ରାଜା କୃଷ୍ଣଦେବ ରାୟ ଓ ମାଳୀର କାହାଣୀ : ମଣିଷକୁ ଜୀବନରେ ସବୁବେଳେ ଶାନ୍ତ ଚିତ୍ତରେ ହିଁ ନିଷ୍ପତି ନେବା ଉଚିତ, ମାଳିକୁ ରାଜା ମୃତ୍ୟୁ ଦଣ୍ଡ ଦେବା ପରେ…

ରାଜା କୃଷ୍ଣଦେବ ରାୟଙ୍କୁ ଥରେ ତାଙ୍କର ବନ୍ଧୁ ଏକ ସୁନେଲି ରଙ୍ଗର ଫୁଲ ଗଛ ଭେଟ ରୂପରେ ଦେଲେ । ଏହା ପରେ ରାଜା ନିଜ ରାଜ୍ୟର ମାଳୀକୁ ଡାକି ଆଦେଶ ଦେଲେ କି ସେ ଏହି ଗଛକୁ ନେଇ ବଗିଚାରେ ଲଗାଇ ଦେବେ ଓ ଦିନ ରାତି ଏହି ଗଛର ଦେଖାଶୁଣା କରିବେ । ମାଳୀ ରାଜାର କଥା ମାନି ସେହି ଗଛକୁ ବଗିଚାରେ ମଝିରେ ଲଗାଇ ଦେଲା । କିଛି ଦିନ ପରେ ସେହି ଗଛରେ ସୁନେଲି ରଙ୍ଗର ଫୁଲ ଫୁଟିଲା ଓ ଏହି ଫୁଲକୁ ଦେଖି ରାଜା ବହୁତ ଖୁସି ହୋଇ ଯାଉଥିଲେ । କିନ୍ତୁ ଦିନେ ମାଳୀର ଛେଳି ବଗିଚାରେ ପଶି ଏହି ଫୁଲକୁ ଖାଇ ଦେଲା ।

ରାଜା କୃଷ୍ଣଦେବ ରାୟଙ୍କୁ ଯେତେବେଳ ଏହି କଥା ବିଷୟରେ ଜଣା ପଡିଲା କି ତାଙ୍କର ଫୁଲ ନଷ୍ଟ ହୋଇଯାଇଛି ତେବେ ସେ ମାଳୀକୁ ଦରବାରରେ ଡାକିଲେ ଓ ତାକୁ ଫାଶୀର ଦଣ୍ଡ ଶୁଣାଇ ଦେଲେ । ମାଳୀ ରାଜାଙ୍କୁ ବହୁତ କ୍ଷମା ମାଗିଲା । କିନ୍ତୁ ରାଜା କ୍ରୋଧରେ ମାଳୀର କୌଣସି କଥା ଶୁଣିଲେ ନାହିଁ । ମାଳିର ପତ୍ନୀକୁ ଯେମିତି ହିଁ ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ତୁରନ୍ତ ରାଜମହଲକୁ ଯାଇ ରାଜାଙ୍କୁ ନିଜ ସ୍ଵାମୀକୁ ଛାଡି ଦେବା ପାଇଁ କହିଲେ ।

କିନ୍ତୁ ରାଜା ବହୁତ କ୍ରୋଧରେ ଥିଲେ ଓ ସେ ମାଳିର ପତ୍ନୀର ବି କଥା ଶୁଣିଲେ ନାହିଁ । ଏହା ପରେ ରାଜାଙ୍କର ଏକ ମନ୍ତ୍ରୀ ମାଳୀର ପତ୍ନୀଙ୍କୁ କହିଲେ କି ଆପଣ ତେନାଲୀରାମଙ୍କ ପାଖକୁ ଯାଆନ୍ତୁ । କେବଳ ତେନାଲୀରାମ ହିଁ ରାଜା କୃଷ୍ଣଦେବ ରାୟଙ୍କର ନିଷ୍ପତିକୁ ବଦଳାଇ ପାରିବେ । ମାଳୀର ପତ୍ନୀ ତୁରନ୍ତ ତେନାଲୀରାମ ପାଖକୁ ଯାଇ ପୁରା ଘଟଣା ଟି କହିଲା । ଯାହା ପରେ ତେନାଲୀରାମ ମାଳିର ପତ୍ନୀକୁ ଏକ ଉପଦେଶ ଦେଲେ ।

