ଟିକଟକ ରୁ ଆରମ୍ଭ ହୋଇଥିଲା ଅପ୍ରେମ । ଆଉ ତା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ଅଗ୍ନି କୁ ସାକ୍ଷୀ ରଖିକି ଦୁହେଁ ବାହା ମଧ୍ୟ ହେଲେ । ଲକ ଡାଉନ ସମୟରେ ଟିକଟକ ରୁ ଆରମ୍ଭ ହେଲା ପ୍ରେମ । ଲକ ଡାଉନ ସମୟରେ ଦୁହିଙ୍କର ବାହାଘର ହୋଇଥିଲା ଯାହା କିଛି ୟୁନିକ ଥିଲା । ତେବେ ସେହି ଦୁଇ ଦମ୍ପତି ହେଉଛନ୍ତି ରଶ୍ମୀ ଓ ଆର୍ୟନ । ଦୁଇ ଦମ୍ପତି ଗଣମାଧ୍ୟମରେ ନିଜର ଭଲ ପାଇବା କୁ ନେଇ ବଡ ଖୁଲାସା କରିଛନ୍ତି ।
ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ଆର୍ୟନ କହିଛନ୍ତି ଯେ “ଆମ ବାହାଘରକୁ 2 ବର୍ଷ ହୋଇଗଲାଣି । ମୋର ବ୍ରେକପ ହେବା ପରେ ରଶ୍ମୀ ମୋ ଜୀବନକୁ ଆସିଥିଲେ । ମୁଁ ଭାବିଥିଲି ଲାଇଫରେ ଆଉ ଲଭ କରିବି ନାହିଁ କି ଯାହାକୁ ଲଭ କରିବି ତାକୁ ମ୍ୟାରେଜ କରିବି ନାହିଁ । କିନ୍ତୁ ରଶ୍ମୀ ମୋ ଲାଇଫକୁ ଆସିବା ପରେ ମୁଁ ଭାବିଲି ସମସ୍ତେ ସମାନ ନୁହେଁ । ରଶ୍ମୀ ମୋ ବାପାଙ୍କ ସହ କଥା ହେଲେ ଆମ ବାହାଘର କଥା ।
ମୁଁ କିଛି ବି ଘରେ ଜାଣି ନ ଥିଲି । ମୋତେ ଘରେ କାହାକୁ ରାଜି କରାଇବାକୁ ପଡିଲା ନାହିଁ । ସବୁ କିଛି ରଶ୍ମୀ କରି ଦେଇ ଦେଇଥିଲେ । ମୁଁ ପ୍ରଥମେ ତାଙ୍କୁ ଡାର୍ଲୋ ଡାକୁଥିଲି । ରଶ୍ମୀଙ୍କ ସହ କଥା ହେବା ଭିତରେ ମୁଁ ଅନୁଭବ କରୁଥିଲି ସେ ମୋ ପ୍ରତି ଭଲ ପାଇ ବସିଛି । ରଶ୍ମୀ ରାଗିଲେ ମୁଁ ତାଙ୍କୁ ଗୋଟେ ହଗ, ଗୋଟେ କିସ କରି ଦିଏ । ଏତିକି ଯଦି କରି ଦେଲି ନା ସେ ରେଡି ।
ଯେତେ ରାଗ ହୋଇଥାଉ ଗୋଟେ ଚୁଟକି ରେ ସରିଯିବ । ଯେଉଁ ମାନେ ଭଲ ପାଉଛନ୍ତି ସେମାନେ ମଧ୍ୟ ଜାଣି ନିଅନ୍ତୁ ଆପଣଙ୍କ ସ୍ତ୍ରୀ ବା ପ୍ରେମିକା ଯଦି କେବେ ରାଗି ଯାଉଛନ୍ତି ତେବେ ଗୋଟେ ହକ ଆଉ କିସ ଦେଇ ଦେବେ । ସେତିକିରେ ସବୁ ସମାଧାନ ହୋଇଯିବ” । ରଶ୍ମୀ ପ୍ରଥମେ ମୋତେ ପ୍ରପୋଜ କରିଥିଲେ ।
ରଶ୍ମୀ ଏ ନେଇ କହିଛନ୍ତି ଯେ “ଆମ ଦୁହିଙ୍କର ଜାତିକୁ ନେଇ ତାଙ୍କ ପରିବାର ଲୋକେ ପୂର୍ବରୁ ରାଜି ନ ଥିଲେ କିନ୍ତୁ ପରେ ରାଜି ହୋଇଗଲେ । ଆମେ ଦୁହେଁ ମାସେ ବି କଥା ହୋଇନୁ । ପ୍ରଥମ ଦିନ କଥା ହେବା ପରେ ମୁଁ ଘରେ ଜଣାଇଥିଲି ଆଉ କହିଥିଲି ତାଙ୍କୁ ହିଁ ବାହା ହେବି । ମାସେ ପ୍ରେମ ହୋଇ ଆମେ ବାହା ହୋଇଛୁ ।
ସବୁବେଳେ ସେ ଘର କଥା ଭାବନ୍ତି ମୋ ପରିବାରକୁ ସମର୍ଥନ କରନ୍ତି । ମୋ ଶାଶୁ ଶ୍ଵଶୁର ବହୁତ ଭଲ । ମୁଁ ଯାହା ପିନ୍ଧିଲେ କିଛି ଇସୁ କରନ୍ତି ନାହିଁ । ଆମ ଭିତରେ ଝଗଡା ହେଲେ ମୁଁ ଅଧିକ ରାଗିଯାଏ । ସେ ମୋତେ ବୁଝାନ୍ତି ମୁଁ କେବେ ବି ମନାଏ ନାହିଁ” । ବନ୍ଧୁଗଣ ଆପଣଙ୍କୁ ରଶ୍ମୀ ଓ ଆର୍ୟନ ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।