କଣ୍ଟ୍ରୋଭସି କୁଇନ ରାନୀ ପଣ୍ଡା ଏବେ ପୁଣି ଚର୍ଚ୍ଚାରେ, ଜାଣନ୍ତୁ କାହିଁକି

ରାଣୀ ପଣ୍ଡାଙ୍କୁ କିଏ ବା ନ ଜାଣେ । ସେ ଏତେ ବିବାଦ ଘେରରେ ରୁହନ୍ତି କି ତାଙ୍କୁ କଣ୍ଟ୍ରୋଭସି କୁଇନ ବୋଲି କୁହାଯାଏ । ତେବେ ସେ ଏଥର କୌଣସି ଅଶ୍ଳୀଳ ନାଚ କିମ୍ବା ମନ୍ତବ୍ୟ ପାଇଁ ନୁହେଁ ବରଂ ତାଙ୍କ ଜୀବନକୁ ନେଇ ହେବାକୁ ଥିବା ଫିଲ୍ମ ଏବଂ ଯାତ୍ରାକୁ ନେଇ ସେ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତିି । ଏବଂ ସେଥିରେ ମୁଖ୍ୟ ଭୂମିକାରେ ରାନୀ ନିଜେ ଅଭିନୟ କରିବା କଥା ଶୁଣିବାକୁ ମିଳୁଛି । କିନ୍ତୁ ଫିଲ୍ମ ଓ ଯାତ୍ରା ପ୍ରଯୋଜକଙ୍କ ମଧ୍ୟରେ କୌଣସି କଥା କୁ ନେଇ ମତ ପାର୍ଥକ୍ଯ ରହୁଥିବାରୁ କଥା କୋର୍ଟ ପର୍ଯ୍ୟନ୍ତ ଗଲାଣି । ସେଥିପାଇଁ ଏହା ଏବେ ଖୁବ ଚର୍ଚ୍ଚା ର ବିଷୟ ହୋଇଛନ୍ତି ।

ତେବେ ଯାତ୍ରା ସଚ୍ଚିତାନନ୍ଦମ ରାନୀ ପଣ୍ଡାଙ୍କୁ ନେଇ ତାଙ୍କର ଯେଉଁ ବାୟୋପିକ କରିଛନ୍ତି ପ୍ରଯୋଜକ ସଂଜୟ ନାୟକ ମଧ୍ୟ ସେହି କାହାଣୀ ଉପରେ ଫିଲ୍ମ ନିର୍ମାଣ କରି ଛନ୍ତି । କିନ୍ତୁ ଫିଲ୍ମ ଏ ପର୍ଯ୍ୟନ୍ତ ଶୁଟିଙ୍ଗ ଚାଲିଥିବା ବେଳେ ଅପେରା ରିୟସସିୟଲ ଶେଷ ହୋଯାଇଛି । ଓ ଯାତ୍ରା ସଚ୍ଚିତାନନ୍ଦମ ଏହି ନାଟକଟିକୁ ଆସନ୍ତା ୧୪ ତାରିଖରେ ମଞ୍ଚସ୍ଥ କରିବ ବୋଲି ସୂଚନା ଦେଇଛି । ଯାହା ଫିଲ୍ମ ପ୍ରଯୋଜକଙ୍କ ଚିନ୍ତାର କାରଣ । ସେଥିପାଇଁ ସେ ଅଦାଲତରେ ଏହି ବିଷୟରେ ଅଭିଯୋଗ କରିଛନ୍ତି ।

ତେବେ ତାଙ୍କ କହିବା ଅନୁସାରେ ଯାତ୍ରା ଓ ଫିଲ୍ମର କାହାଣୀ ସମାନ ଥିବାରୁ ଯଦି ଆଗ ଯାତ୍ରା ପରିବେଶଣ କରାଯାଏ, ତେବେ ଆଉ କେହି ଫିଲ୍ମ ଦେଖିବେ ନାହିଁ । କିନ୍ତୁ ଏତେ ସବୁ ଭିତରେ ମୁଖ୍ୟ ଭୂମିକରେ ଅଛନ୍ତି ରାନୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଉଭୟ ଯାତ୍ରା ଓ ଫିଲ୍ମ ପ୍ରଯୋଜକ କଣ ଜାଣି ନଥିଲେ କି ଏହି କାହାଣୀ ସମାନ ଅଟେ ବୋଲି ।  ଯଦିଓ ଯାତ୍ରା ପ୍ରଯୋଜକ ଏବଂ ଫିଲ୍ମ ପ୍ରଯୋଜକ ଜାଣି ନାହାଁନ୍ତି ରାନୀ ତ ଜାଣିଥିବେ ନାଁ । କାରଣ ସେ ନିଜେ ଅଭିନୟ କରୁଛନ୍ତି । ସେଥିପାଇଁ, ବର୍ତ୍ତମାନ ରାନୀ ବହୁତ ଚର୍ଚ୍ଚାରେ କି କାହିଁକି ଜାଣି ଜାଣି ସେ ଏମିତି ଭୁଲ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।