କାଲି ରାତିରେ ଭୂତ ଦେଖି ରାଜଧାନୀରେ ସବୁ ଛାନିଆ, ଭୂତଙ୍କ ସଭାପତିଙ୍କୁ ବାନ୍ଧିବା ପରେ 40 ଲକ୍ଷ ଭୂତ ସତରେ ଆସିଲେ କି !

କାଲି ରାତିରେ କେହି ପୋଲିସ ନିଦରେ ଶୋଇ ନାହାନ୍ତି । କାରଣ ଭୂତ ମାନଙ୍କର ସଭାପତି କହିଥିଲେ କି, 40 ଲକ୍ଷ ଭୂତ ଆସିବେ ଆଉ ଥାନାର ପାଚେରି ଭାଙ୍ଗି ତାଙ୍କୁ ନେଇ ଚାଲିଯିବେ । ଭୂତ ମାନଙ୍କ ସଭାପତିର କରାମତି ସାରା ଦୁନିଆ ଦେଖିବ । ନିଇତି 40 ଲକ୍ଷ ଭୂତଙ୍କୁ ଉଠ୍ ବସ୍ କରାଉଥିବା ସଭାପତି ଏବେ ଜେଲ ଭିତରେ ଚକି ପେଷୁଛି । ବିପିନ ବାବା ଜେଲ ଭିତରେ ଥାଇ ସମସ୍ତଙ୍କୁ ଚେତାବନୀ ଦେଇ କହିଥିଲା, ମୋତେ ବାନ୍ଧିଛ ଏବେ ଭୂତଙ୍କ ଦାଉକୁ ସମ୍ଭାଳିବ ।

ସବୁ ଜିଲ୍ଲାରୁ 40 ଲକ୍ଷ ଭୂତ ଆସି ଯେତେବେଳେ ରାଜ୍ୟ ରାଜଧାନୀରେ ଏକାଠି ହେବେ ସେତେବେଳେ ଆଉ କେହି ସମ୍ଭାଳି ପାରିବନି । ଆଜ୍ଞା ହଁ, ଅଜବ ଲାଗୁଥିଲେ ବି ଏମିତି କିଛି ଦମ୍ଭର ସହ କହି ଧମକାଇଥିଲେ ବାବା ବିପିନ । ଆଉ ସେଥିପାଇଁ କୁଆଡେ କାଲି ରାତିରେ ସତରେ କୌଣସି ପୋଲିସ ଅଧିକାରୀ ଶୋଇ ନାହାନ୍ତି । ବିକିଟାଳ ଶବ୍ଦରେ କୁଆଡେ ଜେଲ ଏକଦମ ଥରି ଉଠିଥାନ୍ତା ଆଉ ଭୂତଙ୍କ ରାବରେ ଜେଲରେ ଥିବା କର୍ମଚାରୀ ଓ କଏଦୀ ସମସ୍ତେ କୁଆଡେ ଥରି ଉଠିଥାନ୍ତେ ।

ଏମିତିକି ପାଚେରି ଭାଙ୍ଗି ଦେଇଥାନ୍ତେ ଭୂତମାନେ । ଆଉ ତାଙ୍କ ସଭାପତିଙ୍କୁ ସେଠାରୁ କୁଆଡେ ନେଇ ଯାଇଥାନ୍ତେ । ଗତ ଦୁଇଦିନ ଧରି ଯୁଆଡେ ଦେଖିବ ସିଆଡେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ଯିଏ ଯେଉଁଠି ବସିଲା ସେଇଠି ବିପିନ ବାବା ବିଷୟରେ କଥା ହେଉଛନ୍ତି ।

ଆଉ ଆଜି ସକାଳୁ ସମସ୍ତେ କଥା ହେଉଛନ୍ତି କି, ବିପିନ ବାବା ଯାହା କହୁଥିଲା ରାତିରେ ସେମିତି କିଛି ହୋଇଯାଇଛି କି ! ଭୂତମାନେ ଆସି ରାଜଧାନୀକୁ ଅନ୍ଧାର କରି 45 ମିନିଟ ଭିତରେ ଖେଳ ଖତମ୍ କରି ଦେଇଛନ୍ତି କି ! ଏନେଇ ପେପରରେ କିଛି ବାହାରିଛି କି ନାହିଁ ସେନେଇ ଖୋଜି ହେଉଛନ୍ତି ଲୋକେ । ସବୁ ଚାହାଖଟି ଦୋକାନ ବଜାରରେ ଖାଲି ଏଇ ଗୋଟିଏ କଥା ଚର୍ଚ୍ଚା ହେଉଛି । ସବୁ ଖଟିରେ ଭୂତଙ୍କ ସଭାପତି ବିପିନ ବାବା ଆଉ 40 ଲକ୍ଷ ଭୂତଙ୍କୁ ନେଇ ଚର୍ଚ୍ଚା ହେଉଛି ।

ବାବା ଜେଲରେ ଅଛନ୍ତି ତେଣୁ ଭୂତଙ୍କ ଅବସ୍ଥା କଣ ହେଉଥିବ ଲୋକେ ତାହା ବି ଚର୍ଚ୍ଚା କରୁଛନ୍ତି । ଗିରଫ ବିପିନ ବାବାର ମଜାଳିଆ କଥାକୁ ନେଇ ଲୋକେ ହସି ହସି ଗଡୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।