ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ରାଣୀ ଆଜି ୟୁଟ୍ଯୁବ ରାଣୀ ବନି ଯାଇଛନ୍ତି । ତାଙ୍କ ୟୁଟ୍ଯୁବ ଚ୍ଯାନେଲରେ 2 ଲକ୍ଷରୁ ଅଧିକ ସବସ୍କ୍ରାଇବର ସହ ଗୋଟିଏ ଭିଡିଓରେ ଲକ୍ଷ ଲକ୍ଷ ଭିୟୁ ଦେଖିବାକୁ ମିଳୁଛି । ଯାଜପୁର ସହର ଉପକଣ୍ଠ ବାଣପୁର ଗାଁର ରାଣୀ ସିଂଙ୍କ କଥା ଆମେ କହୁଛୁ । ଆପଣ ଯଦି କେବେ ୟୁଟ୍ଯୁବରେ ରାଣୀଙ୍କ ଭିଡିଓ ଦେଖିଥିବେ ତେବେ ନିହାତି ଭାବେ ତାଙ୍କୁ ଜାଣିଥିବେ । ରାଣୀ ନିଜ ଭିଡିଓରେ ଆଦିବାସୀ ଜନଜାତିଙ୍କ କଥା କହିବା ସହ ସେମାନଙ୍କ ଜୀବନୀ ଓ ଖାଦ୍ୟପେୟ ମଧ୍ୟ ଦେଖାଇଥାନ୍ତି ।

ୟୁଟ୍ଯୁବରେ ଭିଡିଓ କରିବା ରାଣୀଙ୍କ ପାଇଁ ପାଲଟିଛି ବରଦାନ । ୟୁଟ୍ଯୁବ ଚ୍ଯାନେଲ “ଟ୍ରାଇବ ବ୍ଲଗର ରାଣୀ” ତାଙ୍କୁ ନୂଆ ଜୀବନ ଦେଇଛି କହିଲେ ଚଳେ । ଭିଡିଓରୁ ମିଳୁଥିବା ଅର୍ଥ ଆଜି ଅଭାବ ଅସୁବିଧାରେ ଦିନ କାଟୁଥିବା ରାଣୀଙ୍କ ପରିବାର ମୁହଁରେ ହସ ଫେରାଇଛି । ଖାଲି ସେତିକି ନୁହେଁ ବରଂ ଆଖପାଖ ଗାଁରେ ୟୁଟ୍ଯୁବ ରାଣୀ ଭାବେ ସେ ବେଶ ପରିଚିତ ମଧ୍ୟ ହୋଇ ପାରିଛନ୍ତି । ରାଣୀ 2022 ରୁ ୟୁଟ୍ଯୁବରେ ଭିଡିଓ କରିବା ଆରମ୍ଭ କରିଥିଲେ ।
ଆଉ ସେ ଏବେ ବହୁତ ଖୁସି ଅଛନ୍ତି କାରଣ ସେ ଏବେ ତାଙ୍କ ଇଚ୍ଛା ମୁତାବକ ପାଠ ପଢିପାରିବେ । ଆଉ ୟୁଟ୍ଯୁବ ଟଙ୍କାରେ ଘରଟିଏ ମଧ୍ୟ ତୋଳିବାକୁ ଇଚ୍ଛା ରଖିଛନ୍ତି । ଏବେ ସେ ଏବଂ ତାଙ୍କ ପରିବାର ମଧ୍ୟ ଅନ୍ୟମାନଙ୍କ ଭଳି ଏକ ଭଲ ଜୀବନ ବଞ୍ଚିବାକୁ ସକ୍ଷମ ହେବେ ବୋଲି କହିଛନ୍ତି ରାଣୀ ।

ଆଦିବାସୀ ଝିଅ ରାଣୀ ତାଙ୍କ ଖାଦ୍ୟପେୟ ସହ ରହଣି ଚଳଣିର ଭିଡିଓ ସବୁ ତାଙ୍କ ଚ୍ଯାନେଲରେ ପୋଷ୍ଟ କରନ୍ତି । ଆଉ ତାଙ୍କ ଭିଡିଓ ଦେଖିବାକୁ ଲୋକେ ପସନ୍ଦ କରିବା ପରେ ସେ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରି ଚାଲିଥିଲେ । ରାଣୀଙ୍କ ଭାଇ ବାପୁନ ଏହି ସଫଳତା ରାସ୍ତାରେ ତାଙ୍କୁ ଅନେକ ସାହାଯ୍ୟ କରିଥିଲେ ।
ବାପୁନ ନିଜେ ରାଣୀଙ୍କ ଭିଡିଓ ଶୁଟିଙ୍ଗ କରିବା ସହ ଏଡିଟ କରି ୟୁଟ୍ଯୁବରେ ପୋଷ୍ଟ କରୁଥିଲେ । ୟୁଟ୍ଯୁବ ରାଣୀଙ୍କୁ ଲୋକପ୍ରିୟତା ଆଣିଦେବା ସହ ପରିବାର କଥା ବୁଝିବା ପାଇଁ ଆର୍ଥିକ ବଳ ମଧ୍ୟ ଯୋଗାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।