ଭାରତୀୟଙ୍କୁ ନେଇ ହେଲା ଏବେ ପର୍ଯ୍ୟନ୍ତ ସବୁଠୁ ବଡ ଖୁଲାସା , 5 କୋଟିରୁ ଉର୍ଦ୍ଧ ଲୋକ ହେଇଛନ୍ତି ଏହି ରୋଗର ଶିକାର

ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ସେହି କଥା ଶୁଣିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯିବେ । ରିପୋର୍ଟ ଅନୁସାରେ ବର୍ତ୍ତମାନ ର ସବୁଠାରୁ ବଡ କଥା ହେଉଛି ଯେ, ଭାରତରେ ପାଖାପାଖି ୫ କୋଟି ରୁ ବେଶୀ ଲୋକମାନେ ମାନସିକ ରୋଗ ର ଶିକାର ଅଟନ୍ତି । ଆମେ ସମସ୍ତେ ବିଭିନ୍ନ ପ୍ରକାର ରୋଗ ବିଷୟରେ କଥାବାର୍ତ୍ତା ହେଉ କିନ୍ତୁ ମାନସିକ ରୋଗ ବିଷୟରେ କଥା ହେବା ବୋଧେ ଆମେ ଉଚିତ ମନେ କରୁନା ।

ଏହି ପରିକ୍ଷଣରୁ ଏହି କଥା ବାହାରକୁ ଆସିଛି ଯେ ଗାଁ ଏବଂ ସହର ମଧ୍ୟରେ ବେଶୀ ପାର୍ଥକ୍ୟ ନାହିଁ ଉଭୟଙ୍କର ସ୍ଥିତି ସମାନ ଅଟେ । ପରିକ୍ଷଣରୁ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ସାମନ୍ନାକୁ ଆସିଛି ଯେ ଜନସଂଖ୍ୟା ୬.୪ ପ୍ରତିଶତ ଲୋକ ମାନସିକ ମୁଣ୍ଡ ରୋଗ ରେ ପୀଡିତ ଅଛନ୍ତି । କେବଳ ଏହା ନୁହେଁ ଏହି ମାନସିକ ରୋଗକୁ ଠିକ କରିବାପାଇଁ ଭାରତରେ ବହୁ ଡାକ୍ତର ଏବଂ ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ସାହାର୍ଯ୍ୟ ଦରକାର ଅଟେ ।

ଏହା ଏମିତି ସେମିତି ରୋଗ ନୁହେଁ ଯାହାକୁ ଆପଣ ଅବହେଳା କରିବେ ଏବଂ ଆପଣ ଭାବିବେ ଯେ ଆପଣ ଠିକ ହୋଇଯିବେ କିନ୍ତୁ ଏହା ଦିନକୁ ଦିନ ଭୟଙ୍କର ରୂପ ନେଇଥାଏ । ଆମେ ଆପଣଙ୍କୁ କହୁଛୁ ଯେ ‘Love Laugh Foundation’ ନାମକ ଗୋଟିଏ ସଂସ୍ଥା ଏହି କ୍ଷେତ୍ରରେ କାମ କରୁଛନ୍ତି । ୮୭ ପ୍ରତିଶତ ଲୋକମାନେ ଏହି ସଂସ୍ଥା ସହିତ ଜଡିତ ହୋଇ ନିଜର ରୋଗ କୁ ଭଲ କରିପାରୁଛନ୍ତି ।

World Health Organization ର ରିପୋର୍ଟ ଅନୁସାରେ ଆମେରିକା, ଚୀନ ଏବଂ ଭାରତ ଦେଶ ଭଳି ବହୁତ ଦେଶ ଏହି ରୋଗ ରେ ଜଡିତ ହୋଇ ଗଲେଣି । ଯେଉଁ ଠାରେ ଭାରତ ମାନସିକ ରୋଗ ରେ ଷଷ୍ଠ ସ୍ଥାନ ରେ ଅଛି । ମାନସିକ ରୋଗ ଯେମିତି କି ଡିପ୍ରେଶନ, ୱିକାର, ବାଇପୋଲର ଡିସର୍ଡର ର ଶିକାର ଅଟନ୍ତି । ୨୦୧୫ -୧୬ National Mental Health Survey ର ଅନୁସାରେ ପ୍ରାୟ ୬ ଜଣକ ଭାରତୀୟଙ୍କ ମଧ୍ୟରେ ଜଣେ ଭାରତୀୟ ଏହି ମାନସିକ ରୋଗ ଦ୍ଵାରା ପୀଡିତ ଅଛନ୍ତି ।