ଏହା ଅପରେ ମାଳୀର ପତ୍ନୀ ବଜାର ମଧ୍ୟରେ ନିଜର ଛେଳିକୁ ମାରିବାକୁ ଲାଗିଲେ । ଏହା ଦେଖି ରାଜାଙ୍କର ସୈନିକମାନେ ତାଙ୍କର ପତ୍ନୀଙ୍କୁ ଅଟକାଇବ ପାଇଁ ଚେଷ୍ଟା କରିଲେ । କିନ୍ତୁ ସେ ଲଗାତାର ଛେଳିକୁ ମାରିବାକୁ ଲାଗିଲେ । ଏହା ପରେ ରାଜାଙ୍କ ପାଖକୁ ଏହି ଖବର ପହଞ୍ଚି ଗଲା ଓ ରାଜା ବଜାରରେ ଆସି ମାଳୀର ପତ୍ନୀକୁ ଏହା କରିବା ପାଇଁ ମନା କରିଲେ । କିନ୍ତୁ ମାଳୀର ପତ୍ନୀ କହିଲେ କି ଏହି ଛେଳି କାରଣରୁ ତାଙ୍କର ସ୍ଵାମୀଙ୍କୁ ମୁର୍ତ୍ୟୁ ଦଣ୍ଡ ମିଳିଛି ।

ଏହା ପରେ ରାଜା ପଚାରିଲେ କି ଏହି ଛେଳି କାରଣରୁ ତୁମର ସ୍ଵାମୀଙ୍କୁ କେମିତି ଫାଶିର ଦଣ୍ଡ ଦିଆ ଯାଇଛି । ସେତେବେଳେ ମାଳିର ପତ୍ନୀ କହିଲେ କି ରାଜା ଏହି ଛେଳି ହିଁ ଆପଣ’ଙ୍କର ବଗିଚାର ସୁନେଲି ଫୁଲକୁ ଖାଇ ଦେଇଛି ଓ ଏହି କାରଣରୁ ଆପଣ ତାହାର ସ୍ଵାମୀଙ୍କୁ ମୁର୍ତ୍ୟୁ ଦଣ୍ଡ ଦେଇଛନ୍ତି । ସବୁକଥା ଶୁଣିବା ପରେ ରାଜା ନିଜ ଭୁଲ ବିଷୟରେ ଜାଣି ପାରିଲେ ଓ ତୁରନ୍ତ ହିଁ ମାଳୀକୁ ଛାଡି ଦେଲେ ।

ଏହା ପର ଦିନ ତେନାଲୀରାମ ରାଜା କୃଷ୍ଣଦେବ ରାୟଙ୍କର ଦରବାରରେ ଆସିଲେ ତେବେ ରାଜା ତାଙ୍କୁ ପଚାରିଲେ କି କଣ ତୁମେ ମାଳିର ପତ୍ନୀକୁ ଏହି ଉପଦେଶ ଦେଇଥିଲ ? ରାଜାର କଥା ଶୁଣି ତେନାଲୀରାମ ହସିବାକୁ ଲାଗିଲେ, ଓ କହିଲେ କି ଫୁଲ ନଷ୍ଟ ହୋଇ ଯିବାରୁ ଆପଣ କ୍ରୋଧରେ କାହାର ବି କଥା ଶୁଣୁ ନ ଥିଲେ । ଆପଣଙ୍କ ନିକଟରେ ମାଳିର ପତ୍ନୀର କଥା ପହଞ୍ଚାଇବା ପାଇଁ ମୁଁ ଏହି ଛେଳିକୁ ମାରିବା ପାଇଁ ଉପଦେଶ ଦେଇଥିଲି ।

ତେନାଲୀରାମଙ୍କର କଥା ଶୁଣି ରାଜା ତାଙ୍କୁ ଧନ୍ୟବାଦ କହିଲେ ଓ କହିଲେ କି, ମୁଁ କ୍ରୋଧରେ ଆସି ଏକ ଭୁଲ ନିଷ୍ପତି ନେଇଯାଇଥିଲି ଓ ତୁମେ ମୋତେ ଏହି ଭୁଲ ନିଷ୍ପତିରୁ ରକ୍ଷା କରିଦେଲ ।