ପଢନ୍ତୁ ସବୁଠୁ ବଡ ଖୁଲାସା, ଆତଙ୍କିମାନଙ୍କୁ କିପରି ଜଣା ପଡିଲା କି ସବୁଠୁ ଅଧିକ CRPF ଯବାନ କେଉଁ ବସ ରେ ବସିଛନ୍ତି

ପୁଲବାମା ଆକ୍ରମଣରେ ଆତଙ୍କିମାନଙ୍କ ଦ୍ଵାରା ବିସ୍ଫୋଟକ ରେ ଭରା ଯେଉଁ ଆତ୍ମଘାତି କାର ର ବ୍ୟବହାର କରା ଯାଇଥିଲା ତା ବିଷୟରେ ତଦନ୍ତ କରୁଥିବା ଏଜେନ୍ସି ଙ୍କୁ ଦୁଇଟି ମୁଖ୍ୟ ସୂଚନା ମିଳିଛି । କାର ବିଷୟରେ ପକ୍କା ସୂଚନା ପାଇବା ପାଇଁ ଯେତେବେଳେ ମାରୁତି ସହିତ ସମ୍ପର୍କ କରାଗଲା ସେଠାକାର ଅଫିସର କହିଲେ କି ସେହି ଆତ୍ମଘାତି କାର ମାରୁତି ଈକୋ ଥିଲା ।

ଏହି ଗାଡି ୨୦୧୦-୧୧ ରେ ତିଆରି କରା ଯାଇଥିଲା। ଓ ଏହାକୁ ଆଉ ଥରେ ପେଣ୍ଟ ମଧ୍ୟ କରା ଯାଇଥିଲା । ଅନ୍ୟ ପକ୍ଷରେ ସିଆରପିଏଫ ର ପ୍ରଥମ ଅଫିସିଆଲ ରିପୋର୍ଟ ର ପର୍ଦାଫାସ ହୋଇଛି କି କେମିତି ଆକ୍ରମଣ କରିବା ପୂର୍ବରୁ ଆତଙ୍କିମାନେ ଜାଣି ଯାଇଥିଲେ କି କେଉଁ ବସ ରେ ଆକ୍ରମଣ କରିବାର ଅଛି ଓ କେଉଁ ବସ ରେ ସବୁଠୁ ଅଧିକ ଯବାନ ବସିଛନ୍ତି ।

କଣ କହୁଛି ସିଆରପିଏଫ ର ରିପୋର୍ଟ

ରିପୋର୍ଟ ରେ କୁହାଯାଇଛି କି ଆକ୍ରମଣ ପୂର୍ବରୁ ସେନାର ଦୁଇଟି ବସ ଖରାପ ହୋଇ ଯାଇଥିଲା । ଯାହା ପରେ ହାରାହାରି ୧୪ ଟି ବସ କୁ ଅଟକାଇ ଦିଆ ଯାଇଥିଲା । ଏହା ଦ୍ଵାରା ଆତଙ୍କିଙ୍କୁ ଆକ୍ରମଣ କରିବା ପାଇଁ ଟାର୍ଗେଟ ରଖିବାରେ ବହୁତ ସହଜ ହୋଇଗଲା । ରିପୋର୍ଟ ରେ ଏହା କୁହାଯାଇଛି କି ଆତଙ୍କି ମାନେ ଏହା ବି ଦେଖି ନେଇଥିଲେ କି କେଉଁ ବସ ରେ ସବୁଠୁ ଅଧିକ ଯବାନ ବସିଛନ୍ତି ଓ କାହାକୁ ଟାର୍ଗେଟ କଲେ ସୁରକ୍ଷା ବଳକୁ ଅଧିକରୁ ଅଧିକ କ୍ଷତି ହେବ ।

