ରାହୁଲ ଗାନ୍ଧୀଙ୍କର ଡିଗ୍ରୀ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ …. ଆଜି ହିଁ ପପୁ ଡାକିବା ଛାଡିଦେବେ

ନିଉ ଦିଲ୍ଲୀ : ମୁଁ ଜାଣିନି କି ଆପଣମାନେ ରାହୁଲ ଗାନ୍ଧୀ ବିଷୟରେ କଣ ଭାବୁଛନ୍ତି । କିନ୍ତୁ ଏହି ଖବର ପଢିଲାପରେ ଆପଣ ତାଙ୍କର ଇଜ୍ଜତ କରିବେ । ୧୯ ଜୁନ ୧୯୭୦ ମସିହାରେ ର ଜନ୍ମ ରାହୁଲ ଗାନ୍ଧୀ ଙ୍କର ପିଲାବେଳ ବହୁତ ଖରାପ ଥିଲା । ସଞ୍ଜୟ ଗାନ୍ଧୀ , ଜେଜେମା ଇନ୍ଧିରା ଗାନ୍ଧୀ ଏବଂ ପିତା ରାଜୀବ ଗାନ୍ଧୀଙ୍କ ର ମରିଯିବା ପରେ ରାହୁଲ ଗାନ୍ଧୀ ବହୁତ କିଛି ଦେଖିଛନ୍ତି । ଏହି କାରଣରୁ ରାହୁଲ ଗାନ୍ଧୀଙ୍କୁ କେତେ ଥର ପଢାପଢୀ ଛାଡିବାକୁ ପଡିଛି ।

ରାହୁଲ ଗାନ୍ଧୀ ନିଜର ଶିକ୍ଷା ଦିଲ୍ଲୀ ର ମର୍ଡେନ ସ୍କୁଲ ରୁ ଆରମ୍ଭ କରିଥିଲେ । ଏହାପରେ ରାହୁଲ ଗାନ୍ଧୀଙ୍କୁ ଦେହରାଦୂନ ର ସ୍କୁଲ କୁ ପଠା ଯାଇଥିଲା । ସେଠାରେ ତାଙ୍କର ପିତା ରାଜୀବ ଗାନ୍ଧୀ ବି ନିଜର ଶିକ୍ଷା ଗ୍ରହଣ କରିଥିଲେ । ୧୯୮୪ ମସିହାରେ ଇନ୍ଧିରା ଗାନ୍ଧୀଙ୍କ ହତ୍ୟା ପରେ ସୁରକ୍ଷା ହେତୁ ରାହୁଲ ଗାନ୍ଧୀଙ୍କୁ ଘରେ ରହି ପଢିବାକୁ ପଡିଲା ।

୧୯୮୯ ମସିହାରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ର ସେଂଟ ସ୍ଟୀଫେଂସ କଲେଜ ରେ ଭର୍ତି କରା ଯାଇଥିଲା କିନ୍ତୁ ପୁଣି ଥରେ ତାଙ୍କର ସୁରକ୍ଷା ହେତୁ ତାଙ୍କୁ ଆମରିକା ରେ ପଢିବା ନିମନ୍ତେ ପଠା ଯାଇଥିଲା । ଏହିଠାରେ ରାହୁଲ ୧୯୯୦ ରେ Harvard University ରେ ଭର୍ତି ହୋଇଥିଲେ କିନ୍ତୁ ପୁଣି ଥରେ ୧୯୯୧ ମସିହାରେ ପିତାଙ୍କ ହତ୍ୟା ପରେ ସୁରକ୍ଷା କାରଣରୁ ତାଙ୍କୁ ଏଠୁ ବି ପଢା ଛାଡି ବାକୁ ପଡିଲା ।

Harvard University ଛାଡିବା ପରେ ରାହୁଲ ଙ୍କର ଶିକ୍ଷା ୧୯୯୧ ରେ ଆରମ୍ଭ କରି ୧୯୯୪ ପର୍ଯ୍ୟନ୍ତ ରୋଲିଂସ କଲେଜ ରେ ହୋଇ ଥିଲା । ଏଠୁ ସେ ଡିଗ୍ରୀ ହାସଲ କରିଲେ । ପୁଣି ୧୯୯୫ ରେ University of Cambridge ର ଟ୍ରିନିଟି କଲେଜ ରେ ଏମଫିଲ ର ଡିଗ୍ରୀ ହାସଲ କରିଥିଲେ । ଆପଣଙ୍କୁ କହିଦେଉଛି ଯେ ଗ୍ରେଜୁଏଶନ ପରେ ୩ ବର୍ଷ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଲଣ୍ଡନ ରେ ମନିଟର ଗ୍ରୁପ ସହ କାମ କରିଥିଲେ ।