ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଗତ ଶନିବାର ଦିନ ଭୁବନେଶ୍ବର ନୟାପଲ୍ଲୀ ଗଡସାହି ସ୍ଥିତି ତାଙ୍କ ଭଡାଘରୁ ରଶ୍ମିଙ୍କର ମୃତଦେହ ମିଳିବା ପରେ ଓଲିଉଡ ଜଗତରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ରଶ୍ମିଙ୍କ ମୃତ୍ୟୁକୁ ନେଇ ତାଙ୍କର ସହ ଅଭିନେତା ଓ ଅଭିନେତ୍ରୀମାନେ ବିଭିନ୍ନ ମତ ମଧ୍ୟ ପ୍ରଦାନ କରୁଛନ୍ତି । ଏବେ ରଶ୍ମିଙ୍କ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଦିଗଜ ଓଲିଉଡ କଳାକାର ହର ରଥ ।
ରଶ୍ମିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆ ଯାଇଥିବା ପୂର୍ବରୁ ତାଙ୍କର ଘରଲୋକେ ଓ ସହକର୍ମୀ ଅଭିଯୋଗ ଆଣୁଥିବା ବେଳେ ଅଭିନେତା ହର ରଥ ମଧ୍ୟ ଠିକ ସେହିପରି ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି କି, ରଶ୍ମିରେଖା ଏକଦମ ମିଶାଣିଆ ଓ ହସ ହସ ମୁହଁର ଝିଅ ଥିଲେ । ତାଙ୍କ ପରି ଜଣେ ଝିଅ ଏଭଳି ଚରମ ନିଷ୍ପତ୍ତି ନେବ ବୋଲି ସେ ବିଶ୍ବାସ କରି ପାରୁନାହାନ୍ତି ।
ଗୋଟିଏ ସିରିଏଲରେ ରଶ୍ମିରେଖାଙ୍କ ସହ ସେ ଏକାଠି କାମ କରିଛନ୍ତି । ସେହି ସିରିଏଲରେ ରଶ୍ମିରେଖା ରୂପାଲି ଚରିତ୍ରରେ ଅଭିନୟ କରିଥିଲେ । ଏକାଠି କାମ କରିଥିଲେ ମଧ୍ୟ ହର ରଥ ତାଙ୍କ ନାମ ରୂପାଲି ବୋଲି ହିଁ ଜାଣିଥିଲେ ଓ ଅଧିକ ବ୍ୟକ୍ତିଗତ ଭାବେ ତାଙ୍କୁ ନ ଜାଣିଥିଲେ ମଧ୍ୟ ରୂପାଲି ବହୁତ ଭଲ ସ୍ଵଭାବର ଝିଅ ଥିଲେ ବୋଲି ସେ କହିଛନ୍ତି ।
ଯେତେବେଳେ ବି ରୂପାଲି ଦେଖନ୍ତି ତାଙ୍କୁ ଭାଇ ନମସ୍କାର କହି ସମ୍ମାନ ଦିଅନ୍ତି । ରୂପାଲି ଯାହାଙ୍କୁ ଭଲ ପାଉଥିଲେ ତାଙ୍କ ନାଁରେ ଟାଟୁ ମଧ୍ୟ କରିଥିବା କଥା ସେ ଜାଣିଥିଲେ । ଦିନେ ହଠାତ ରୂପାଲି ନୋଟିସ ଦେଇ ସିରିଏଲ ଛାଡି ଦେଇଥିଲେ । ଶୁଣିବାକୁ ପାଇଥିଲେ କି ରୂପାଲି ବିବାହ କରି ନେଇଛନ୍ତି । କିନ୍ତୁ ରୂପାଲି ଏକଥା କେବେ କାହା ଆଗରେ ପ୍ରକାଶ କରିନାହାନ୍ତି ।
ତେବେ ଘରଠୁ ଦୂରରେ ଯେବେ ଝିଅ ରହୁଛି ତାଙ୍କ ଘରଲୋକ ମଧ୍ୟ ଝିଅ କେଉଁଠି ରହୁଛି କଣ କରୁଛି ସେସବୁ ପ୍ରତି ଧ୍ୟାନ ଦେବାର ଉଚିତ ଥିଲା ବୋଲି ସେ କହିଛନ୍ତି । ତାଙ୍କ ପରି ଜଣେ ଝିଅର ମନରେ ସୁଇସାଇଡ ଭଳି ଚିନ୍ତାଧାରା କେମିତି ଆସିବ ସେ ତାହା ଗ୍ରହଣ କରି ପାରୁନାହାନ୍ତି । ଏନେଇ ସେ କହିଛନ୍ତି କି ସେ ଯଦି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି ତେବେ କେବେ ଖାଲିଟାରେ କେବେ ହେଲେ ଆତ୍ମହତ୍ୟା କରିବେ ନାହିଁ ।
ଏଥିପାଇଁ ନିହାତି ଭାବେ ତାଙ୍କୁ କେହି ପ୍ରବର୍ତ୍ତାଇ ଥିବ । ସେଭଳି ମାନସିକ ସ୍ଥିତିକୁ ତାଙ୍କୁ ଅଣା ଯାଇଥିବ ଏବଂ ସୁଇସାଇଡ ନୋଟ ମଧ୍ୟ କେହି ବାଧ୍ୟ ବାଧକତାରେ ହୁଏତ ଲେଖେଇ ଥିବ । ସେ ଯାହାବି ହେଉ ପୋଲିସ ଏହି ମାମଲାର ସଠିକ ଭାବେ ତଦନ୍ତ କରୁ ତା’ପରେ ଯାଇ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ହର ରଥ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।