Vastu Tips- ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ମିଶାଇ ଦିଅନ୍ତୁ ଏହି 1 ଜିନିଷ, ସବୁ ମନୋକାମନା ହେବ ପୂର୍ଣ୍ଣ

ଶାସ୍ତ୍ର ଅନୁସାରେ ସୁର୍ଯ୍ୟ ଦେବଙ୍କୁ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି । ସୁର୍ଯ୍ୟ ଦେବ ଏମିତି ଏକ ଦେବତା ଯାହାକି ତାଙ୍କୁ ସାକ୍ଷାତ ପୃଥିବୀ ପୃଷ୍ଠରୁ ଦେଖି ହୁଏ । ସୁର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥାଏ । ସୁର୍ଯ୍ୟକୁ ବେଦରେ ଜଗତର ଆତ୍ମା କୁହାଯାଏ । ସୁର୍ଯ୍ୟଙ୍କ ପାଇଁ ହିଁ ଏହି ପୃଥିବୀରେ ଜୀବନ ସମ୍ଭବ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଜୀବନରେ ସବୁ ସୁଖ ମିଳିବା ସହ ସବୁ ପାପରୁ ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କ କୁଣ୍ଡଳୀରେ ସୁର୍ଯ୍ୟ ଗ୍ରହ ମଜବୁତ ସ୍ଥିତିରେ ଥାଆନ୍ତି ତେବେ ବ୍ୟକ୍ତିକୁ ରାଜ ପାଠ ମିଳେ ଓ ସରକାରୀ ଚାକିରୀ ମିଳିଥାଏ । ସମାଜରେ ମାନ ସମ୍ମାନ ମିଳିଥାଏ । ସୁର୍ଯ୍ୟ ଦେବଙ୍କୁ ଗ୍ରହମାନଙ୍କର ରାଜା କୁହାଯାଏ ।

ସୁର୍ଯ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତି ସବୁ ଗ୍ରହର ପ୍ରଭାବ ସମାପ୍ତ ହୋଇ ନାହିଁ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସୁର୍ଯ୍ୟ ଦେବଙ୍କୁ ରବିବାର ଦିନ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିକୁ ସବୁ ପ୍ରକାରର ସୁଖ ସୁବିଧା ମିଳିଥାଏ ଓ ସେ କେବେ ବି ଜୀବନରେ ହାରି ନଥାଏ । ସୁର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବାରେ ବହୁତ ଲାଭ ମିଳିଥାଏ । ସୂର୍ଯ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ଚାକିରି ଆସୁଥିବା ବାଧା ବିଘ୍ନ ସବୁ ଦୂର ହୋଇଯାଇଥାଏ । ତା ସହିତ ଚାକିରିରେ ପଦଉନ୍ନତି ହେବାର ସମ୍ଭାବନା ଅଛି ।

ଯେଉଁ ବ୍ୟକ୍ତି ସବୁ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି । ତାଙ୍କ ଚେହେରାରେ ଉଜ୍ଜଳ ଭାବ ପ୍ରକାଶ କରିଥାଏ । ପୁରୁଣା ଅନୁସାରେ ଭଗବାନ ବିଷ୍ଣୁ ଧରତୀରେ ଯେତେବେଳେ ରାମ ଅବତାର ନେଇଥିଲେ । ସେ ବି ସବୁଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଥିଲେ । ସେଥିପାଇଁ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ଦ୍ଵାରା ରାବଣ ଯେତେ ଚେଷ୍ଟା କଲେ ବି ରାମଙ୍କୁ ହରାଇ ପାରି ନ ଥିଲେ । ଆଜି ଆମେ ଆପଣଙ୍କୁ ପୁରୁଣାରେ ଲେଖା ହୋଇଥିବା ଏପରି ଏକ ଗୁପ୍ତ ଉପାୟ ବିଷୟରେ କହିବୁ ।

ଯଦି ଏହି ଉପାୟଟି ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ସମୟରେ କରିବେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣ ଯାହା ବି ଚାହିଁବେ ତାହା ଅବଶ୍ୟ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ସେହି ଖାସ ଉପାୟଟି କଣ ସବୁଠୁ ପ୍ରଥମେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସାନ୍ନ ଆଦି କାର୍ଯ୍ୟ କରି ନିଅନ୍ତୁ । ଯେତେବେଳେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ସେତେବେଳେ ତାଙ୍କ ଆଗରେ ଦୀପ ପ୍ରଜ୍ଵଳିତ କରିଦିଅନ୍ତୁ । ଦୀପ ଆପଣ ସୋରିଷ ତେଲର ହିଁ ଜଳେଇବେ ।

ଦୀପ ସୂର୍ଯ୍ୟ ଦେବଙ୍କ ଆଗରେ ଜଳେଇବେ ସେତେବେଳେ ଆପଣଙ୍କ ମନରେ ଥିବା ମନୋକମାନା ଗୁଡିକ କହିଦେବେ । ଗୋଟେ ତମ୍ଭା ଢଳରେ ପାଣି ନେଇକି ପୂର୍ବ ଦିଗ ଆଡକୁ ଠିଆ ହୋଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଜଳ ଚଢେଇବା ସମୟରେ ସୂର୍ଯ୍ୟଦେବଙ୍କୁ କହିବେ ‘ଓମ ସୁର୍ଜ୍ୟାୟ ନମହ’ ଏହି ମନ୍ତ୍ରଙ୍କୁ ଆପଣ ତିନି ଥର ଜପ କରିନିଅନ୍ତୁ । ତାପରେ ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରିନିଅନ୍ତୁ ।

ଯେତେବେଳେ ସୂର୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ସେତେବେଳେ ସେହି ତମ୍ଭ ଢାଳରେ ଯମୁନା ନଦୀର ପଣି ମିଶେଇକି ଅର୍ପଣ କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ରୋଗ ବ୍ୟାଧି , ଅନେକ ସମାଶ୍ୟାରୁ ବଞ୍ଚିତ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।