ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ଓଡିଶାରେ ସସ୍ମିତା ଜେନା ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସସ୍ମିତା ଗୋଟେ ପରେ ଗୋଟେ ଗୀତ ଗାଇବାରେ ଲାଗିଛନ୍ତି ଯାହା ମିଲିୟନ ମିଲିୟନ ଭିୟୁ ଯାଉଛି । ତେବେ ଏହାରି ମଧ୍ୟରେ ସସ୍ମିତା ଙ୍କୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଏ ନେଇ ସସ୍ମିତା ଗଣମାଧ୍ୟମରେ ଏକ ସାକ୍ଷାତକାର ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।
ସସ୍ମିତା କହିଛନ୍ତି ଯେ “ମୁଁ ଲିଙ୍ଗରାଜ ମନ୍ଦିର ରେ ଯେ ହେତୁ ଭିକ ମାଗୁଥିଲି କିନ୍ତୁ ରାହୁଲ ଭାଇ ମୋତେ ଭିକ ନ ମାଗି ରାସ୍ତା ଦେଖାଇବାକୁ ଚେଷ୍ଟା କରିଲେ । ମୋତେ ଉପରକୁ ଚଢାଇ ବି ଦେଲେ । ସେ ମୋର ପାଖାପାଖି ରହିବାକୁ ଚେଷ୍ଟା କରନ୍ତି ମୋତେ ବହୁତ ବୁଝାବୁଝି କରନ୍ତି । ସେ ଯେହେତୁ ଜଣେ ପ୍ରଡ୍ୟୁସର ମୋତେ କିଛି ନ ପଚାରି ନେଇଗଲେ ସେଟା ତାଙ୍କର ପ୍ରଥମ ଗୋଟେ ଭୁଲ । ଆଉ ସେମିତି କିଛି ନାହିଁ ।
ସେ ମୋ ଠାରୁ କିଛି ପଇସା ଠକିକି ନେଇ ନାହାନ୍ତି । ରାହୁଲ ଭାଇଙ୍କ ପାଇଁ ମୁଁ ଆଜି ଏଠାରେ ଫଞ୍ଚିଛି । ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି । କାରଣ ସେ ଭଳି ଭାଇ ମୁଁ କେଉଁଠି ଖୋଜିଲେ ବି ପାଇବିନି । ପ୍ରଥମରୁ ସେ ମୋତେ ସପୋର୍ଟ କରିଛନ୍ତି । ଲୋକେ ଯେଉଁ କଥା କହୁଛନ୍ତି ରାହୁଲ ଭାଇ ଙ୍କୁ ସେ କଥା ଶୁଣି ମୋତେ ବହୁତ କଷ୍ଟ ଲାଗୁଛି ।
ସେ ମୋତେ ନ କହି ଗୀତ ଗାଇବାକୁ ନେଇକି ଗଲେ ସେଟା ତାଙ୍କର ଟିକେ ଭୁଲ ରହିଗଲା । ନ ହେଲେ ରାହୁଲ ଭାଇ ବହୁତ ଭଲ । ମୁଁ ଆଶା କରୁଛି ସେ ଏମିତି ଭଲରେ ରୁହନ୍ତୁ । ମୁଁ ଚାହୁଁଛି ଏଥର ରାହୁଲ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବି । ଗୋଟେ ଭଉଣୀର ଆଶୀର୍ବାଦ ତାଙ୍କ ଉପରେ ରହିବ । ସେ ବହୁତ କାନ୍ଦିଛନ୍ତି ମୋତେ ବହୁତ ଦୁଃଖ ଲାଗୁଛି ।
ମୁଁ ବି କିଛି ନ ବୁଝିପାରୁ କହି ଦେଇଛି ସେଟା ମୋର ବି ଭୁଲ ଅଛି । ରାହୁଲ ଭାଇ ମୋତେ ବାଧ୍ୟ କରି ନ ଥିଲେ ଯେଉଁ ପ୍ରଡ୍ୟୁସର ଥିଲେ ସେ ମୋତେ ବାଧ୍ୟ କରିଥିଲେ । ରାହୁଲ ଭାଇ କହିଲେ ତୁମେ ଶୁଣ ମୁଁ କେମିତି ଗାଉଛି ତାପରେ ତୁମେ ଗାଇବ । ସବୁ ପ୍ରଡ୍ୟୁସର ଙ୍କର ଦୋଷ ଅଛି କାରଣ ପ୍ରଡ୍ୟୁସର ରାହୁଲ ଭାଇଙ୍କୁ ମୋତେ ଘର ଦେଖାଇବା ବାହାନା ରେ ନେବାକୁ କହିଥିଲେ । ଏଥିରେ ରାହୁଲ ଭାଇଙ୍କର କିଛି ବି ଦୋଷ ନାହିଁ । ସେ ଚାହିଁଲେ ମୋ ସହ କଥା ହୋଇ ପାରିବେ” ।