଳାଙ୍କ ନାମ ହେଉଛି ବିନି ବେହେରା ଓ ସେ ରୋଷେୟା ଭାବେ ପ୍ରଧାନ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ଉକ୍ତ ଯୁବକଙ୍କର ତାଙ୍କ ସହ ଭାଇ ଭଳି ସମ୍ପର୍କ ଥିଲା । ସେ ତାଙ୍କ ସ୍ଵାମୀ ସହ ମଧ୍ୟ ମିଶନ୍ତି ଓ ଘରକୁ ମଧ୍ୟ ଯିବାଆସିବା କରନ୍ତି । ଗତ ୪ ତାରିଖ ଦିନ ଦଶହରା ଛୁଟି ଥିବାରୁ ଯୁବକଜଣକ ତାଙ୍କୁ ନିଜ ଗାଁକୁ ଯିବାକୁ କହିଥିଲେ । ସେଠାରେ ତାଙ୍କ ପାଇଁ ଭଲ ଚାକିରି ବୁଝି ଦେଇଥିବା କଥା ମଧ୍ୟ କହିଥିଲେ ।

ଦୀପୁ ଦଳେଇ ନାମକ ସେହି ଯୁବକ ମଧ୍ୟ ପ୍ରଧାନ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ତେବେ ତାଙ୍କ ଉପରେ ବିଶ୍ବାସ କରି ବିନି ନିଜ ପିଲାଙ୍କୁ ଧରି ଟ୍ରେନରେ ତାଙ୍କ୍ଷ ଆହା ବ୍ରହ୍ମପୁର ଯାଇଥିଲେ । ଦୀପୁ ସେଠାରୁ ବିନିଙ୍କୁ ନେଇ ତାଙ୍କ ସାଙ୍ଗ ଘରେ ରଖିଥିଲେ ଓ ଖାଇବା ପିଇବାକୁ ମଧ୍ୟ ଦେଇଥିଲେ । ହେଲେ ରାତି ସମୟରେ ସମସ୍ତେ ଶୋଇଥିବା ବେଳେ ତାଙ୍କୁ ଆଉ ଏକ ରୁମ୍ କୁ କଥା ହେବା ପାଇଁ ଡ଼ାକିଥିଲେ ।

ହେଲେ ସେଠାରେ ତାଙ୍କ ସହ ଦୁର୍ବ୍ୟବହାର ଆରମ୍ଭ କରି ଦେଇଥିଲେ । ମହିଳାଜଣକ ମନାକରିବା ସତ୍ତ୍ୱେ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ଦୀପୁ । ଏମିତି ଦୁଇଦିନ ହେବ ଘର ତାଲା ପକାଇ ତାଙ୍କୁ ରଖିଥିଲେ । ମହିଳା କାମ କଥା ପଚାରିବାରୁ ସେ କହିଥିଲେ କୁ, ମୁଁ ତୁମକୁ ବିବାହ କରିବି ବୋଲି ଭୁବନେଶ୍ବରରୁ ଆଣିଛି । ଏମିତିକି ମଦ ପିଇ ତାଙ୍କ ଛୁଆକୁ ମାରିଦେବା କଥା ମଧ୍ୟ କହିଥିଲେ ଦୀପୁ ।

ଏସବୁ ଶୁଣି ମହିଳା ଖୁବ ଡରି ଯାଇଥିଲେ । ପଡୋଶୀଙ୍କୁ ସବୁ କଥା କହି କବାଟ ଖୋଲିବା ପରେ ଟ୍ରେନ ଯୋଗେ ଭୁବନେଶ୍ବର ପଳାଇ ଆସିଥିଲେ । ଆଉ ଏବେ ଉକ୍ତ ଯୁବକଙ୍କ ନାଁରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।