ଆଜି ପୁଣି ବଢିଛି ପେଟ୍ରୋଲ-ଡୀଜଲର ଦର, ଜାଣନ୍ତୁ ଦିଲ୍ଲୀ-ମୁମ୍ବାଇ ସହିତ ଅନ୍ୟ 4ଟି ସହରରେ କଣ ଅଛି ଦାମ ?

ପୁଣି ବଢିଛି ପେଟ୍ରୋଲ-ଡୀଜଲର ଦର

ତେଲ ଦର ବୃଦ୍ଧିର ଏହି ସିଲସିଲା କମିବାର ନା ନେଉ ନାହିଁ। ଶନିବାର ଦିନ ପୁନଶ୍ଚ ପେଟ୍ରୋଲ-ଡିଜଲର ଦାମ ବଢିଛି। ଦିଲ୍ଲୀରେ ପେଟ୍ରୋଲର ଦର ୧୮ ପଇସା ବଢିଛି ଓ ଡିଜଲ ଦାମ ୨୧ ପଇସା ବାଡିଛି। ଦିଲ୍ଲୀରେ ଏବେ ପେଟ୍ରୋଲର ଦାମ ୮୪.୪୦ ଟଙ୍କା ପ୍ରତି ଲିଟର ହୋଇଯାଇଛି ଓ ଡିଜଲ ୭୪.୬୩ ଟଙ୍କା ପ୍ରତି ଲିଟ ହୋଇଛି। ସେହି ଭଳି ମୁମ୍ବାଇରେ ମଧ୍ୟ ପେଟ୍ରୋଲ-ଡିଜଲର ଦାମ କ୍ରମଶ ୧୮ ଓ ୨୧ ପଇସା ପ୍ରତି ଲିଟର ବଢିଛି। ଯାହା ଦ୍ଵାରା ଏବେ ମୁମ୍ବାଇରେ ପେଟ୍ରୋଲ ୯୦.୭୫ ଟଙ୍କା ଓ ଡିଜଲ ୭୯.୨୩ ତାଙ୍କ ପ୍ରତି ଲିଟର ହୋଇଯାଇଛି।

ଏହା ବ୍ୟତିତ କୋଲକାତାରେ ମଧ୍ୟ ପେଟ୍ରୋଲ-ଡିଜଲର ଦାମ କ୍ରମଶ ୮୫.୨୧ ଓ ୭୬.୪୮ ଟଙ୍କା ପ୍ରତି ଲିଟର ହୋଇଯାଇଛି। ସେମିତି ଚେନ୍ନାଇରେ ମଧ୍ୟ ପେଟ୍ରୋଲ-ଡିଜଲର ଦାମ ବଢି କ୍ରମଶ ୮୬.୭୦ ଓ ୭୮.୯୧ ଟଙ୍କା ପ୍ରତି ଲିଟର ହୋଇଛି।

ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ପେଟ୍ରୋଲ-ଡିଜଲର ଦାମ କ୍ରମଶ ୨୨ ପଇସା ଓ ୧୮ ପଇସା ବୃଦ୍ଧି ପାଇଥିଲା। ଶୁକ୍ରବାର ଦିନ ଦିଲ୍ଲୀରେ ପେଟ୍ରୋଲ ୮୩.୨୨ ଟଙ୍କା ପ୍ରତି ଲିଟର ବିକ୍ରି ହୋଇଥିଲା ଓ ଡିଜେଲ ୭୪.୪୨ ଟଙ୍କା ପ୍ରତି ଲିଟର ବିକ୍ରି ହୋଇଥିଲା।

୧ ଜାନୁଆରୀ ଠାରୁ ପେଟ୍ରୋଲ-ଡିଜେଲ ର ଦର ବୃଦ୍ଧି ହୋଇ ଆସୁଥିବାର ଦେଖା ଯାଉଛି, ଯାହା ଏ ପର୍ଯ୍ୟନ୍ତ କମିବାର ଦେଖା ଯାଉ ନାହିଁ। ୧ ଜାନୁୟାରୀ ଠାରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ ପେଟ୍ରୋଲ-ଡିଜଲର ଦାମ କ୍ରମଶ ୧୩.୪୩ ଟଙ୍କା ଓ ୧୪.୯୩ ଟଙ୍କା ବଢିଛି।

ପୂର୍ବରୁ ଏହା ୬୯.୯୭ ଟଙ୍କା ପ୍ରତି ଲିଟର ଓ ୫୯.୭୦ ଟଙ୍କା ପ୍ରତି ଲିଟର ଥିଲା।