ଜୀବନରେ ଯଶ, ସୁଖ, ଶାନ୍ତି, ଧନ ପାଇବା ପାଇଁ ମନୁଷ୍ୟ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ସେହି ସବୁ ଅତି ସହଜରେ ଆମ ମାନଙ୍କୁ ମିଳିପାରେ ଯଦି ଆମେ ଆମ ରାଶି ଅନୁଯାୟୀ କିଛି ପଶୁ ପକ୍ଷୀ ଙ୍କୁ ଆମ ଘରେ ପାଳନ କରିବା । ବହୁତ ଲୋକ ଅନେକ ପ୍ରକାରର ପଶୁ ପକ୍ଷୀ ଘରେ ପାଳନ କରିଥାନ୍ତି କିନ୍ତୁ ରାଶି ଅନୁଯାୟୀ କେଉଁ ପଶୁ ପକ୍ଷୀଙ୍କୁ ଘରେ ପାଳନ କରିବା ଦ୍ୱାରା ଯଶ, ସୁଖ, ଶାନ୍ତି, ଧନ ମିଳିଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।
ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି କୁକୁର ପାଳନ କରନ୍ତି ତେବେ ଏମାନଙ୍କୁ ବହୁତ ପ୍ରକାରର ଉନ୍ନତି ହୋଇଥାଏ । ଏହା ସହ ସମସ୍ତ ପ୍ରକାରର ବିପଦ ମଧ୍ୟ ଦୁର ହୋଇଥାଏ ।
ବୃଷ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ବିଲେଇ ପାଳନ କରୁଛନ୍ତି ତେବେ ଏମାନଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ହେବ ନାହିଁ । ଏହା ସହ ସ୍ବାସ୍ଥ୍ୟ ଓ ରୋଗର ସମସ୍ୟା ମଧ୍ୟ ଦୁର ହୋଇଥାଏ ।
ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ଶୁଆ ପାଳନ କରନ୍ତି ତେବେ ଘରେ ସଦା ସର୍ବଦା ଧନଲକ୍ଷ୍ମୀ ବାସ କରିଥାନ୍ତି । ଏବଂ ଜୀବନରେ ବହୁତ ସଫଳତା ମିଳିଥାଏ ।
କର୍କଟ ରାଶି:- ଏହି ରାଶିର ବ୍ୟକ୍ତି ମାନେ କୌଣସି ବି ପଶୁ ପକ୍ଷୀ ପାଳନ କରିପାରିବେ । ଏମାନଙ୍କ ପାଇଁ ସମସ୍ତ ପଶୁ ପକ୍ଷୀ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଆସିଥିବା ସମସ୍ତ ବାଧା ବିଘ୍ନ ଦୁର ହୋଇଥାଏ ।
ସିଂହ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ଘୋଡ଼ା ପାଳନ କରନ୍ତି ତେବେ ଏହା ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଘୋଡ଼ା ପାଳନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ ତେଣୁ ଆପଣ ଘୋଡାର ପ୍ରତିମା ମଧ୍ୟ ରଖିପାରିବେ ।
କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ଘରେ ମାଛ ପାଳନ୍ତି ତେବେ ଏମାନଙ୍କ ଜୀବନରେ କେବେ ମଧ୍ୟ କୌଣସି ଜିନିଷର ଅଭାବ ରହିବ ନାହିଁ ।
ତୁଳା ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ଘରେ ବିଲେଇ ପାଳନ କରନ୍ତି ତେବେ ଏମାନଙ୍କ ପାଇଁ ଏହା ବହୁତ ଶୁଭ ହୋଇଥାଏ । ଏମାନଙ୍କ ସମସ୍ତ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।
ବିଛା ରାଶି:- ଏହି ରାଶିର ବ୍ୟକ୍ତି ଯଦି ଘରେ ଠେକୁଆ ପାଳନ କରନ୍ତି ତେବେ ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି ।
ଧନୁ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି କଇଁଛ ପାଳନ କରିଥାନ୍ତି ତେବେ ଏମାନଙ୍କୁ ଧନର ଅଭାବ ହୋଇନଥାଏ । ଏବଂ ଏମାନଙ୍କ ସବୁ ଦୁଃଖ କଷ୍ଟ ଦୁର ହୋଇଥାଏ ।
ମକର ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ଗାଈ ପାଳନ କରନ୍ତି ତେବେ ଏମାନଙ୍କ ଭାଗ୍ୟର କବାଟ ଖୋଲିଯାଏ । ଏମାନେ ସମସ୍ତ ସୁଖ ଶାନ୍ତି ପାଇଥାନ୍ତି ଯେତିକି ସେ କେବେ ମଧ୍ୟ କଳ୍ପନା କରିନଥାନ୍ତି ।
କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ରଙ୍ଗ ବେରଙ୍ଗ ର ପକ୍ଷୀ ପାଳନ କରନ୍ତି ତେବେ ସେମାନଙ୍କର ଦେହ ମନ ସୁସ୍ଥ ରହିବା ସହ ଜୀବନରେ ଉନ୍ନତି ମଧ୍ୟ ହୋଇଥାଏ ।
ମୀନ ରାଶି:- ଏହି ରାଶିର ବ୍ୟକ୍ତି ମାନେ ମାଛ ପାଳନ କଲେ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହା ଦ୍ଵାରା ରୋଗ ଓ ରୁଣରୁ ମୁକ୍ତି ମିଳିଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।