ବିଶ୍ଵକୁ ଓମିକ୍ରନ ଭୟ ! ପୁଣି ଫେରିବ ଲକଡାଉନ ଓ ସଟଡାଉନ ! ଦେଖନ୍ତୁ ଏନେଇ କ’ଣ ସତର୍କ ସୂଚନା ଜାରି କଲା WHO

ପୁଣି ଘାରିଲା କରୋନା ଭୟ । ବିଶ୍ଵର ୭୦ ଦେଶକୁ ମାଡି ଗଲାଣି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଧୀରେ ଧୀରେ ଏହା ସାରା ପୃଥିବୀକୁ ବ୍ୟାପିବାରେ ଲାଗିଛି । ତେବେ ଓମିକ୍ରନକୁ ନେଇ ବେଶୀ ଭୟଭୀତ ହେଉଛନ୍ତି ଭାରତର ଲୋକେ । ଜୀବନ ଜୀବିକାକୁ ନେଇ ଆ-ତ-ଙ୍କି-ତ ହେଉଛି ପୁରା ଦେଶ । ଜାନୁୟାରୀ ଆରମ୍ଭରୁ ବିଶ୍ବରେ ଓମିକ୍ରନର ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରୁଛନ୍ତି ବିଶେଷଜ୍ଞ । ମୃତ୍ୟୁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ପୁଣି ଥରେ ସାରା ଦେଶରେ ଲକଡାଉନ ହୋଇପାରେ ବୋଲି କୁହାଯାଉଛି ।

କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦ୍ରୁତଗତିରେ ସଂକ୍ରାମକ ହୋଇଥିବାରୁ ସତର୍କ ରହିବାକୁ କହିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଏବେ ସୁଦ୍ଧା ଓମିକ୍ରନ ବିଶ୍ଵର ପ୍ରାୟ ୭୦ଟି ଦେଶକୁ ଛୁଇଁ ସାରିଥିବା ବେଳେ ପୁଣି ଥରେ ସଟଡାଉନ ଓ ଲକଡାଉନ ସ୍ଥିତି ଉପୁଜିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ମିଳିଛି । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ସ୍ପେଶାଲ କିଟ୍ ପ୍ରସ୍ତୁତ କରିସାରିଛି ICMR ।

ଆସନ୍ତା ସପ୍ତାହରେ ଏହି ନୂଆ କିଟ୍ ବଜାରରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ମିଳିଛି । ଯାହା ସାହାଯ୍ୟରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ ପାରିବ । ଏବେ ଭାରତର ପାଖାପାଖି ୧୦ଟି ରାଜ୍ୟରେ ଓମିକ୍ରନ ପହଞ୍ଚି ସାରିଥିବା ଜଣା ପଡିସାରିଛି । ମହାରାଷ୍ଟ୍ର। ରାଜସ୍ଥାନ, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଚିହ୍ନଟ ହୋଇଛି ଓମିକ୍ରନ ।

ବର୍ତ୍ତମାନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ଆ-ତ-ଙ୍କି-ତ ହୋଇ ପଡ଼ୁଛନ୍ତି ଦେଶବାସୀ । ଓମିକ୍ରନରେ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସ କରାଯାଉଛି । ଆଉ କିଛି ପରେ ପୁରା ଦେଶ ଓମିକ୍ରନ କବଳକୁ ଆସିଯିବ ବୋଲି ମିଳିଛି । ଏଥିପାଇଁ ପୂର୍ବ ଭଳି ସାରା ଦେଶରେ ଲକଡାଉନ ଓ ସଟଡାଉନ ପ୍ରକ୍ରିୟା ଜାରି ହୋଇପାରେ ବୋଲି କୁହାଯାଉଛି ।

ଏନେଇ ସରକାର କିଛି ସ୍ପଷ୍ଟ କରି ନଥିବା ବେଳେ ସାଧାରଣ ଲୋକେ ଜୀବନ ଜୀବିକାକୁ ନେଇ ବେଶ ଆ-ତ-ଙ୍କି-ତ ବୋଲି ଜଣାପଡିଛି । ତେବେ ଆସନ୍ତୁ ସମସ୍ତେ ମିଳିମିଶି ଓମିକ୍ରନ ସଂକ୍ରମଣକୁ ରୋକିବାରେ ଉଚିତ ପଦକ୍ଷେପ ନେବା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।