PUBG ଖେଳ ପାଇଁ ମା’ର ଜୀବନ ନେଲା ପୁଅ, ପୁରା ଘଟଣା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ମା ପବଜି ଖେଳିବାକୁ ମନା କରିବାରୁ ଗୁଉଳି କରି ମା’କୁ ହତୟଆ କଲା ପୁଅ । ଏମିତି ଏକ ହୃଦୟ ବିଦାରକ ଘଟଣା ସାରା ଦେଶବାସୀଙ୍କୁ ଚକିତ କରିଦେଇଛି । ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ପବଜି ଖେଳ ପାଇଁ ମା’ର ପ୍ରାଣ ନେଇଯାଇଛି ପୁଅ । ଗୋଟିଏ ହସଖୁସିର ପରିବାରକୁ ଉଜାଡି ଦେଇଛି ପୁଅର ପବଜି ଖେଳ ନିଶା । ନାବାଳକ ପୁଅ ପବଜି ପ୍ରେମରେ ଅନ୍ଧ ହୋଇ ଜନ୍ମ କଲା ମା’କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତୟଆ କରିଛି ।

ପୁଅ କେବଳ ମା’କୁ ହତୟଆ କରିଛି ତାହା ନୁହେଁ ବରଂ ଦୁଇଦିନ ପର୍ଯ୍ୟନ୍ତ ମା’ର ମୃତଦେହକୁ ଘର ଭିତରେ ଲୁଚାଇ ମଧ୍ୟ ରଖିଥିଲା । ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀଙ୍କ ଥାଉ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁରା ଘଟଣା ଉପରୁ ପରଦା ହଟିଥିଲା । ପୋଲିସ ଦେଇଥିବା ସୂଚନା ମୁତବକ ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନ ସିଂ ତାଙ୍କ ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ସହ ରହୁଥିଲେ । ସାଧନାଙ୍କ ସ୍ଵାମୀ କୋଲକାତାରେ ସେନାରେ କାର୍ଯ୍ୟରତ ଅଟନ୍ତି ।

ମା’ଙ୍କ ସହ ରହୁଥିବା ୧୬ ବର୍ଷୀୟ ପୁଅ ନଲାଇନ ପବଜି ଗେମ୍ ପ୍ରେମରେ ପୁରା ପାଗଳ । ମ’ ତାଙ୍କୁ ପବଜି ଖେଳିବାକୁ ବାରମ୍ବାର ବାରଣ କରୁଥିଲେ ମଧ୍ୟ ସେ ତାଙ୍କ କଥା ନଶୁଣି ମା’ ସହ ଝଗଡା କରୁଥିଲା । ମା’ର ଏପରି ବାରମ୍ବାର ତାଗିଦ ପୁଅକୁ ପସନ୍ଦ ହେଉ ନଥିଲା । ରବିବାର ଦିନ ମା’ ଯେତେବେଳେ ତାକୁ ପବଜି ଖେଳିବାକୁ ମନାକଲେ ସେତେବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ବାପାଅଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମା’କୁ ଗୁଉଳି ମାରି ଦେଇଥିଲା ପୁଅ । ଯାହାପରେ ଘଟଣାସ୍ଥଳରେ ହିଁ ମା’ ସାଧନାଅଙ୍କ ମୃତ୍ୟୁ ହୋଇଥିଲା ।

ମା’ର ମୃତ୍ୟୁ ପରେ ସାନ ଭଉଣୀକୁ ଧମକାଇବା ସହ ଗୋଟିଏ ଘରେ ବନ୍ଦ କରି ଦେଇଥିଲା ନୃଶଂସ ଭାଇ । ମା’ର ଶବକୁ ଜଗି ବସିବା ସହ କେହି ଯେପରି ଜାଣି ନ ପାରନ୍ତି ସେଥିପାଇଁ ସେ ଘରେ ବାରମ୍ବାର ରୁମ୍ ଫ୍ରେଶନର ପକାଉଥିଲା । କିନ୍ତୁ ପୁଅର ପାପ କର୍ମ ଲୁଚି ରହି ନଥିଲା । ଜୋରରେ ଦୁର୍ଗନ୍ଧ ହେବାରୁ ପଡିଶାଲୋକ ପୋଲିସକୁ ଖବର ଦେଇଥିଲେ । ପୁଅ ଘଟଣାସ୍ଥଳରେ ପହଞ୍ଚି ଭାଇ ଭଉଣୀଙ୍କୁ ଉଦ୍ଧାର କରିଥିଲା । ପୁଅ ପୋଲିସ ଆଗରେ ମା’ର ମୃତ୍ୟୁକୁ ନେଇ ଅନେକ କାହାଣୀ କହିଥିଲା ।

ବିଦ୍ୟୁତ ମିସ୍ତ୍ରୀ ଘରକୁ ଆସି ମା’କୁ ହତୟଆ କରିଥିବା ପୋଲିସ ଆଗରେ କହିଥିଲା ପୁଅ । କିନ୍ତୁ ପୁଅର କଥାରେ ତାଳମେଳ ନଥିଲା, ଆଉ ଅଧିକ ତଦନ୍ତ ପରେ ସତ ଉପରୁ ପରଦା ହଟିଥିଲା । ପୁଅ ହିଁ ହତୟଆକାରୀ ବୋଲି ଏବେ ସୂଚନା ଦେଇଛି ପୋଲିସ । ଏଭଳି ଘଟଣା ଏବେ ସମସ୍ତ ବାପାମା’ଙ୍କ ପାଇଁ ଏକ ସତର୍କ ଘଣ୍ଟି ।

କାରଣ ଏବେ ସବୁ ପିଲାଙ୍କ ହାତରେ ମୋବାଇଲ । ତେଣୁ ପିଲାଙ୍କ ମୋବାଇଲ ବ୍ୟବହାରକୁ କମ୍ କରିବା ସହ ସେମାନଙ୍କୁ କିଭଳି ଅନଲାଇନ ଗେମରୁ ଦୂରେଇ ରଖିହେବ ସେନେକେ ପିତାମାତା ଧ୍ୟାନ ଦେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।