ବନ୍ଧୁଗଣ ଟଙ୍କାର ଆବଶ୍ୟକତା ଆମ ସମସ୍ତଙ୍କୁ ହୋଇଥାଏ । ସେଥିପାଇଁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରତ୍ଯେକ ଲୋକ ରୋଜଗାର କରିଥାନ୍ତି । ବନ୍ଧୁଗଣ ଟଙ୍କାକୁ ରଖିବା ପାଇଁ ସମସ୍ତେ ପର୍ସର ବ୍ୟବହାର କରିଥାନ୍ତି । ଆଜିକାଲି ଯଦିଓ ଲୋକ ଟଙ୍କାକୁ ଅନଲାଇନ ମାଧ୍ୟମ ଦ୍ଵାରା ଦେଣଲେନ କରୁଥାନ୍ତି । ହେଲେ ଆପଣଙ୍କୁ ପ୍ରତି ମାସରେ ମିଳୁଥିବା କିଛି ଟଙ୍କାକୁ ବ୍ଯାଙ୍କରୁ ଉଠାଇ ନିଜ ପର୍ସରେ ରଖିବାକୁ ଚେଷ୍ଟା କରନ୍ତୁ ।
ତେବେ ବନ୍ଧୁଗଣ ଟଙ୍କା ରଖୁଥିବା ପର୍ସରେ କେଉଁ ଜିନିଷ ରଖିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହୋଇଥାଏ ସେ ସମ୍ପର୍କରେ ଚାଲାନ୍ତୁ ଜାଣିବା । ଏହା ପୂର୍ବରୁ ପର୍ଶ ସହ ଜଡିତ କିଛି ବିଶେଷ କଥା ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯାହା ଆପଣ ପାଳନ କରିବା ଦ୍ଵାରା ବହୁତ ମଙ୍ଗଳ ହୋଇଥାଏ। ତେବେ ବନ୍ଧୁଗଣ ଚିରାଫଟା ପର୍ସକୁ ବ୍ୟବହାର କରନ୍ତୁ ନାହିଁ । ଯଦି ସମ୍ଭବ ପ୍ରତି ବର୍ଷକୁ ଥରେ ପର୍ସ ବଦଳାଇବାକୁ ଚେଷ୍ଟା କରନ୍ତୁ ।
ଏହା ସହ କିଛି ମାସ ଛାଡି ଛାଡି ନିଜ ପର୍ସକୁ ହଳଦୀ ପାଣିରେ ଧୋଇ ଶୁଖାଇ ପର୍ସକୁ ପରିଷ୍କାର କରି ରଖନ୍ତୁ । କାରଣ ପର୍ସରେ ଆମେ ଆମ ଧନକୁ ରଖିଥାଉ । ଧନର ଦେବୀ ହେଉଛନ୍ତି ଲକ୍ଷ୍ମୀ ମାତା । ମାତା ଲକ୍ଷ୍ମୀ କେବଳ ପରିଷ୍କାର ସ୍ଥାନରେ ବାସ କରିବାକୁ ଭଲ ପାଇଥାନ୍ତି ବୋଲି ଆପଣ ମାନେ ନିହାତି ଭାବେ ଜାଣିଥିବେ । ପର୍ସରେ ଆଦରକାରୀ କାଜଗପତ୍ର ରଖନ୍ତୁ ନାହିଁ । ଏଥିସହ କେବେବି କାହାର ପର୍ସରୁ ଚୋରୀ କରିବା ଉଚିତ ନୁହେଁ ।
ଏପରିକି ନିଜ ପରିବାରରେ ମଧ୍ୟ ପରିବାରର କୌଣସି ସଦସ୍ୟଙ୍କ ପର୍ସରୁ ତାଙ୍କୁ ନପଚାରି ତାଙ୍କ ପର୍ସରୁ ଲୁଚି କରି ପଇସା ନେବା ଅନୁଚିତ ହୋଇଥାଏ । ଯଦି ଟଙ୍କାର ଦରକାର ପଡିଥାଏ । ତେବେ ପର୍ସରେ ଟଙ୍କା ଯିଏ ରଖୁଛନ୍ତି । ସେହି ବ୍ୟକ୍ତିକୁ ପଚାରିକି ତାଙ୍କ ଠାରୁ ଟଙ୍କା ନିଅନ୍ତୁ । ଏହା ବହୁତ ଭଲ ହୋଇଥାଏ । ତେବେ ପର୍ସରେ କେଉଁ କେଉଁ ସବୁ ଜିନିଷ ରଖିବା ବହୁତ ଶୁଭ ହୋଇଥାଏ ଆସନ୍ତୁ ଜାଣିବା ।
ବନ୍ଧୁଗଣ ପର୍ସରେ ମାତା ଲକ୍ଷ୍ମୀଙ୍କ ପାଖରେ ଏକ ରୂପାର କଇନ ପୂଜା କରି ଆଣି ରଖିଲେ ବହୁତ ଶୁଭ ହୋଇଥାଏ । ଏହା ସହ ଆପଣ ଚାହିଁଲେ । 21 ଟି ଅରୁଆ ଚାଉଳକୁ ମାତା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆଣି ଏକ ହଳଦିଆ କାଗଜରେ ଗୁଡାଇ ପର୍ସରେ ରଖିପାରିବେ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ସଦା ସର୍ବଦା ଆପଣଙ୍କ ଉପରେ ଆଶ୍ରୀବାଦ ବଜାୟ ରହିଥାଏ । ଆପଣଙ୍କର କେବେବି ଧନର ଅଭାବ ହୋଇନଥାଏ ।
ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, ଶେୟାର କରିବା ସହ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ଲେଖି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