ରାସ୍ତାରେ ଶବ ବିଛେଇ ଛୁ ମାରିଲେ ପୋଲିସ ଇନ୍ସପେକ୍ଟର, ଏହି ଘଟଣାର ପୁରା ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ, ଦେଖନ୍ତୁ Video

ରାସ୍ତାରେ ଶବ ପଡିଛି ଆଉ ସେପଟେ ପୋଲିସ ଫେରାର । ନିରୀହ ଲୋକଙ୍କ ଉପରେ ଗାଡି ଚଢାଇ ଛୁ ମାରିଲେ ଲେଡି ପୋଲିସ । ଏମିତି ଫେରାର ହେଲେ ଯେ ପୋଲିସ ବି ଟେର୍ ପାଉନି । ଫେରାର ପୋଲିସଙ୍କ ଡ୍ରାଇଭର ମଦ ପିଇ ଗାଡି ଚଲାଉଥିଲେ କି ବୋଲି ପ୍ରଶ୍ନ ଉଠୁଛି । ଆଉ ଏବେ ଫେରାର ପୋଲିସଙ୍କୁ ଏସପି ଖୋଜୁଛନ୍ତି । ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି କି, ଉକ୍ତ ଗାଡିଟି ସ୍ନିଗ୍ଧା ରାଣୀ ସୁନାଙ୍କ ନାମରେ ରହିଛି, ଯିଏକି ସୁନ୍ଦରଗଡ ଜିଲ୍ଲାର ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି ।

ସେ ହୁଏତ ସୋନପୁର ଆଡୁ ରାତି ଡ୍ଯୁଟି ସାରି ଫେରିବା ସମୟରେ ଏଭଳି ଅଘଟଣ ଘଟିଛି ବୋଲି ପୋଲିସ କହୁଛି । ତାଙ୍କ ଡ୍ରାଇଭର ଗାଡି ଚଲାଉଥିଲା ଆଉ ଏହି ଅଘଟଣ ଘଟିବା ପରେ ସେ ଭୟରେ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ରାଜରାସ୍ତା ଉପରେ ତିନି ତିନିଟା ମୃତଦେହ ପଡି ରହିଛି କିନ୍ତୁ ଗାଡି ଚଢାଇଥିବା ପୋଲିସ ମ୍ୟାଡାମ ଫେରାର ହୋଇ ଯାଇଛନ୍ତି । ଏଭଳି ବିଭୀଷିକା ଘଟିବା ପରେ ଉତ୍ତେଜିତ ଲୋକେ ରାସ୍ତାରୋକ କରିଥିବାର ଦେଖିବାକୁ ମିଳିଛି ।

ମାମଲା ଧୀରେ ଧୀରେ ଏତେ ବଢି ଯାଇଥିଲା ଯେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ସହ ସୋନପୁର ଏସପି ଓ ଉପଜିଲ୍ଲାପାଳ ପହଞ୍ଚିଥିଲେ । ସକାଳ ପ୍ରାୟ ୬ଟା ସମୟରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ରାଘବପାଲି ଗାଁରୁ ସବୁଦିନ ଭଳି ଅଟୋ ଯୋଗେ ପରିବା ଚାରା ଧରି ସୋନପୁର ଅଭିମୁଖେ ବାହାରିଥିଲେ ୮ଜଣ ଗରିବଲୋକ । ୫୭ ନଂ ଜାତୀୟ ରାଜପଥ କଡରେ ଥିବା ବଡବାହାଳି ଛକରେ ଅଟୋଟି ଠିଆ ହୋଇଥିଲା ଓ ପାଖରେ ଜଣେ ବାଇକ ଆରୋହି ମଧ୍ୟ ଥିଲେ ।

ସେତିକି ବେଳେ ସୋନପୁର ପଟୁ ଦ୍ରୁତଗତିରେ ଏକ ମାରୁତି ଆର୍ଟିକା କାର୍ ମାଡି ଆସିଥିଲା । ଦେଖୁ ଦେଖୁ ଡାହାଣରୁ ମୋଡି ବାମ ଆଡକୁ ଆସି ରାସ୍ତାକଡରେ ଠିଆ ହୋଇଥିବା ଅଟୋ ଓ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ ଚାଳକ ଓ ଅଟୋ ଆରୋହି ଛିଟିକି ପଡିଥିଲେ ଓ ସେହି ସ୍ଥାନରେ ହିଁ ତିନିଜଣ ଆଖି ବୁଜି ଦେଇଥିଲେ । ଅନ୍ୟମାନଙ୍କୁ ସୋନପୁର ଓ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆଉ ଜଣେ ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁର୍ଘଟଣା ଘଟାଇଥିବା ଗାଡି ଭିତରୁ ଏକ ପୋଲିସ ଡ୍ରେସ ବାହାରିଥିଲା । ଯେଉଁଥିରେ ସ୍ନିଗ୍ଧା ରାଣୀ ସୁନା, ଇନ୍ସପେକ୍ଟର ଅଫ ପୋଲିସ ଲେଖାଥିଲା । ଏତେ ବଡ ଦୁର୍ଘଟଣା ଘଟାଇ କଣ ପାଇଁ ଡରିକି ଫେରାର ହେଲେ ଇନ୍ସପେକ୍ଟର ଏବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।