ନମସ୍କାର ବନ୍ଧୁଗଣ, ବରିଷ୍ଠ ବିଧାୟକ ସୁର ରାଉତ ଓଡିଶାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାନ୍ତି । କିନ୍ତୁ ଆଜି ସେ ତାଙ୍କ ପୁଅଙ୍କ ପାଇଁ ଗର୍ବିତ ଏବଂ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୁର ରାଉତଙ୍କ ପୁଅ ସବୁଠାରୁ ବଡ ପର୍ବତ ମାଉଣ୍ଟ ଏଭରେଷ୍ଟରେ ନିଜର ରେକର୍ଡ ସୃଷ୍ଟି କରିବା ପାଇଁ ଯାଉଛନ୍ତି । ଏହି ସମ୍ପର୍କରେ ସୁର ରାଉତଙ୍କ ସ୍ତ୍ରୀ କଣ କହିଛନ୍ତି ତାଙ୍କ ପୁଅଙ୍କ ସମ୍ପର୍କରେ ତାହା ବିଷୟରେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ବିଧାୟକ ସୁର ରାଉତଙ୍କ ପୁଅ ଆମେରିକାର ଏକ କମ୍ପାନୀରେ ସେକ୍ରେଟେରୀ ଅଛନ୍ତି । ପାହାଡ ଚଢିବା ତାଙ୍କ ଫ୍ୟାସନ ଅଟେ । ଯାହାକୁ ସେ ନିଜ ସହ ନେଇ ଆଗକୁ ବଢି ଚାଲିଛନ୍ତି । ତାଙ୍କର ଏହି ଫ୍ୟାସନ ଆଜି ସାରା ଓଡିଶା ପାଇଁ ଗର୍ବ ପ୍ରଦାନ କରିବା ପାଇଁ ଯାଉଛି । ସମସ୍ତ ଓଡ଼ିଶାକୁ ଚର୍ଚ୍ଚାର ପାତ୍ର କରିବା ପାଇଁ ଯାଉଛି । ରାତିରେ ସୁର ରାଉତ କହିଥାନ୍ତି କି ତାଙ୍କୁ ନିଦ ଆସୁନାହିଁ ତାଙ୍କ ପୁଅଙ୍କ ଚିନ୍ତାରେ । ତାଙ୍କୁ ଡର ଲାଗିଥାଏ ବୋଲି ମଧ୍ୟ ତାଙ୍କ ସ୍ତ୍ରୀ କହିଛନ୍ତି । ତାଙ୍କ ପୁଅ ଆଗରୁ 4ଥର ଚଢିସାରିଛନ୍ତି ଏବେ ମଧ୍ୟ ପୁଣି ଥରେ ଚଢିବାକୁ ଯାଉଛନ୍ତି ।
ଆଗକୁ ଆହୁରି ଦୁଇ ଥର ଚଢିବାର କଥା ତାଙ୍କ ମା କହିଛନ୍ତି । ପ୍ରଥମେ ତାଙ୍କ ପୁଅ ଯେଉଁ ଦିନ ଏଭରେଷ୍ଟରେ ଚଢିଥିଲେ ସେଦିନ ସେ ତାଙ୍କ ମାଆଙ୍କୁ ଭିଡିଓ କଲ କରି ଓଡିଶାର ପତାକା ଧରିଥିବା କଥା କହିଥିଲେ । ତାଙ୍କ ମାଆଙ୍କ କହିବା ଅନୁଯାୟୀ ଏସବୁ ସେମାନେ ତାଙ୍କ ପୁଅକୁ ଏହା କରିବା ପାଇଁ କେବେ ମଧ୍ୟ ଶିଖାଇ ନଥିଲେ । କିମ୍ବା କହି ନଥିଲେ ।
କିନ୍ତୁ ତାଙ୍କ ପୁଅର ଏହିସବୁ ପ୍ରତି ଇଚ୍ଛା ଆପେ ଆପେ ସେ ନିଜ ଭିତରେ ଆଣିଥିଲେ । ଯାହାକୁ ଏମାନେ ବାପା ମାଆ ହିସାବରେ ସ୍ବୀକୃତ୍ତି ପ୍ରଦାନ କରିଛନ୍ତି । କେବେ ମଧ୍ୟ ରୋକ ଲଗାଇନାହାନ୍ତି । ସେଥିପାଇଁ ତ ତାଙ୍କ ପୁଅ ଆଜି ଏହିଠାରେ ପହଞ୍ଚି ପାରିଛନ୍ତି । ବର୍ଷକୁ ଥରେ ଦୁଇ ଥର ନିଜ ଘରକୁ 15 ଦିନ ପାଇଁ ତାଙ୍କ ପୁଅ ଆସିଥିବା କଥା ମଧ୍ୟ ସେ କହିଛନ୍ତି ।
ତାଙ୍କ ମାଆ କହିଛନ୍ତି କି ସବୁଥିରେ ସେ ସ୍କୁଲ ବେଳଠୁ ହିଁ 10 ନମ୍ବର ଭିତରେ ରୁହନ୍ତି । ତେଣୁ ତାଙ୍କର ବିଶ୍ଵାସ ଆଜି ସେ ଚଢିବାକୁ ଯାଉଥିବା ମାଉଣ୍ଟ ଏଭରେଷ୍ଟ ଯାତ୍ରାରେ ମଧ୍ୟ ସଫଳ ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।