ରାଜଧାନୀର ରାସ୍ତା ଉପରେ ଇଏ କଣ ! ରାତିରେ ଅନ୍ଧାରରେ କିଏ ଏମିତି ମୁଣ୍ଡକୁ ମାଟିରେ ଲଗେଇ ପିଠିକୁ ତଳକୁ କରି ଚାଲୁଅଛି ! ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ନିଶ୍ଚିୟ ଲାଗୁଥିବ ଇଏ ଭୂତ କି ଅନ୍ୟକିଛି ହୋଇଥିବ । ଏଭଳି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ଶିଶୁପାଳଗଡ ଲିଙ୍ଗିପୁର ଅଞ୍ଚଳରେ । ସେଦିନ ରାଜଧାନୀରେ ଝିପିଝିପି ବର୍ଷା ହେଉଥିଲା ଆଉ ଏପଟେ ରାସ୍ତା ଉପରେ ଦ୍ରୁତଗତିରେ ଚାଲିଥାଏ ଗାଡି ।

ଡ୍ରାଇଭର ଭାଇଜଣକ ଗାଡି ଚଳେଇ ନିଜ ଗନ୍ତବ୍ୟସ୍ଥଳ ଆଡକୁ ଯାଉଥିଲେ । ହେଲେ ହଠାତ ଏଭଳି କିଛି ତାଙ୍କ ଗାଡି ଆଗକୁ ଚାଲି ଆସିଥିଲା । ଆଉ ତା’ପରେ ଗାଡିର ଗତି ଧୀର ହୋଇ ଯାଇଥିଲା ଏବଂ ଗାଡିର ଚକା ଆଗକୁ ଆଉ ଗଡି ନଥିଲା । କାରଣ ମନରେ ଭୟ ନାମକ ଏକ ଶିହରଣ ଜାଗ୍ରତ ହୋଇଥିଲା । ଭଲକରି ଏହି ଦୃଶ୍ୟ ଦେଖିଲେ ଆପଣ ବି ଛାନିଆ ହୋଇଯିବେ ।
ଅଜବ ଜନ୍ତୁର ଏହି ଭୟଙ୍କର ଦୃଶ୍ୟକୁ ଗାଡି ଭିତରୁ ରହି ରେକର୍ଡ କରାଯାଇଛି । ଟିକେ ଭଲ କରି ଦେଖିଲେ ଜାଣିପାରିବେ କି ରାସ୍ତା ଉପରେ କେହି ଜଣେ ପେଟ ଉପରକୁ ଏବଂ ପିଠି ତଳକୁ କରି ଚାଲୁଛି । ଆଉ ତା’ ଦେହରେ ଗୋଟିଏ ହେଲେ ବି ବସ୍ତ୍ର ନାହିଁ । ମୁଣ୍ଡର ଲମ୍ବା ଲମ୍ବା କେଶ ସବୁ ମାଟିକୁ ସ୍ପର୍ଶ ତଳେ ଘୁଷୁଡୁଛି ।

ଏମିତି ଲାଗୁଛି ଇଏ ଜଣେ ମହିଳା ବୋଲି । ଯାହା ହାତ ଏବଂ ଗୋଡ ସାହାଯ୍ୟରେ ଧୀରେ ଧୀରେ ଆଗକୁ ବଢୁଛି । ଏମିତି କିଛି ଦୃଶ୍ୟ ଆପଣ ଅନେକ ଭୂତ ଫିଲ୍ମ ମାନଙ୍କରେ ଦେଖିଥିବେ । ଯେଉଁ ସବୁ ଫିଲ୍ମରେ ଭୂତୁଣୀ ହାତକୁ ଓଲଟା କରି ତଳେ ଚାଲୁଥିବାର ଆପଣ ଦେହିଥିବେ । ତେବେ ଏହା ଭୂତ ବୋଲି ସ୍ଥାନୀୟ ଅଞ୍ଚଳରେ ଏକ ଭୟ ବାତାବରଣ ଦେଖାଦେଇଛି । ଏମିତି ଅନେକ ଗପ ମଧ୍ୟ ଆପଣ ଶୁଣିଥିବେ କି ରାତିରେ ଡାହାଣୀମାନେ ଏମିତି ବୁଲନ୍ତି ବୋଲି ।
ବିନା କପଡାରେ ଏମାନେ ରାସ୍ତାରେ ପଡିଥିବା ମଣିଷଙ୍କ ମଳ ଖାଆନ୍ତି । ତେବେ ଆମେ ଯାହା ଦେଖୁଛୁ ଏହା କଣ ସତରେ କିଛି ସେଭଳି ନା ଆଉ କିଛି ! ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗଉ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।