ଶେଷ ଦର୍ଶନ ପାଇଁ ଆସିଥିବା ବେଳେ Raimohan Parida ଙ୍କ ପରିବାର ବିଷୟରେ ଏମିତି କହିଲେ ଯାତ୍ରା ଅଭିନେତ୍ରୀ Rani Panda, ଦେଖନ୍ତୁ video 

ବହୁଚର୍ଚ୍ଚିତ ଓଲିଉଡ ଅଭିନେତା ରାଇମୋହନ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁ ନାହାନ୍ତି ରାଜ୍ୟବାସୀ । ତାଙ୍କ ଭଳି ଜଣେ ଦୃଢ ମାନସିକତାର ବ୍ୟକ୍ତି ଯେ କିପରି ଆତ୍ମହତୟଆ କରିବେ ଏହା ବିଶ୍ବାସ କରିବା ଅସମ୍ଭବ ହୋଇପଡୁଛି । ଭୁବନେଶ୍ବର ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯିବା ପରେ ତଦନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଓଲିଉଡ ଜଣେ ମହାନ କଳାକାରଙ୍କୁ ହରେଇ ଭାଙ୍ଗିପଡିଛି ।

ଖଳନାୟକ ଭୂମିକାରେ ଦୀର୍ଘ ବର୍ଷ ଧରି ଅନେକ ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ । ତେବେ ନକରାତ୍ମକ ଭୂମିକାରେ ଅଭିନୟ କରୁଥିଲେ ସୁଦ୍ଧା ସେ ବହୁତ ଶାନ୍ତ ଓ ଉଦାର ହୃଦୟ ବ୍ୟକ୍ତି ଥିଲେ । ତାଙ୍କ କଳାକୁ ନିଖୁଣତାର ସହ ପ୍ରଦର୍ଶନ କରିବା ତାଙ୍କୁ ବେଶ ଭଲଭାବେ ଜଣାଥିଲା । କେବଳ ସିନେମା ଜଗତ ନୁହେଁ ବରଂ ଯାତ୍ରା ତଥା ମଞ୍ଚ ଜଗତ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି ।

ରାଇମୋହନଙ୍କୁ ଶେଷ ଦର୍ଶନ କରିବା ପରେ ଉଭୟ ସିନେମା ଓ ମଞ୍ଚ ଜଗତରୁ ଅନେକ କଳାକାର ଆସିଥିଲେ । ସମସ୍ତଙ୍କ ଆଖିରେ ତାଙ୍କ ପାଇଁ ଲୁହ ଥିଲା । ରାଇମୋହନଙ୍କୁ ଶେଷ ଦର୍ଶନ କରିବା ପାଇଁ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ଆସିଥିଲେ । ଏହି ସମୟରେ ସେ ରାଇମୋହନଙ୍କ ମୃତ୍ୟୁକୁ ନେଇ ନିଜ ପ୍ରତିକ୍ରିୟା ଦେଇଥିଲେ । ରାନୀ ପଣ୍ଡା ରାଇମୋହନଙ୍କ ସହ ଏକାଠି ଯାତ୍ରାରେ ଅଭିନୟ କରିଛନ୍ତି ।

ସେ କହିଛନ୍ତି କି ରାଇମୋହନଙ୍କ ମୃତ୍ୟୁ ଯାତ୍ରା ଓ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଯାହା କେବେବି ପୂରଣ ହେବାକ ସମ୍ଭବ ନୁହେଁ । ଏହି ଘଟଣା ସାରା ଜୀବନ ପାଇଁ ତାଙ୍କର ମନେ ରହିଗଲା । ଏଭଳି କଳାକାରଙ୍କୁ ଆମେ ଆଉ ପାଇପାରିବା ନାହିଁ । ରାନୀ ଆହୁରି କହିଛନ୍ତି ଯେ, ସେ ପିଲାଦିନରୁ ରାଇମୋହନଙ୍କୁ ଦେଖି ଆସୁଛନ୍ତି ଓ କଳା କ୍ଷେତ୍ରରେ ସେ ତାଙ୍କ ଠାରୁ ଅନୁପ୍ରାଣିତ ଅଟନ୍ତି । ସେ ତାଙ୍କ ସହ କାମ କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କ ସହିତ ମିଶିଛନ୍ତି ।

ତାଙ୍କ ପରିବାରର ଏହିଭଳି ଦୁର୍ଦ୍ଦଶା ଦିନରେ ନିହାତି ଭାବେ ସେ ତାଙ୍କ ପାଖେ ଠିଆ ହେବା ଉଚିତ ମଣିଛନ୍ତି । ତେଣୁ ସେଟାକୁ ଆସିଛନ୍ତି ବୋଲି କହିଥିଲେ ରାନୀ ପଣ୍ଡା । ରାଇମୋହନଙ୍କ ଆତ୍ମାକୁ ସଦଗତି ମିଳିବା ସହ ତାଙ୍କ ପରିବାରକୁ ଧୈର୍ଯ୍ୟ ମିଳୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।