ବର୍ଷିୟାନ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ ସୁରାକ । ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ ଘେରରେ ରହିଛି ଏହି ଯୁବକଙ୍କ ଭୂମିକା । ଶୁଣିବାକୁ ମିଳିଥିଲା କି ରାଇମୋହନଙ୍କ ମୃତ୍ୟୁର ପୂର୍ବଦିନ ତାଙ୍କ ଘରେ ପତ୍ନୀ ରଞ୍ଜିତା ଓ ଦୁଇ ଝିଅଙ୍କ ସହ ଏକ ବଡ ଝଗଡା ହୋଇଥିଲା । ଆଉ ଏହି ଝଗଡାର କାରଣ ଖୋଜୁ ଖୋଜୁ ପୋଲିସକୁ ଅଳ୍ପ ବହୁତ ଏକ ବଡ ସୁରାକ ମିଳିଛି ।

ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ ଭେଦିବାରେ ଲାଗି ପଡିଥିବା ପୁଲିସକୁ ଏକ ଚାଞ୍ଚଲ୍ୟକର ଖବର ମିଳିଛି । ରାଇମୋହନଙ୍କର ପୂର୍ବଦିନ ରାତିରେ ପରିବାର ଲୋକଙ୍କ ସହ ବଡ ଝଗଡା ହୋଇଥିଲା । ଯେଉଁଥି ପାଇଁ ରାଇମୋହନ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ଏପର୍ଯ୍ୟନ୍ତ ପୁଲିସ ତାଙ୍କ ପରିବାର ଲୋକଙ୍କୁ ମିଶାଇ ମୋଟ ୧୨ଜଣଙ୍କର ବୟାନ ରେକର୍ଡ କରିସାରିଛି । ଗତକାଲି ଡ୍ରାଇଭର ଅଶୋକ, ସ୍ତ୍ରୀ ରଞ୍ଜିତା, ଦୁଇ ଝିଅ, ଜ୍ଵାଇଁ ଏବଂ ପୁତୁରାଙ୍କ ଠାରୁ ପାରିବାରିକ ବିବାଦ ନେଇ ତଥ୍ୟ ଗୋଟାଇଥିଲା ପୁଲିସ ।
ମଞ୍ଚେଶ୍ଵର ଥାନା ପୁଲିସର ଏକ ଚାରିଜଣିଆ ଟିମ୍ ପଳାଶୁଣି ପ୍ରାଚୀବିହାର ଯାଇ ଦୁଇଜଣ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିଛି । ବିଶେଷ କରି ରାଇମୋହନଙ୍କ ଉଦୟପୁର ବିଲଡିଙ୍ଗରେ ରହୁଥିଲା ତିନିଜଣ ଭଡାଟିଆଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେମାନଙ୍କ ବୟାନକୁ ତର୍ଜମା କରିବା ପରେ ପୁଲିସ କହିଛି କି ଗୁରୁବାର ରାତିରେ ସେମାନଙ୍କ ଘରୁ ରାଇମୋହନ ଏବଂ ଅନ୍ୟ ମାନଙ୍କର ବଡ ପାଟି ଶୁଣା ଯାଉଥିଲା । କୌଣସି କାରଣ ନେଇ ସ୍ତ୍ରୀ ଏବଂ ଦୁଇଝିଅଙ୍କ ସହ ତାଙ୍କର ଯୁକ୍ତିତର୍କ ଚାଲିଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ କୌଣସି ବାହ୍ୟ କ୍ଷତର ଚିହ୍ନ ନଥିବା ଦର୍ଶାଯାଇଛି । ସବୁଠୁ ବଡ ଖବର ହେଉଛି ଏହାରି ମଧ୍ୟରେ ଜଣେ ଯୁବକଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ରାଇମୋହନଙ୍କ ଘରର ପଛ ପାର୍ଶ୍ଵରେ ରହୁଥିବା ଜଣେ ଯୁବକ ନିଶାଖୋର ଅଟନ୍ତି । ସେ କୌଣସି ମତେ ତାଙ୍କ ପରିବାରର ନିକଟତର ହେବାକୁ ଚେଷ୍ଟା କରୁଥିଲେ ।
ରାଇମୋହନଙ୍କୁ ଛାଡିଦେଲେ ତାଙ୍କ ଘରେ ଆଉ ସମସ୍ତଙ୍କ ସହ ଉକ୍ତ ଯୁବକଙ୍କର ଭଲ ସମ୍ପର୍କ ଥିଲା । ଯାହା ରାଇମୋହନଙ୍କୁ ବିଲକୁଲ ପସନ୍ଦ ନଥିଲା । ଯୁବକଙ୍କ ଉପରେ ଅତିଷ୍ଠ ହୋଇ ରାଇମୋହନ ପୁଲିସରେ ଅଭିଯୋଗ କରିଥିଲେ ଓ ତାଙ୍କ ଅଭିଯୋଗ ଅନୁସାରେ ପୁଲିସ ଉକ୍ତ ଯୁବକଙ୍କ ଘରକୁ ଯାଇ ତାଙ୍କୁ ତାଗିଦ କରି ଫେରିଥିଲା । ତେବେ ଉକ୍ତ ଯୁବକ ତାଙ୍କ ସାନ ଝିଅଙ୍କ ପ୍ରେମିକ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।