ପୁଅ ଦୁନିଆକୁ ଆସିଲା, ବାପା ସବୁ ଦିନ ପାଇଁ ଆରପାରିକୁ ଚାଲିଗଲା ।

ପୁଅ ଜନ୍ମ ହେଲା ଆଉ ଏପଟେ ବାପା ର ଜୀବନ ଗଲା । ହଁ ଦର୍ଶକ ବନ୍ଧୁ ପୁଅ ଦୁନିଆକୁ ଆସିଲା ଆଉ ବାପା ଦୁନିଆରୁ ସବୁ ଦିନ ପାଇଁ ଆଖି ବୁଜି ଦେଲା । ସତରେ ଏହି ଘଟଣାକୁ ଯିଏ ଦେଖୁଛି ସେ ଆନ୍ଦୋଳିତ ହୋଇ ଉଠିଛି । ପୁଅ ଜନ୍ମ ହେଲା ବହୁତ ଖୁଶିର ଖବର । କିନ୍ତୁ ପରିବାର ଲୋକେ ହିଁ ବାପା କୁ ମାରି ଦେଲେ । ସ୍ତ୍ରୀ ମେଡିକାଲ ରେ ପଡିଛି କିନ୍ତୁ ପରିବାର ଲୋକେ ସ୍ଵାମୀ କୁ ଜାଳି ଦେଇଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ବାଲିବିଲି ଗାଁ ରେ । ଯେବେ ସ୍ତ୍ରୀ ପ୍ରତିମା ପୁଅ କୁ ଜନ୍ମ ଦେଇଥିଲେ ସେତେବେଳେ ସ୍ଵାମୀ ସପନ ବେଶ ଖୁସି ପ୍ରକାଶ କରିଥିଲେ । କାରଣ ସପନ ବାପା ଡାକ ଶୁଣିଥାନ୍ତା । ସୂଚନା ଅନୁଯାୟୀ ସପନ ମଳିକ ନିଜ ସ୍ତ୍ରୀ ଙ୍କୁ ପ୍ରସବ କରିବାକୁ ମେଡିକାଲ ନେଇଥିଲେ । ଆଉ ମେଡିକାଲ ରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ଯେବେ ପୁଅ ଜନ୍ମ ହୋଇଥିଲା ସେତେବେଳେ ଡାକ୍ତର କହିଥିଲେ ପୁଅ ଗୋଡ ରେ ଆଘାତ ଲାଗିଛି । ଆଉ ସର୍ଜରୀ କରାଯିବ । ଏହା ପରେ ସପନ ପୁଅକୁ ସରକାରୀ ମେଡିକାଲ ରୁ ପ୍ରାଇଭେଟ ମେଡିକାଲ କୁ ନେବାକୁ ଯୋଜନା କରୁଥିଲେ । ଆଉ ଘରକୁ ଯାଇ ପରିବାର ଲୋକଙ୍କ ଠାରୁ ତାଙ୍କ ଯୋଗାଡ କରିବାରେ ଲାଗି ପଡିଲେ । ଆଉ ସେହି ସମୟରେ ସପନଙ୍କର ବାପା, ମା ଓ ଦୁଇ ଭାଇ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।

କାରଣ ପରିବାର ଲୋକେ କହିଥିଲେ ସପନ ଙ୍କୁ ତାଙ୍କର ଜମି ବିକିବା ପାଇଁ କିନ୍ତୁ ସେ ମନା କରିଥିଲେ । ଏହା ପରେ ସପନ କୁ ଜୀବନରୁ ମାରି ଦେଇଥିବା କଥା କହିଛନ୍ତି ସପନ ଙ୍କ ସ୍ତ୍ରୀ । ସପନଙ୍କର ଯେବେ ଶବ ସତ୍କାର କରାଗଲା ସେତେବେଳେ ମଧ୍ୟ ପରିବାର ଲୋକେ ଏ କଥା ଜଣାଇ ନ ଥିଲେ ସ୍ତ୍ରୀ ଙ୍କୁ । ସ୍ତ୍ରୀ କୁ ନ ଜଣାଇ ସ୍ବାମୀର ଶବ ସତ୍କାର କରି ଦେଇଥିବା ଅଭିଯୋଗ ହୋଇଛି ।

ଏ ନେଇ ଶବରଙ୍ଗ ଥାନାରେ ପ୍ରତିମା ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ ବୋଲି ପ୍ରତିମା କହିଛନ୍ତି । ତେବେ ଟିଗିଡି ଠାରେ ଚାଲିଥିବା ମିଳିତ ଜନ ଶୁଣାଣୀ କାର୍ଯ୍ୟ କ୍ରମରେ ଜିଲ୍ଲାପାଳ ଓ SP ଙ୍କୁ ଭେଟି ଅଭିଯୋଗ କରିବା ସହ ଦିବ୍ୟାଙ୍ଗ ସ୍ଵାମୀ ଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିମା ଅନୁରୋଧ କରିଛନ୍ତି । ତେବେ ସପନ ଜଣେ ହ୍ୟାଣ୍ଡିକ୍ୟାଫ୍ଟ ଥିଲେ । ତେବେ ଦେଖିବାକୁ ରହିଲା ପୋଲିସ ପ୍ରଶାସନ ପ୍ରତିମା ଙ୍କୁ କେବେ ନ୍ୟାୟ ଦେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।