ପୁରୀ ରଥଯାତ୍ରାରେ ଅନେକ ଭକ୍ତଙ୍କ ସମାଗମ ଥିବା ବେଳେ, 58ଜଣ ପିଲା ନିଖୋଜ

ବନ୍ଧୁଗଣ ଗତ କାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ପୁରୀ ରେ ହୋଇଥିଲା ପ୍ରବଳ ଭିଡ । ଆଉ ଏହି ଭିଡରେ ନିଖୋଜ ହୋଇ ଯାଇଥିଲେ 58 ଜଣ ଶିଶୁ । କାହାର ବାପା ଙ୍କ ପାଖକୁ ହାତ ଖସି ଯାଇଥିଲା ତ ଆଉ କାହାର ମା ପାଖରୁ । ଆଉ କାହାର ବନ୍ଧୁ ବାନ୍ଧବ ତ ଭାଇ ଭଉଣୀ ଙ୍କ ପାଖରୁ ହାତ ଖସି ଯାଇଥିଲା । ଛୋଟ ପିଲା ଗୁଡାକ ଚିତ୍କାର କରି କାନ୍ଦୁ ଥିଲେ । ହଁ ଦର୍ଶକ ବନ୍ଧୁ 58 ଜଣ ଶିଶୁ କାଲି ନିଖୋଜ ହୋଇଥିଲେ ।

କେହି ଭକ୍ତ ନିଜର ଦୁଇ ହାତ ଟେକି ଦେଉଥିଲା ତ ଆଉ କେହି ଦୁଇ ହାତ ଯୋଡି ଚାହିଁ ରହିଥିଲା ସେହି ଚକା ନୟନ କୁ । ଅନେକ ଭକ୍ତ ମାନେ ବାଜା ର ତାଳେ ତାଳେ ନାଚି ଉଠୁଥିଲେ । କାହା ଆଖି ରୁ ଝଋ ପଡୁଥିଲା ଲୁହ ତ ଆଉ କେହି ଖୁସି ରେ କୋହଭରା କାନ୍ଦ କାନ୍ଦି ପକାଉ ଥିଲା । କିଏ ରଥ ଦଉଡି କୁ ଛୁଇଁ ମୁଣ୍ଡିଆ ମାରି ପକାଉଥିଲା ତ ଆଉ କେହି ରଥ କୁ ଛୁଇଁ ଧନ୍ୟ ମନେ କରୁଥିଲା ।

ତ ଆଉ କାହାର ଆଖି ରୁ ପକା ପଡୁ ନ ଥିଲା । କାହାରି ବି ଆଖି ରୁ ଲୁହ ସୁଖୁ ନ ଥିଲା । ଭଗବାନ ଙ୍କୁ ଦେଖି ଖୁସି ର ଲୁହ ଗଡି ଯାଉଥିଲା ଭକ୍ତ ମାନଙ୍କର । ଆଉ ଠିକ ଏତିକି ବେଳେ ଖୁବ ଖୁବ ଛୋଟ ଛୋଟ ପିଲା ପାଖା ପାଖି 58 ଜଣ ନିଖୋଜ ହୋଇ ଯାଇଥିଲେ । ଆଉ ଏଠାରେ କହି ରଖିବାକୁ କାହିଁବି ଏହି 58 ଜଣ ଶିଶୁ ଙ୍କୁ ବର୍ତ୍ତମାନ ସୁଧା ଜିଲ୍ଲା ପ୍ରଶାସନ ଉଧାର କରି ସାରିଛି ।

କାଲି ରାତି 9ଟା ସୁଧା 55 ଜଣ ଶିଶୁ ଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନା କରିବା ପରେ ତାଙ୍କ ଅଭିଭାବକ ଙ୍କୁ ଯୋଗାଯୋଗ କରି ହସ୍ତାନ୍ତର ସରିଛି । ଆଉ ରହିଲେ ବାକି 3 ଜଣ । ସେହି 3 ଜଣ ଶିଶୁ ଙ୍କୁ ଶିଶୁ ମଙ୍ଗଳ କମିଇତି ଙ୍କ ନିର୍ଦ୍ଦେଶକ କ୍ରମେ ଓପନ ସେଣ୍ଟର ରେ ରଖା ଯାଇଛି । ଜଣେ ବାହାର ରାଜ୍ୟର ଶିଶୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଓଡିଆ ବୋଲି ଜଣା ପଡିଛି ।

ସେମାନଙ୍କୁ ବର୍ତ୍ତମାନ ସୁଧା କାଉନସିଲିଙ୍ଗ କରା ଯାଉଛି । ଯଦି କାଉନ୍ସିଲିଙ୍ଗ ରେ ସତ୍ୟତା ଆସିଲା ତେବେ ପିଲା ମାନଙ୍କୁ ସେମାନଙ୍କ ସଠିକ ଠିକଣା ରେ ଛଡାଯିବ । ସେମାନଙ୍କ ଅଭିଭାବକ ଙ୍କ ନିକଟକୁ ପଠାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି ।

ଏଠାରେ ଗୋଟେ ସତ କଥା ଯେ ଗତ କାଲି ରଥ ଟଣା ସମୟରେ 58 ଜଣ ଶିଶୁ ନିଖୋଜ ହୋଇଥିଲେ ଓ ସେମାନଙ୍କୁ ଉଧାର କରା ଯାଉଛି । ସେମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଅଭିଭାବକ ଙ୍କୁ ହସ୍ତାନ୍ତର କରା ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।