କାଳ ସାଜିଲା ଜନ୍ମଦିନରେ କେକ କାଟିବା । କେକ କାଟିବାକୁ ଯାଉଥିଲେ ଓଭର ବ୍ରିଜ ରୁ ତଳକୁ ଖସି ପଡିଲେ । ହଁ ଦର୍ଶକ ବନ୍ଧୁ ସାଙ୍ଗ ପାଇଁ ଜନ୍ମଦିନରେ କେକ କାଟିବା ହେଲା କାଳ । ଦୁଇ ସାଙ୍ଗଙ୍କ ପାଇଁ କେକ କାଟିବା ମୃତ୍ୟୁ ସାଜିଛି । କେକ କାଟିବାକୁ ଯାଉଥିବା ବେଳେ ଓଭର ବ୍ରିଜ ରୁ ଖସି ପଡିଛନ୍ତି ଦୁଇ ଜଣ ସାଙ୍ଗ । ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସାଙ୍ଗ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ଜନ୍ମ ଦିନ ଥିଲା ସେଥିପାଇଁ ସାଙ୍ଗ କୁ ରାତି 12ଟା ରେ ସରପ୍ରାଇଜ ଦେଇଥାନ୍ତେ ଆଉ ଜଣେ ସାଙ୍ଗ । କେକ କାଟିଥାନ୍ତେ ହାପି ବାର୍ଥଡେ ୱିସ କରିଥାନ୍ତେ । ହେଲେ ସବୁ କିଛି ଅଧାରେ ରହିଗଲା । କେକ କାଟି ପାରିଲେନି ଦୁଇ ଜଣ ସାଙ୍ଗ । ଦୁଇ ସାଙ୍ଗଙ୍କ ମଧ୍ୟରୁ ଜେଣ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।
କାରଣ ବମିଖାଲ ଓ ବମ୍ବେଇ ଛକରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଲେ ଦୁଇ ସାଙ୍ଗ । ଗାଡି ଭାଙ୍ଗି ଯାଇଛି ତଳେ ଜୋତା ପଡିଛି । ରକ୍ତରେ ଭିଜିଛି ପୁରା ସ୍ଥାନ । ପ୍ରାୟ 40 ଫୁଟ ତଳକୁ ଖସି ପଡିଛନ୍ତି ଦୁଇ ସାଙ୍ଗ । ମୃତକଙ୍କ ନାଁ ହେଉଛି କେଦାରଗୌରୀ ଅଞ୍ଚଳର ସବ୍ୟସାଚୀ ପୃଷ୍ଠି ଓ ଆହତ ଙ୍କ ନାଁ ହେଉଛି ସୁନ୍ଦରପଦା ଅଞ୍ଚଳରେ ସୁମିତ ପାତ୍ର ।

ସୂଚନା ଅନୁଯାୟୀ ଦୁଇ ଜଣ ସାଙ୍ଗ କେକ ଧରି ରାତି 11ଟା ସମୟରେ ଜଟଣୀ ବାହାରି ଥିଲେ । ସାଙ୍ଗରେ ଥିଲା ଦୁଇଟି କେକ । ଏକା ସହ ଏକ କାଟି ସାଙ୍ଗକୁ ଜନ୍ମଦିନର ଶୁଭେଛା ଜଣାଇବାକୁ ଯାଉଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସହିଦନଗର ଠାରୁ କଳ୍ପନା ଛକ ଆଡକୁ ବୁଲେଟରେ ଯାଉଥିବା ବେଳେ ବମିଖାଲ ବ୍ରିଜ ଉପରୁ ଏକ ଡିଭାଇଡର ରେ ପିଟି ହୋଇଥିଲେ ।
ଯାହା ପରେ ଦୁହେଁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲେ । ଦୁର୍ଘଟଣା ହେବା ପରେ ସ୍ଥିତି ଭୟଙ୍କର ହୋଇ ପଡିଥିଲା । ଘଟଣା ସ୍ଥଳରେ ସବ୍ୟସାଚୀ ଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ପୋଲିସ କୁ ଫୋନ କରିଥିଲେ ଓ ଆମ୍ବୁଲାନ୍ସ ରେ ଦୁହିଙ୍କୁ ମେଡିକାଲ ନିଆ ଯାଇଥିଲା । ଅନ୍ୟ ପଟେ ଏବେ ସୁମିତ ମରଣ ସହ ଲଢେଇ କରୁଛନ୍ତି ।
ତେବେ ଏହି ଘଟଣା ଟି ହୃଦୟ ବିଦାରକ ଅଟେ । କାରଣ ଦୁଇ ସାଙ୍ଗ ଜନ୍ମ ଦିନରେ ମରଣ କୁ ବରଣ କରିଛନ୍ତି । ଆଉ ନିଜର ପୁଅଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ପରିବାର ଏବେ ଭାଙ୍ଗି ପଡିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।