ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଆସବ ଗ୍ରହଣ କରିବା ପରେ ଦ୍ଵିତୀୟ ଥର ଓଡିଶା ଗସ୍ତରେ ଆସିଥିଲେ । ଏଥର ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀ ଭାବେ ଦିନେ ପାଠ ପଢିଥିଲେ ଦ୍ରୌପଦୀ ମୁର୍ମୁ । ଆଉ ଗତକାଲି ସେହି କଲେଜର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସନ ଅଳଙ୍କୃତ କରିଥିଲେ । ଏହି ଅବସରରେ ସେ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।
ଏହାପରେ ଶ୍ରୀମତୀ ମୁର୍ମୁ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ମଧ୍ୟ ଯାଇଥିଲେ । ତେବେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାକ୍ଷାତକାରରେ ନିଜ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣକୁ ବେଶ ପ୍ରଶଂସା କରିଛନ୍ତି ସୁର ଭାଇ । ସୁର ରାଉତରାୟ କହିଛନ୍ତି କି, ରାଷ୍ଟ୍ରପତି ଓଡିଶା ଆସିଲେ ଓ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଯେଉଁ ଭାଷଣ ଦେଲେ ତାହା ବେଶ ମନଛୁଆଁ । ରାଷ୍ଟ୍ରପତି କଲେଜର ଶିକ୍ଷୟତ୍ରୀ ମାନଙ୍କ ଠାରୁ ନେଇ କଲେଜର ବାଦାମ ବିକାଳିଙ୍କୁ ବି ମନେପକେଇଛନ୍ତି ।
ରାଷ୍ଟ୍ରପତି କହୁଥିଲେ ସେ କଲେଜ ବାହାର ଦେଇ ଯିବାବେଳେ ତାଙ୍କୁ ବରାପିଆଜି ବାସ୍ନା ହୁଏ ହେଲେ ଖାଇବା ପାଇଁ ପାଖରେ ପଇସା ନଥାଏ । ଏମିତିକି ବାଦାମ ଟିକେ ଖାଇବାକୁ ବି ତାଙ୍କ ପାଖେ ପଇସା ନଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ସୁର ଭାଇଙ୍କୁ ବେଶ ଭଲ ଲାଗିଥିବା ସେ କହିଛନ୍ତି । ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ମଧ୍ୟ ଆସିଥିଲେ । ସୁର ରାଉତରାୟଙ୍କ ଘର ବାଟ ଦେଇ ଯାଇଥିଲେ ମଧ୍ୟ ସୁର ଭାଇ ତାଙ୍କୁ ଭେଟି ପାରି ନଥିଲେ ।
ଏନେଇ ସେ କହିଛନ୍ତି କି, ରାଷ୍ଟ୍ରପତି ଯେତେବେଳେ ଆସିଥିଲେ ସେହି ସମୟରେ ତାଙ୍କ ସ୍ତ୍ରୀ’ଙ୍କର ଅପରେସନ ଚାଲିଥିଲା । ସେଥିପାଇଁ ସେ ଯାଇ ପାରେଲିନି । ନହଲେ ନିଶ୍ଚିତ ଭାବେ ରାଷ୍ଟ୍ରପତିଙ୍କୁ ଭେଟି ସ୍ଵାଗତ ଜଣାଇଥାନ୍ତେ । ରାଷ୍ଟ୍ରପତି ଆସନ୍ତୁ କି ପୃଥିବୀପତି ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ପ୍ରଥମ ବୋଲି ସେ କହିଛନ୍ତି । ସ୍ତ୍ରୀ’ଙ୍କ ଅପରେସନ ବେଳେ ସେ ତାଙ୍କୁ ଛାଡି କୁଆଡେ ଯାଇପାରିବେନି ବୋଲି ସ୍ପଷ୍ଟ କହିଛନ୍ତି ସୁର ଭାଇ ।
ତେବେ ସୁର ଭାଇଙ୍କ ଏଭଳି ମନ୍ତବ୍ୟ ଶୁଣିବାକୁ ସାମାନ୍ଯ କଟୁ ଲାଗୁଥିଲେ ମଧ୍ୟ ପରିଣତ ବୟସରେ ସୁଦ୍ଧା ନିଜ ପତ୍ନୀଙ୍କ ପ୍ରତି ତାଙ୍କର ଅଗାଢ ପ୍ରେମକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।