ଦ୍ଵିତୀୟ ବିବାହ ପରେ ପୁଣି ଥରେ ବାପା ହେଲେ ବିଧାୟକ, ଖୁସି କହିଲେ ନସରେ… ନିଜେ ପୋଷ୍ଟ କରି ଦେଲେ ସୂଚନା

ପୁଣି ଥରେ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । 3 ଫେବୃୟାରୀ 2020 ରେ ବିଧାୟକ ବ୍ୟୋମକେଶ ରାୟଙ୍କର ପ୍ରଥମ ପତ୍ନୀ ନୀଳିମାଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କ ସାତ ବର୍ଷର ଝିଅଟିଏ ଥିଲା ଯାହାକୁ ବ୍ୟୋମକେଶ ଖୁବ ଭଲ ପାଉଥିଲେ । ଝିଅର ମୁହଁ ଚାହିଁ ଦ୍ଵିତୀୟ ବିବାହ କରିବାକୁ ମନସ୍ଥ କରିଥିଲେ ବ୍ୟୋମକେଶ । ଆଉ ଦ୍ଵିତୀୟ ବିବାହ କରିଥିବା ବ୍ୟୋମକେଶ ଏବେ ପୁଣି ଥରେ ଆଉ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି ।

ଏନେଇ ବ୍ୟୋମକେଶ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇବା ପରେ ଶୁଭେଚ୍ଛୁ ମାନେ ତାଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ବ୍ୟୋମକେଶଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି ବିଧାୟକ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଏହାସହ ନିଜ ଝିଅ ସହ ପୂର୍ବତନ ପତ୍ନୀଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ବ୍ୟୋମକେଶ । କରୋନା ସମୟରେ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ।

ବରଯାତ୍ରୀରେ ତାଙ୍କ ନାଚକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା । ଆଉ ଏବେ ତାଙ୍କ ଦ୍ଵିତୀୟ ପତ୍ନୀ ସାଇଦର୍ଶିନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଯାହା ପରେ ବିଧାୟକ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପ୍ରଥମ ପତ୍ନୀଙ୍କ ମୃତ୍ୟୁର ବର୍ଷେ ପରେ ବିଧାୟକ ବ୍ୟୋମକେଶ ରାୟ ଦ୍ଵିତୀୟ ବିବାହ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଝିଅର ଭବିଷ୍ୟତ ପାଇଁ ସେ ଦ୍ଵିତୀୟ ବିବାହ କରୁଛନ୍ତି ବୋଲି ମତ ରଖିଥିଲେ ବିଧାୟକ । ବିବାହ ପାର୍ଟିରେ ଯେତେବେଳେ ତାଙ୍କ ସାତ ବର୍ଷର ଝିଅ “ପାପା ମେରି ପାପା” ଗୀତରେ ନାଚିଥିଲେ ସେତେବେଳେ ବେଶ ଭାବୁକ ହୋଇ ଯାଇଥିଲେ ବିଧାୟକ । ଛଳଛଳ ଆଖିରେ ଷ୍ଟେଜ ଉପରକୁ ଉଠି ଝିଅକୁ କୋଳେଇ ନେଇଥିଲେ ବିଧାୟକ ।

ବିଧାୟକଙ୍କ ବାହାଘର ସମୟର ଏମିତି ଅନେକ ଦୃଶ୍ୟ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲା । ଆଉ ଆଜି ସେହି ସାତ ବର୍ଷର ଝିଅକୁ ଆଉ ଗୋଟିଏ ଭଉଣୀ ମିଳିଯାଇଛି । ଯେଉଁଥି ପାଇଁ ବଡ ଭଉଣୀ ମଧ୍ୟ ବେଶ ଖୁସି । ବିଧାୟକ ନିଜେ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।