ପୁଅକୁ ଧରି ଖୁବ ଗେଲ କଲା Dinesh, କୋଳରେ ବସେଇ କଥା ହୋଇ ତାକୁ ଚକୋଲେଟ ବି ଦେଲା, ଆଉ ଏତିକି ବେଳେ… ଦେଖନ୍ତୁ video

ଦୀପିକାଙ୍କ ଅପେକ୍ଷାର ଅନ୍ତ ଘଟିଲା । ଦିନେଶ ପୁଅ ସହ ଦେଖା ହୋଇ ତାକୁ କୋଳେଇ ନେଇ ଚାରିଆଡେ ବୁଲାଇଲା । ପୁଅକୁ ଗେଲ କରି ତା’ ସହ ଘଣ୍ଟା ଘଣ୍ଟା ଗପିଲା । ପୁଅର ମନ ପସନ୍ଦର ଚକୋଲେଟ ବି ଆଣିକି ଆସିଥିଲା ଦିନେଶ । ଖାଲି ସେତିକି ନୁହେଁ ବରଂ ପୁଅକୁ ଦେଖି ଭୋ ଭୋ ହୋଇ କାନ୍ଦି ପକାଇଲା । ବାପା କାନ୍ଦିବା ଦେଖି ପୁଅ ବି ବାପା ଆଖିରୁ ଲୁହ ପୋଛି ଦେଉଥାଏ । ବାପା ଆଣିଥିବା ଚକୋଲେଟ ନିଜେ ଖାଇବା ଆଗରୁ ପ୍ରଥମେ ବାପାକୁ ଖୁଆ ଦେଇଥିଲା ପୁଅ ।

ଦିନେଶ ଆଖିରେ ଲୁହ ଆଉ ପୁଅ ବି ବାପାକୁ ଦେଖି ବହୁତ ଖୁସି । ପୁଅ ପ୍ରଥମ ଥର ପାଇଁ ତା’ ବାପାକୁ ଦେଖିଥିଲେ ବି ରକ୍ତର ସମ୍ପର୍କ ପୁଅ କେମିତି ବା ଅନୁଭବ ନ କରିବ ! ଦିନେଶ ପୁଅର ଆଙ୍ଗୁଠିକୁ ଧରିବା ମାତ୍ରେ ପୁଅକୁ ଯେମିତି ସ୍ଵର୍ଗର ସୁଖ ମିଳି ଯାଇଥିଲା । ଆଜ୍ଞା ହଁ, ଏହା ହେଉଛି ରକ୍ତର ଆକର୍ଷଣ । ବାପା ସହ ବୁଲି ପୁଅର ଖୁସି କହିଲେ ନସରେ । ସତେ ଯେମିତି ପୁଅ କହୁଥିଲା ବାପା ତୁମେ ମୋ ହାତ ଛାଡି ଆଉ ଯିବନି ତୁମ ବିନା ମୁଁ ରହି ପାରିବିନି ।

ଏଥର ମୋତେ ତୁମର ପରିଚୟ ମିଳିଗଲା । ମୁଁ ଏବେ ସମାଜରେ ଶାନ୍ତିରେ ବଞ୍ଚିପାରିବି ଆଉ ବାପାର ପରିଚୟ ପାଇ ପାରିବି । ଏଇଠି ବହୁତ କିଛି କଥା ହେଲେ ବାପ-ପୁଅ । ଆଉ ଠିକ ଏତିକି ବେଳେ ସେପଟେ ଚେୟାରରେ ବସି ରହିଥିବା ଦୀପିକାଙ୍କୁ କୁହାଗଲା, ‘ଦିନେଶ ଆଜି ଆସିବନି ପୁଣି ଆଉ ଏକ ତାରିଖ ବାହାରିବ ।

ତୁମେ ସେବେ ପୁଣି ଆସିବ ।’ ଏତିକି ବେଳେ ଦୀପିକା ଖୋଲା ଆଖିରେ ଦେଖୁଥିବା ଦୀପିକାର ସବୁ ସବୁ ସ୍ଵପ୍ନ ଭାଙ୍ଗିଗଲା । ଏହାପରେ ଦୀପିକା ଜାଣିଲ ଯେ ଏସବୁ କିଛି ସତ ନଥିଲା । ଦିନେଶ ତାଙ୍କ ପୁଅ ପାଖକୁ ଆସି ନଥିଲା, ଏହା କେବଳ ତା’ ମନର ଭାବନା ଥିଲା । କଳ୍ପନା ରାଇଜରେ ଘୁରି ବୁଲି ଦିନେଶ ତା’ ପୁଅକୁ ଦେଖା କରିବାକୁ ଆସିଛି ଭାବି ଖୁସି ହେଉଥିଲା ଦୀପିକା ।

ହେଲେ ଦୀପିକା ଦିନସାରା ମହିଳା କମିଶନରେ ବସି ଦିନେଶଙ୍କୁ ଅପେକ୍ଷା କରିଥିବା ବେଳେ ସେ କିନ୍ତୁ ଆସି ନଥିଲା । ସବୁ ଆଶା ଭାଙ୍ଗି ଚୁରମାର୍ ହେବା ପରେ ଶେଷରେ କାନ୍ଦି କାନ୍ଦି ଭୁବନେଶ୍ବରରୁ ଗଞ୍ଜାମ ଫେରିଥିଲେ ଦୀପିକା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।