ଆମକୁ ବିବାହ କରାଇ ଦିଅ । ପ୍ରେମ ପାଇଁ ପାକିସ୍ତାନ ସୀମା ପାରା ହୋଇ ଭାରତକୁ ଆସିଥିବା ମହିଳା ଓ ପୁରୁଷ ବନ୍ଧୁ ଉଭୟ କରିଛନ୍ତି ଅପିଲ । ପୋଲିସ ଏମାନଙ୍କୁ ଆରେଷ୍ଟ କରିବା ପୂର୍ବରୁ ଏମାନେ ଦୁହେଁ ବାହା କରିବାକୁ ଅପିଲ କରିଛନ୍ତି । ପୋଲିସ ଓ ଭାରତ ସରକାର ଙ୍କୁ ସାହାର୍ଯ୍ୟ କରିବାକୁ ଦୁଇ ପ୍ରେମୀ ଯୁଗଳ ଅନୁରୋଧ କରିଛନ୍ତି । ହଁ ଦର୍ଶକ ବନ୍ଧୁ ପବଜି ଗେମ ଖେଳିବା ବେଳେ ନୋଏଡା ର ଯୁବକ ସଚିନ ଙ୍କୁ ଭଲ ପାଇ ବସିଥିଲେ ପାକିସ୍ତାନର ମହିଳା ସୀମା ହାଇଦର ।
ପାକସ୍ତାନରେ ଥିବା ନିଜ ଘରକୁ 12 ଲକ୍ଷ ଟଙ୍କାରେ ବିକ୍ରି କରି 4 ପିଲାଙ୍କୁ ଧରି ପ୍ରେମିକ ପାଖକୁ ଭାରତ ଆସିଥିଲେ ସୀମା । ଦୁହିଙ୍କ ପ୍ରେମ ମାମଲାକୁ ନେଇ ସଚିନ କହିଛନ୍ତି ଯେ ସେ କୌଣସି ଅପରାଧ କରି ନାହାନ୍ତି । କେବଳ ଜଣେ ପାକିସ୍ତାନୀ ମହିଳାଙ୍କୁ ଭଲ ପାଉ ଥିବାରୁ ତାଙ୍କୁ ଗିରଫ କରା ଯାଇଛି । ବିବାହରେ ସାହାର୍ଯ୍ୟ କରିବାକୁ ପ୍ରଧାନ ମନ୍ତ୍ରୀ ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ସଚିନ ।
ଅନ୍ୟ ପରେ ସୀମା ହାଇଦର କହିଛନ୍ତି ଯେ ସେ ଭାରତରେ ମରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଆଉ ପାକିସ୍ତାନ ଫେରିବେନି । କାରଣ ବର୍ଷେ ହେବ ତାଙ୍କ ସ୍ଵାମୀ ତାଙ୍କୁ ଛାଡପତ୍ର ଦେଇ ସାଇଛନ୍ତି । ସେଠାରେ ତାଙ୍କର ଆଉ କେହି ନାହାନ୍ତି । ସଚିନ ଙ୍କୁ ଭଲ ପାଇଛି ଆଉ ତାଙ୍କୁ ହିଁ ବାହା ହେବି ବୋଲି କହିଛନ୍ତି ସୀମା ହାଇଦର । 2020 ରେ ପବଜିରୁ ଆରମ୍ଭ ହୋଇଥିବା ସଚିନ ଓ ସୀମାଙ୍କର ବନ୍ଧୁତା ଆଉ ଏହି ବନ୍ଧୁତା ପରେ ପ୍ରେମର ରୂପ ନେଲା ।
27 ବର୍ଷିୟା ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର ପବଜି ମାଧ୍ୟମରେ ଗ୍ରେଟର ନୋଏଡା ର 22 ବର୍ଷୀୟ ଯୁବକ ସଚିନ ଙ୍କ ସହ ବନ୍ଧୁତା କରିଥିଲେ । ଜାନୁଆରୀ ରେ ଉଭୟ ନେପାଳ ରେ ଭେଟି ଥିଲେ । ମେ ମାସରେ ସୀମା ନେପାଳ ବାଟ ଦେଇ ବସ ରେ ଭାରତ ପ୍ରବେଶ କରି ନୋଏଡା ରେ ପହଞ୍ଚି ଥିଲେ । ନୋଏଡା ରେ ସଚିନ ଙ୍କ ଭଡା ଘରେ ରହୁଥିଲେ ସୀମା ।
ଆଉ ସେହି ସମୟରେ ପୋଲିସକୁ ସୂଚନା ମିଳିଥିଲା ଦୁହିଙ୍କର ବିଷୟରେ । ଧରା ପଡିବା ପରେ କୋର୍ଟରେ ଦୁହେଁ ବାହା ହେବାକୁ ଆଇନଜୀବି ଙ୍କ ପରାମର୍ଶ ନେଇଥିଲେ । କିନ୍ତୁ ଓକିଲ ଜଣକ ପୋଲିସକୁ ଖବର ଦେଇଥିଲେ । ସଚିନ, ସୀମା ଓ 4 ଛୁଆଙ୍କୁ ଧରି ଅନ୍ୟତ୍ର ପଳାଉ ଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ ।
ସିମାଙ୍କ ବିରୁଦ୍ଧରେ ବେଆଇନ ଭାବେ ଭାରତ ସୀମାରେ ପ୍ରବେଶ ନେଇ ମାମଲା ରୁଜୁ ହୋଇଛି । ସେହିପରି ସଚିନ ଓ ତାଙ୍କ ବାପାଙ୍କ ବିରୁଦ୍ଧରେ ଆଇପିଏସ ଧାରା 120 ଅପରାଧିକ ଷଡଯନ୍ତ୍ର ଓ 34 ଧାରା ନେଇ ମାମଲା ରୁଜୁ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।