ରାସ୍ତା କଡରେ ବୁଲୁଛି ଚିତା ବାଘ, ଭୟଭୀତ ସ୍ଥାନୀୟ ବାସିନ୍ଦା, ଦେଖନ୍ତୁ ଭିଡିଓ

ସାଲେପୁର ରନ୍ଦୋଳ ଅଞ୍ଚଳରେ ଚିତା ବାଘ ଆତଙ୍କ । କଟକ ଚାନ୍ଦବାଲି ରାସ୍ତା କଡରେ ଏକ ଚିତା ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେଲା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ଏହା ପରେ ସ୍ଥାନୀୟ ଲୋକ ମାନେ ତହସିଲ ଅଫିସ ରେ ଏହା କୁ ନେଇ ରିପୋର୍ଟ କରିବା ପରେ । ତହସିଲ ଦାର ବନ ବିଭାଗକୁ ଏହା ନେଇ ନିଜର ଖବର  ଦେଇ ଥିଲେ । ଏହା ପରେ ବନ ବିଭାଗ ମତ ଦେଇଛି ଏହା ଏକ ଜଙ୍ଗଲି ଚିତା ବାଘ ହୋଇ ପାରେ । ଏହା ସହ ଏହାକୁ ସେମାନେ କୁବ ଜଲ୍ଦି ଧରିବେ ବୋଲି କହିଛନ୍ତି ।

ତାଙ୍କ ମତ ଅନୁସାରେ ସେମାନେ ଏହି ବାଘକୁ ରାତିରେ ଧରିବେ । ବର୍ତ୍ତମାନ ଯାଏଁ ଏହା କାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନି ତେବେ ଏହା କେବଳ ରାସ୍ତା କଡରେ ଥିବା ବୁଦା ଭିତରେ ବୁଲୁ ଥିବାର ଦେଖା ଯାଇଛି ।

ଏହି ଜନ୍ତୁ କେଉଁ ପ୍ରଜାତିର ତାହା ଅଭି ଯାଏଁ ଜଣା ପଡି ନାହିଁ । ଭୂବନେଶ୍ବର ସିଟି ରେଞ୍ଜର କହୁଛନ୍ତି ସେମାନେ ଏହି ବିଷୟରେ ଅପରାହନ୍ନ ୪ ଟା ବେଳକୁ ଜାଣିଲେ  । ଜାଣିବା ମାତ୍ରେ ଫରେଷ୍ଟ ଗାର୍ଡ ଅଛନ୍ତି ୩ କିଲୋମିଟର ଦୂରରେ ତାଙ୍କୁ ଖବର ଦିଆ ଯାଇଥିଲା । ସେମାନେ ଘଟନା ସ୍ଥଳରେ ଆଗ ପହଞ୍ଚି ଥିଲେ । ଏହା ପରେ ନିଜେ ସିଟି ରେଞ୍ଜର ଆସି ପହଞ୍ଚି ଥିଲେ ।

ସେମାନେ ଅଭି ଯାଏଁ ଏହାକୁ ଦେଖି ନାହାଁନ୍ତି । ତାଙ୍କ ମତ ଅନୁସାରେ ଭାଇରାଲ ହୋଇଥିବା ଭିଡ଼ିଓ ଓ ଫଟ ଦେଖିକି ସେମାନେ ଅନୁମାନ କରୁଛନ୍ତି ଏହା ଏକ ଚିତା ବାଘ ହୋଇ ଥିବ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏହାକୁ ଖୁବ ଶୀଘ୍ର ଧରିନେବୁ ।

ଜନ ସାଧାରଣ ଓ  ଅନ୍ୟ ବ୍ୟକ୍ତି  ମାନଙ୍କୁ ଅନୁରୋଧ କରା ଯାଇଛି କି ଯଦି କେହି ଏହି ବାଘର ସନ୍ଧାନ ପାଇବେ ତେବେ ତୁରନ୍ତ  ବନ ବିଭାଗକୁ ଖବର ଦେବେ । ଏହା ସହ ରାତିରେ ମଧ୍ୟ ସେମାନେ ପେଟ୍ରୋଲିଙ୍ଗ କରି ଏହାକୁ ଖୋଜିବାକୁ ଚେଷ୍ଟା କରିବେ ।

ତେଣୁ କରି ଭୟ ନ କରିବାକୁ କୁହା ଯାଇଛି । ଏହାକୁ ଧରିବେ କିମ୍ବା ଏହାକୁ ପୁନଃ ନଯ ଜାଗାକୁ ପଠାଇ ଦିଆ ଜୀବ ସେ ବିଷୟରେ ଏହାକୁ ଧରିବା ପରେ ଜଣା ପଡିବ ବୋଲି କହି ଛନ୍ତି ଭୁବନେଶ୍ବର ସିଟି ରେଞ୍ଜର । ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।