ଭୁଲ ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତା ଯୋଗୁଁ ଆଜିକାଲି ଅନେକ ଲୋକ ଅର୍ଶ (Piles) ଭଳି ସମସ୍ୟାର ସମୁଖୀନ ହେଉଛନ୍ତି । ଅର୍ଶ ମଳଦ୍ଵାରରେ ଛୋଟ ଛୋଟ ମାଂସପିଣ୍ଡୁଳା ଭଳି ବାହାରିଥାଏ । ଏହା ମଳତ୍ଯାଗ ସମୟରେ ଯନ୍ତ୍ରଣା ହେବା ସହ ରକ୍ତ ମଧ୍ୟ ପଡିଥାଏ । ଏଥିପାଇଁ ବହୁ ଦାମୀ ମେଡ଼ିସିନ ଖାଇବାକୁ କିମ୍ବା ଅପରେସନ କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବିନା କୌଣସି ଖର୍ଚ୍ଚରେ ଘରୋଇ ଉପାୟରେ ଅର୍ଶ ମୂଳରୁ ଭଲ କରିବାର ଆୟୁର୍ବେଦିକ ଉପାୟ ନେଇ ଆସିଛୁ ।
ଏଥିପାଇଁ ଆପଣଙ୍କୁ ଗୋଟିଏ କପ ଉଷୁମ କ୍ଷୀରର ଆବଶ୍ୟକତା ହେବ ଓ ଫାଳେ ଲେମ୍ବୁ ରସ । ଲେମ୍ବୁ ଓ କ୍ଷୀରକୁ ଏକାଠି ଖାଇଲେ ଏହା ଛିଣ୍ଡି ଯାଏ ଓ ଏହା ଆପଣଙ୍କ ପାଇଁ କୌଣସି ଲାଭଦାୟକ ମଧ୍ୟ ହେବ ନାହିଁ । ତେଣୁ ଆପଣଙ୍କୁ ଏହା ଏମିତି ଉପାୟରେ ଖାଇବାକୁ ହେବ ଯେପରି ଏହା ଛିଣ୍ଡି ନଥିବ ।
ପ୍ରଥମେ ଆପଣ ଏକ କପ କ୍ଷୀର ନିଅନ୍ତୁ ଏବଂ ଆଉ ଏକ ପାତ୍ରରେ ଫାଳେ ଲେମ୍ବୁର ରସକୁ ଚିପୁଡି ଦିଅନ୍ତୁ । ଯଦି ଛୋଟ ଲେମ୍ବୁ ଅଛି ତେବେ ଗୋଟିଏ ଲେମ୍ବୁ ନେଇପାରିବେ । ବଡ ଲେମ୍ବୁ ଥିଲେ ଫାଳେ ଲେମ୍ବୁର ରସ ନିଅନ୍ତୁ । ବର୍ତ୍ତମାନ ଆପଣ ଲେମ୍ବୁ ରସ ଥିବା ପତ୍ରରେ ଏକ କପ କ୍ଷୀରକୁ ଢାଳି ଦିଅନ୍ତୁ ଓ ସାଙ୍ଗେ ସାଙ୍ଗେ କ୍ଷୀର ଛିଣ୍ଡିବା ଆଗରୁ ଏହାକୁ ସେବନ କରି ନିଅନ୍ତୁ ।
ଏହିପରି କିଛିଦିନ କରି ଦେଖନ୍ତୁ ଆପଣଙ୍କ ଅର୍ଶ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଯଦି ଆପଣଙ୍କୁ କ୍ଷୀର ଖାଇବାକୁ ପସନ୍ଦ ନୁହେଁ ତେବେ ଆମେ ଅର୍ଶ ଭଲ କରିବାର ଆଉ ଏକ ସହଜ ଘରୋଇ ଉପାୟ କହିବୁ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ମାତ୍ର ଗୋଟିଏ କଦଳୀ ଓ ଖାଇବା କର୍ପୁର ।
ଆପଣ ତ ଜାଣିଥିବେ କର୍ପୁର ଦୁଇ ପ୍ରକାରର ଥାଏ । ତେଣୁ ଖାଇବା କର୍ପୁର ଏଥିପାଇଁ ଆପଣ ନେବେ । ଆପଣ ପ୍ରଥମେ ନେଇଥିବା କଦଳୀର ଚୋପା ଛଡେଇ ଦିଅନ୍ତୁ ଓ ଏହାକୁ ମଝିରୁ ଲମ୍ବାରେ କାଟି ଦିଅନ୍ତୁ । ପୁରା ଫାଳ କରିବେ ନାହିଁ କେବଳ ଗୋଟିଏ କଟ୍ ଲଗାଇବେ ।
ଏହାପରେ ଆପଣ ନେଇଥିବା ଖାଇବା କର୍ପୁରକୁ ଗୁଣ୍ଡ କରି ଦିଅନ୍ତୁ ଓ ସେଥିରୁ ଛୋଟ ଛୋଟ ଚଣା ଆକାରର ବା ଦୁଇ ଚିମୁଟା କର୍ପୁର ନେଇ କଦଳୀ ମଝିରେ ଲଗାଇ ଦିଅନ୍ତୁ । ଅଧିକ କର୍ପୁର ନେବେ ନାହିଁ । ଏବେ ଆପଣ ଏହି କର୍ପୁର ମିଶା କଦଳୀକୁ ସକାଳୁ ନିତ୍ୟକର୍ମ ସାରିବା ପରେ ଖାଲି ପେଟରେ ସେବନ କରନ୍ତୁ ।
ଏହିପରି ସାତଦିନ ପର୍ଯ୍ୟନ୍ତ ଖାଇ ଦେଖନ୍ତୁ ଆପଣଙ୍କ ଅର୍ଶ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ତୃତୀୟ ଦିନରୁ ହିଁ ଆପଣ ଫରକ ଅନୁଭବ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।