“ପୁରୀରେ ଅଥରନଳା ହେଲେ ତା’ର ଏତେ ନଳା ଯେ କେତେ ନେତା ମନ୍ତ୍ରୀ ପଶିକି ବାହାରିଛନ୍ତି, ନହେଲେ ଟାଟା ବିର୍ଲା ବି…”- Sura Routray

କଳାହାଣ୍ଡି ଝିଅ ଅର୍ଚ୍ଚନା ନାଗ ଓ ତାଙ୍କ ଜଗବନ୍ଧୁ ଚାନ୍ଦଙ୍କ ଖବର ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଧୀରେ ଧୀରେ କରି ସାମ୍ନାକୁ ଆସି ସାରିଲାଣି ସେମାନଙ୍କ ପାପ ସାମ୍ରାଜ୍ୟର ଅନେକ ଗୁମର । ଗାଁରେ ଝୁମ୍ପୁଡି ଘର ଥିବାବେଳେ ରାଜଧାନୀକୁ ଆସି ପାପ କାରବାର କରି କିଭଳି ରାଜମହଲ ଭଳି ଘର ତୋଳିଛନ୍ତି ଅର୍ଚ୍ଚନା ଏକଥା କାହାକୁ ଅଛପା ନାହିଁ । ଦେହବେପାର କରି ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ନେଉଥିଲେ ଓ ବଡବଡିଆଙ୍କୁ ଟାର୍ଗେଟ କରି ଫସାଉଥିଲେ ଅର୍ଚ୍ଚନା ।

ତାଙ୍କ ସହ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଏହି ମାମଲାରେ ଜଡିତ ଥିଲେ । ଅର୍ଚ୍ଚନାଙ୍କ ଠାରୁ ପୋଲିସ ଜବତ କରିଥିବା ପେନଡ୍ରାଇଭରେ ଅନେକ ନେତା, ମନ୍ତ୍ରୀ, ବ୍ୟବସାୟୀ ଓ ଇଞ୍ଜିନିୟର ଆଦିଙ୍କ ଫଟୋ ଏବଂ ଭିଡିଓ ଆଦି ରହିଥିବା ମଧ୍ୟ ସୂଚନା ମିଳିଛି । ହେଲେ ପୋଲିସ ଏବେ ଯାଏଁ ସେସବୁର ପର୍ଦ୍ଦାଫାଶ କରିନି । କେଉଁମାନେ ଅର୍ଚ୍ଚନାଙ୍କ ସହ ଏହିସବୁ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ସେମାନଙ୍କୁ ସାମ୍ନାକୁ ଆଣିବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସୁର ଭାଇ ଅର୍ଚ୍ଚନାଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି । ସୁର ଭାଇ କହିଛନ୍ତି, “ପୁରୀରେ ତ ଅଥରନଳା ଅଛି ହେଲେ ତା’ର ଏତେ ନଳା ଯେ କେତେ ନେତା ମନ୍ତ୍ରୀ ପଶିକି ବାହାରିଛନ୍ତି ତାକୁ ମାନିବାକୁ ପଡିବ । ନହେଲେ କାହିଁ କେତେ ପାଠ ପଢି ବି ଲୋକମାନେ କେବଳ ୪ ବର୍ଷରେ ଏଭଳି ରାଜମହଳ ଭଳି ଘର ତୋଳିବା ଅସମ୍ଭବ ।

ଟାଟା, ବିର୍ଲା, ଆଦାନୀ ଓ ଅମ୍ବାନୀ ମଧ୍ୟ ଏମିତି ଘର କରିପାରିବେନି । ତା ନେତୃତ୍ଵ ଏତେ ଲୋକ ଗ୍ରହଣ କରିଛନ୍ତି ବାପରେ ମାନିବାକୁ ପଡିବ । ଏମିତି ହେଲେ ସେ କେତେବେଳେ ଚାହିଁଲେ ପ୍ରଧାନମନ୍ତ୍ରୀ କି ଓଡିଶାର ମୁଖ୍ୟମନ୍ତ୍ରୀ ବି ହୋଇଯିବ । ଯାହାବି ହେଉ ଓଡିଶା ସରକାରଙ୍କୁ ଧନ୍ୟବାଦ ତାକୁ ଗିରଫ କରିଛନ୍ତି । କିନ୍ତୁ ଯେଉଁ ନେତା ମନ୍ତ୍ରୀମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ଧରି କଠୋରରୁ କଠୋର ଦଣ୍ଡ ମିଳିବ ଦରକାର ।

ସେ ତେଣିକି ଯେଉଁ ରାଜନୈତିକ ଦଳର ହୋଇଥାନ୍ତୁ ପଛେ ତାଙ୍କୁ ଶୀଘ୍ର ଲୋକଲୋଚନକୁ ଆଣ ଆଉ ଉପଯୁକ୍ତ ଦଣ୍ଡ ଦିଅ ।” ସୁର ଭାଇଙ୍କ ଏଭଳି ମନ୍ତବ୍ୟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।