“ସେ ଫାଇଟର ଥିଲା, ସାହସର ସହ କେମୋ ଥେରାପି ଓ ସବୁ ଚିକିତ୍ସା କ୍ରଶ କରି ଆସିଥିଲା କିନ୍ତୁ ଗତକାଲି…” Rajeswari Ray Mohapatra ଙ୍କ ସ୍ଵାମୀଙ୍କ ପ୍ରତିକ୍ରିୟା

ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କ ଅକାଳ ବିୟୋଗରେ ସମଗ୍ର ଟେଲି ଇଣ୍ଡଷ୍ଟ୍ରି ଶୋକପ୍ରକାଶ କରୁଛି । ୨୦୧୮ ମସିହାରୁ ସେ ବରେନ ଏବଂ ଲଙ୍ଗସ୍ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସେବେଠୁ ଅନେକ ମାତ୍ରାରେ ସୁସ୍ଥ ମଧ୍ୟ ହୋଇଥିଲେ । ଏନେଇ ତାଙ୍କ ସ୍ଵାମୀ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜେଶ୍ଵରୀ ଜଣେ ଫାଇଟର ଥିଲେ । କାରଣ ଯେତେବେଳେ ୨୦୧୮ରେ ତାଙ୍କର କ୍ୟାନ୍ସର ଥିବା ଜଣା ପଡିଥିଲା ସେତେବେଳେ ତାଙ୍କର ମାତ୍ର ୬ ମାସ ସମୟ ଦେଇଥିଲା ।

କାରଣ ତାଙ୍କ କ୍ୟାନ୍ସର ଲଙ୍ଗସ୍ ରୁ ବ୍ରେନକୁ ସ୍ପ୍ରେଡ ହୋଇ ଯାଇଥିଲା । ହେଲେ ରାଜେଶ୍ଵରୀ ମନରୁ ହାରି ନଥିଲେ । କ୍ୟାନ୍ସରର ଚିକିତ୍ସା ହେବା ସହିତ ସେ ନିଜକୁ ବହୁତ ଷ୍ଟ୍ରଙ୍ଗ ରଖୁଥିଲେ । ସେଥିପାଇଁ ସେ ସୁସ୍ଥ ହୋଇ ଆସୁଥିଲେ । ହେଲେ ମଝିରେ ମଝିରେ ତାଙ୍କର ଦେହ ଖରାପ ହେଉଥିଲା ଓ ସେ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ । ଯାହାକି ହେବା ସ୍ଵାଭାବିକ ବୋଲି ଡାକ୍ତର ପୂର୍ବରୁ କହିଥିଲେ । ତେବେ ନିକଟରେ ରାଜେଶ୍ଵରୀ ତାଙ୍କ ବାପଘର ବାଲେଶ୍ଵର ଯାଇଥିଲେ ।

ସେଠାରେ ଗତକାଲି ଦ୍ଵିପ୍ରହର ସମୟରେ ତାଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା । ତେଣୁ ଘରଲୋକ ତାଙ୍କୁ ବାଲେଶ୍ଵର ମେଡିକାଲ ନେଇ ଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ଭୁବନେଶ୍ବର ଆଣିବେ ବୋଲି ସ୍ଥିର ହୋଇଥିଲା । ସେଠାରେ ରାଜେଶ୍ଵରୀଙ୍କୁ ପ୍ରାଥମିକ ଚିକିତ୍ସା କରା ଯାଇଥିଲା । ପୂର୍ବରୁ ବି ତାଙ୍କର ଦେହ ଖରାପ ହେଲେ ସେ ହସ୍ପିଟାଲ ଯାଇ ମେଡ଼ିସିନ ନିଅନ୍ତି ଓ ର୍ହା ପ୍ରଭାବରେ ୪-୫ ଘଣ୍ଟା ଶୋଇବା ପରେ ଉଠିଯାନ୍ତି ।

କିନ୍ତୁ ଗତକାଲି ସେ ଆଉ ଉଠି ନଥିଲେ । ଯାହାଫଳରେ ଘରଲୋକେ ଅତ୍ୟନ୍ତ ବ୍ୟସ୍ତ ହୋଇ ଯାଇଥିଲେ ଓ ତାଙ୍କୁ ଭୁବନେଶ୍ବର ଆଣିବାର ବନ୍ଦୋବସ୍ତ କରା ଯାଇଥିଲା । କିନ୍ତୁ ଏଠାରେ ଆସି ଅଧରାତିରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଦେଇଥିଲେ । ଫଳରେ ତାଙ୍କୁ ବାଲେଶ୍ଵରରୁ ଭୁବନେଶ୍ବର ଆଣିବାରେ ବିଳମ୍ବ ହୋଇଗଲା ତାଙ୍କ ସ୍ଵାମୀ ଅତ୍ୟନ୍ତ କୋହର ସହ ପ୍ରକାଶ କରିଛନ୍ତି ।

ଆଙ୍କରିଂରୁ ଫିଲ୍ମ ଦୁନିଆରେ ପାଦ ଦେଇଥିବା ରାଜେଶ୍ଵରୀ ଓଡିଆ ଧାରାବାହିକ “ଉଆଁସୀ କନ୍ୟା” ରେ ଅଳକା ଚରିତ୍ରରେ କାମ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାବ୍ୟତୀତ ସେ ଅନେକ ଧାରାବାହିକ ଓ ଓଡିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କ ବିୟୋଗରେ ଟେଲିଜଗତର ବଡ ବଡ କଳାକାରମାନେ ଶୋକପ୍ରକାଶ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।