ରାଷ୍ଟ୍ରପତିଙ୍କ ଜୀବନକୁ ବିପଦ ଥିଲା କି ? କାହା ଭୁଲ ଯୋଗୁଁ ଏତେ ବଡ କାର୍ଯ୍ୟକ୍ରମରେ କଟିଲା ଲାଇନ ?

ରାଷ୍ଟ୍ରପତି ଅଭିଭାଷଣ ଦେଲା ବେଳେ ଘଟିଲା ଲଜ୍ଯାକର ଘଟଣା । ଲାଇନ କଟି ଯିବାରୁ ପୁରା 9 ମିନିଟ ଯାଏଁ ଅନ୍ଧାରରେ ରହିଲେ ରାଷ୍ଟ୍ରପତି । ତିନି ସେନାର ମୁଖ୍ୟ ତଥା ଦେଶର ପ୍ରଥମ ନାଗରିକଙ୍କ ସଭାରେ ଏତେ ବଡ ବିଭ୍ରାଟ କେମିତି ହେଲା ? ଏତେ ବଡ କାର୍ଯ୍ୟକ୍ରମରେ ଦାୟିତ୍ଵହୀନ ବ୍ୟବସ୍ଥା କାହିଁକି ? ଏଥିପାଇଁ କିଏ ଦାୟୀ ? ରାଷ୍ଟ୍ରପତିଙ୍କ ଜୀବନ ପ୍ରତି ଥିଲା କି ବିପଦ ? ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି ଚଳାଇଯିବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।

ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ହୋଇ ନଥିବାରୁ ମହାମହିମ ରାଷ୍ଟ୍ରପତି ଅନ୍ଧାରରେ ଅଭିଭାଷଣ ରଖିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଏଭଳି ଭୟଙ୍କର ସମସ୍ଯା ଦେଖିବାକୁ ମିଳିଥିଲା । ମଞ୍ଚରେ ରାଷ୍ଟ୍ରପତିଙ୍କ ସମେତ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଓ ବିଶ୍ଵବିଦ୍ୟାଳୟର କୁଳପତି । ମିଳିଥିବା ସୂଚନା ଅନୁସାରେ ଦିନ 11:56 ମିନିଟରୁ 12:05 ମିନିଟ ପର୍ଯ୍ୟନ୍ତ ବିଜୁଳି କଟି ଯାଇଥିଲା ।

ତଥାପି ଅନ୍ଧାରରେ ହସ ହସ ମୁହଁରେ ଅଭିଭାଷଣ ଦେଇଥିଲେ ରାଷ୍ଟ୍ରପତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏଭଳି ଭୟଙ୍କର ଭୁଲକୁ ସ୍ଵୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛି । ବିଶ୍ଵବିଦ୍ୟାଳୟ ପରିସରରେ ଏଭଳି ଘଟଣା ପରେ ଏନେଇ କୁଳପତି ସନ୍ତୋଷ ତ୍ରିପାଠୀ ମଧ୍ୟ ମୁହଁ ଖୋଲିଛନ୍ତି । ସେ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ତ୍ରୁଟି ପାଇଁ ନିଜେ ନିଜକୁ ଦାୟୀ କରୁଛି ବୋଲି କହିଛନ୍ତି । ଇଡକୋ ବିଲଡିଙ୍ଗ ତିଆରି କରିବା ସହ ଜେନେରେଟର ମଧ୍ୟ ସଜାଡିଥିଲା ।

ଡେଡିକେଟେଡ ଜେନେରେଟର ଥିଲା ତଥାପି ସେଇଟା କାମ ଦେଲାନି । ଏଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡିଲା ବୋଲି ସେ କହିଛନ୍ତି । ଏନେଇ ତଦନ୍ତ କରାଯାଉ ଯଦି ଦରକାର ପଡେ ତେବେ ମୁଁ ଇସ୍ତଫା ଦେଇଦେବି ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ବିଦ୍ୟୁତ ବିତରଣ କମ୍ପାନୀ କହିଛି, ଆମର କିଛି ଦୋଷ ନାହିଁ । ଏସି ମାଇକ ସବୁ ଚାଲିଥିଲା ହେଲେ ଲାଇଟ କଟି ଯାଇଥିଲା । ଇଣ୍ଟରନାଲ କୋୟାରିଂରେ ସମସ୍ଯା ଥିଲା ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସବୁ ବିଭାଗ ଅବଗତ ଥିଲେ ଏବଂ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ତାଙ୍କ ଗସ୍ତକୁ ତ୍ୱରାନ୍ୱିତ କରିଥିଲେ । ଏହା ପରେ ବି ଏଭଳି ଭୁଲ ପାଇଁ ଦେଶରେ ନିନ୍ଦିତ ହୋଇଛି ରାଜ୍ୟ । ଏହି ଘଟଣାକୁ ନେଇ ଆରଟିସି ଉଚ୍ଚସ୍ତରୀୟ ବୈଠକ ଡ଼ାକିଥିବା ବେଳେ ପ୍ରଥମ ଦଫାରେ ବିଶ୍ଵବିଦ୍ୟାଳୟ ଜଣେ ବିଜୁଳି ବିଭାଗର ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।