ଆତଙ୍କିଙ୍କ କାର ବିଷୟରେ ମିଳିଥିବା ମୁଖ୍ୟ ସୂଚନା

ଏଜେନ୍ସିଙ୍କୁ ଏ ପର୍ଯ୍ୟନ୍ତ ଦୁଇଟି ମୁଖ୍ୟ ସୂଚନା ମିଳି ପାରିଛି ତଥାପି ଏହି ଦୁଇଟି ସୂଚନା ଦ୍ଵାରା କୌଣସି ନିଷ୍ପତ୍ତି ରେ ପହଞ୍ଚିବା ସମ୍ଭବ ନୁହେଁ । ତଦନ୍ତ କରୁଥିବା ଏଜେନ୍ସିର ଅଫିସର ମାନେ ପୁଣି ଥରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଓ କିଛି ନମୁନା ଏକାଠି କରିଛନ୍ତି ।

ସୂଚନା ଅନୁସାରେ ଧମାକା ଏତେ ଅଧିକ ଥିଲା କି କାର ର ଭଗ୍ନାବଶେଷ ୧୫୦-୨୦୦ ମିଟର ପର୍ଯ୍ୟନ୍ତ ଉଡି ଯାଇଥିଲା । ଅଫିସର ମାନେ କାର ର କିଛି ନୂଆ ପାର୍ଟ ବି ପାଇଛନ୍ତି  । ତଦନ୍ତ ଏଜେନ୍ସିକୁ ଗୋଟିଏ ଜାରିକିନ (ତରଳ ପଦାର୍ଥ ଯେମିତି କି ପେଟ୍ରୋଲ, ପାଣି ରଖିବା ପାଇଁ ବ୍ୟବହାର କରାଯାଏ) ଓ ଧାତୁର କିଛି ଅଂଶ ମିଳିଛି । ସନ୍ଦେହ କି ୨୦-୨୫ ଲିଟର କ୍ଷମତା ବାଲା ଜାରିକିନ କୁ ୩୦ କିଲୋ ଆରଡ଼ିଏକ୍ସ ରଖିବା ପାଇଁ ବ୍ୟବହାର କରାଯାଇଥିଲା, ଯେଉଁଥିରେ ଗାଡିରେ ରଖାଯାଇଥିବା ଆଇଡ଼ିଇ ତିଆରି କରାଗଲା। ପ୍ରତ୍ୟେକ୍ଷଦର୍ଶୀମାନଙ୍କର କହିବା କଥା କି ଗାଡି ଲାଲ ରଙ୍ଗର ଥିଲା ।

ଗାଡିର ଯେଉଁ ପାର୍ଟ ମିଳିଛି ତାହାର ଯାଞ୍ଚ କରାଯିବ ଯାହା ଦ୍ଵାରା ଗାଡି ତିଆରି ହେବା ଓ ବିକିବା ତାରିଖ ଜଣା ପଡିବ । କାଶ୍ମୀର ରେ ଚୋରୀ କରାଯାଇଥିବା ଗାଡି ସମ୍ବନ୍ଧିତ ଏଫଆଇଆର ର ବି ବିଶ୍ଳେଷଣ କରାଯାଇଛି, କିନ୍ତୁ କୌଣସି ପ୍ରମାଣ ମିଳି ନାହିଁ । ତଦନ୍ତକର୍ତ୍ତା ଙ୍କ କହିବା କଥା କି ଗାଡି ରାଜ୍ୟ ବାହାରୁ ଚୋରୀ କରା ଯାଇଥିଲା ନତୁବା ଗାଡି ଚୋରୀ ଗାଡି ହିଁ ନଥିଲା । ଏହି ଗାଡିକୁ ଚଲଉଥିବା ଲୋକର ଚିହ୍ନଟ ଆଦିଲ ଅହମଦ ଡାର ବୋଲି ହୋଇଛି । ତା ପରିବାରର ଡ଼ିଏନଏ ନମୁନା ଭି ଜଲ୍ଦି ନିଆଯିବ ଯାହାକୁ ଘଟଣା ସ୍ଥଳରେ ମିଳିଥିବା ନମୁନା ସହିତ ମିଳାଯିବ ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଅପଡେଟ ପାଇବା ପାଇଁ ଓଡ଼ିଆ ଫାଷ୍ଟ କୁ ଲାଇକ କରନ୍ତୁ ।