ଅନନ୍ତ ଆକାଶର ମହାଜାଗତିକ ଦୃଶ୍ୟ ଯେତିକି ରୋମାଞ୍ଚକର ସେତିକି ରହସ୍ୟମୟ । 2023 ଫେବୃୟାରୀ ମାସ ଆରମ୍ଭରୁ ହେବାକୁ ଯାଉଛି ଭୟଙ୍କର ସ୍ଥିତି । ଏବେ ଆଉ ରାତି ହେବନି ବରଂ ଦିନ ଯେମିତିକୁ ସେମିତି ରହିବ । ସଞ୍ଜ ଆସିବନି କି ରାତି ପାହିବନି । ପ୍ରାୟ 50 ହଜାର ବର୍ଷ ପରେ ପୃଥିବୀବାସୀଙ୍କ ପାଇଁ ଏମିତି ଭୟଙ୍କର ସମୟ ଆସୁଛି । ତେବେ କଥାଟା ଶୁଣିବାକୁ ଏକଦମ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଅଜବ ଘଟଣା ଖୁବ ଶୀଘ୍ର ଘଟିବାକୁ ଯାଉଛି ।
ଆଗାମୀ ଦିନରେ ପୃଥିବୀ ନିକଟ ଦେଇ ଗତି କରିପାରେ ଏକ ଧୂମକେତୁ । ଯାହାକୁ ଆପଣ ଖାଲି ଆଖିରେ ମଧ୍ୟ ଦେଖିପାରିବେ । କାରଣ ଏହି ଧୂମକେତୁ ଏତେ ଉଜ୍ଵଳ ଯେ ରାତି ବି ଦିନ ଭଳି ଲାଗିବ । ଜ୍ୟୋତିର୍ବିଦଙ୍କ କହିବାନୁସାରେ ପ୍ରାୟ 50 ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ପୃଥିବୀ ଆକାଶରେ ଏଭଳି ଅଦ୍ଭୁତ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିପାରେ । ଏହି ଧୂମକେତୁର ନାଁ C/2022E3 ZTF ରଖାଯାଇଛି । ଗତ ବର୍ଷ ମାର୍ଚ୍ଚ ମାସରେ ୱ୍କାଇଲ୍ଡ ଫିଲ୍ଡ ସର୍ଭେ କ୍ୟାମେରା ବ୍ୟବହାର କରାଯାଇ ଏହାକୁ ପ୍ରଥମ ଥର ଆବିଷ୍କାର କରାଯାଇଥିଲା ।
ତେବେ ଏହାର ଆବିଷ୍କାର ପରଠାରୁ ଧୂମକେତୁଟି ଆହୁରି ଉଜ୍ଵଳ ହେବାରେ ଲାଗିଛି । ନାସା ଗତ ମାସରେ କହିଛି କି ଧୂମକେତୁଟି ବିନା ଟେଲିସ୍କୋପରେ ଅନ୍ଧାର ଭଳି ଦିଶୁଛି । ସୂଚନା ଅନୁସାରେ ଜାନୁୟାରୀ 12 ତାରିଖରେ ଏହି ଧୂମକେତୁ ସୂର୍ଯ୍ୟଙ୍କ ନିକଟ ଦେଇ ଅତିକ୍ରମ କରିବାକୁ ଥିବାବେଳେ ଏହା ଫେବୃୟାରୀ 1 ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ।
ହେଲେ ଏହା କେତେ ଉଜ୍ଵଳ ରହିବ ତାହା ଏବେଠୁ କହିବା ସମ୍ଭବପର ନୁହେଁ । ନାସା ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଫେବୃୟାରୀ 1 ସୁଦ୍ଧା ପୃଥିବୀ ଆକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିପାରେ । ଧୂମକେତୁର ଏହି ଉଜ୍ଵଳ ଆଲୋକ ସହରର ଲାଇଟ ଓ ଜହ୍ନ ଆଲୋକର ଦୃଶ୍ୟତା ଉପରେ ପ୍ରଭାବ ପକାଇପାରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ତେବେ ଧୂମକେତୁ ଟି କେତେ ଉଜ୍ଵଳ ଦିଶିବ ଏହା ତା’ ଉପରେ ନିର୍ଭର କରେ ।
ଯଦି ଏହାର ଉଜ୍ଵଳ ଅଧିକ ରୁହେ ତେବେ ଏହା ପୃଥିବୀ ଦେଇ ଅତିକ୍ରମ କରିବା ସମୟରେ ପୃଥିବୀରେ ଦିନ ଭଳି ସ୍ଥିତି ହୋଇପାରେ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।