‘ଦ ସ୍କାଏ ଇଜ ପିଂକ’ ଶୁଟିଙ୍ଗରେ ଏହି କାରଣରୁ ବାରମ୍ବାର କାନ୍ଦି ଥିଲେ ପ୍ରିୟଙ୍କା ? ସାମନାକୁ ଆସିଲା ଏମିତି କଥା

ବଲୀଉଡରେ ଆଜିକାଲି ବାୟୋପିକ୍ସର ସମୟ ଚାଲିଛି । ଏହି ଆଧାରାରେ ବର୍ତ୍ତମାନ ନିର୍ଦେଶକ ଶୋନାଲୀ ବୋସ ନିଜର ଫିଲ୍ମ ‘ଦ ସ୍କାଈ ଇଜ ପିଂକ’କୁ ନେଇ ଆସୁଛନ୍ତି । ଯେଉଁଥିରେ ପ୍ରିୟଙ୍କା ଚୋପଡା ଓ ଫରହାନ ଅଖ୍ତର ପ୍ରଥମ ଥର ପାଇଁ ସ୍ଵାମୀ – ସ୍ତ୍ରୀର ଅଭିନୟରେ ନଜର ଆସିବେ । କିନ୍ତୁ ଗୋଟିଏ କଥା ସାମନାକୁ ଆସୁଛି କି ଏହି ଫିଲ୍ମର ଶୁଟିଙ୍ଗ ସମୟରେ ଏହି କାରଣରୁ ବାରମ୍ବାର କାନ୍ଦିଥିଲେ ପ୍ରିୟଙ୍କା ?

‘ଦ ସ୍କାଈ ଇଜ ପିଂକ’ର ଶୁଟିଙ୍ଗ ସମୟରେ କାନ୍ଦିଥିଲେ ପ୍ରିୟଙ୍କା

ପ୍ରିୟଙ୍କା ଚୋପଡା ଓ ଫରହାନ ଅଖ୍ତରଙ୍କର ଫିଲ୍ମ ‘ଦ ସ୍କାଈ ଇଜ ପିଂକ’ ରିଲିଜ ହେବାର ଅଛି । ୧୧ ଅକ୍ଟୋବରକୁ ଏହି ଫିଲ୍ମ ଦେଶସାରା ରିଲିଜ ହେବାର ଅଛି । ପ୍ରିୟଙ୍କା ଓ ଫରହାନ ଫିଲ୍ମର ପ୍ରମୋଶନର କାମ ବି ଆରମ୍ଭ କରି ଦେଇଛନ୍ତି । ଗତ ଦିନ ଏହି ଫିଲ୍ମର ସ୍କ୍ରୀନିଂଗ ଟୋରଂଟୋ ଇଂଟରନେଶନଲ ଫିଲ୍ମ ଫେସ୍ଟିବଲରେ ହୋଇଥିଲା ।

ଏହି ସମୟରେ ଫିଲ୍ମର ଦର୍ଶକମାନେ ଷ୍ଟାଡିଙ୍ଗ ଓବେଶନ ଦେଇଥିଲେ ଓ ଫିଲ୍ମ ଲୋକମାନଙ୍କୁ ବହୁତ ପସନ୍ଦ ଆସିଲା ଓ ତାଙ୍କର ଏହିଭଳି ରିସ୍ପନ୍ସ ଦେଖି ପ୍ରିୟଙ୍କା ଇମୋଶନଲ ହୋଇଗଲେ । ଏହା ପରେ ଫିଲ୍ମର ଡାୟରେକ୍ଟର ପ୍ରିୟଙ୍କାଙ୍କୁ ଆଲିଙ୍ଗନ କରିନେଲେ । ଏହି ଫିଲ୍ମ ଅଦିତୀ ଓ ନୋରେନଙ୍କର ପ୍ରେମ କାହାଣୀ ଅଟେ ଓ ତାଙ୍କର ଝିଅ ଆୟଶା ଯିଏକି pulmonary fibrosis ନାମକ ରୋଗରେ ପୀଡିତ ଅଛି ।

ଆୟଶା ୧୮ ବର୍ଷ ବୟସରେ ହିଁ ଜୀବନ ଓ ମୁର୍ତ୍ୟୁ ସହ ଯୁଧ୍ୟ କରୁଛି ଓ ଦୁନିଆକୁ ଏହା ମଧ୍ୟରେ ଏକ ଭଲ ଶିକ୍ଷା ଦେଉଛି । କହିବାକୁ ଗଲେ ବର୍ତ୍ତମାନ ହିଁ ଏକ ଇଣ୍ଟରଭିୟୁରେ ଶୋନାଲୀ ବୋସ ଫିଲ୍ମକୁ ନେଇ କଥାବାର୍ତ୍ତ କରିଛନ୍ତି । ଶୋନାଲୀ ବୋସ କହିଲେ କି ଫିଲ୍ମରେ କେତେକ ସିନ ଏମିତି ଥିଲା ଯାହାକୁ ଶୁଟ କରିବା ପରେ ପ୍ରିୟଙ୍କା ବହୁତ କାନ୍ଦି ଥିଲେ ଓ ତାଙ୍କୁ ସମ୍ଭାଳିବା ବହୁତ କଷ୍ଟ ହୋଇ ଯାଉଥିଲା ।

ଶୋନାଲୀ ବୋସ କହିଲେ, ‘ଆମେ ଗୋଟିଏ ସିନ ଶୁଟ କରୁଥିଲୁ । ଯେଉଁଥିରେ ପ୍ରିୟଙ୍କା ନ ଥିଲେ, ତଥାପି ବି ମୋର କଟ କହିବ ପରେ ସେ ବହୁତ କାନ୍ଦି ଥିଲେ । ଏମିତି ହିଁ ଅନ୍ୟ ଏକ ସିନ ବି ଥିଲା । ଯେଉଁଠି ମୋର କଟ କହିବା ପରେ ପ୍ରିୟଙ୍କା ମୋତେ ଆଲିଙ୍ଗନ କରି ବହୁତ କାନ୍ଦି ଥିଲେ । ସେ ଲଗାତାର କାନ୍ଦି ଯାଉଥିଲେ, ଓ ବାରମ୍ବାର କହୁଥିଲେ କି ଆଈ ଏମ ସରୀ, ଆଈ ଏମ ସରୀ ।

ମୋତେ ବର୍ତ୍ତମାନ ଜଣା ପଡିଲା କି ଏକ ଶିଶୁକୁ ହରାଇବା କେତେ କଷ୍ଟକର ହୋଇଥାଏ । ଆଈ ଏମ ସରୀ ଫର ଇଶଲୂ । ଆପଣଙ୍କୁ କହିଦେଉଛୁ ଯେ ଇଶଲୂ ଶୋନାଲୀଙ୍କର ଝିଅ ଥିଲା ଯାହାର ନିଧନ ୧୬ ବର୍ଷ ବୟସରେ ହୋଇ ଯାଇଥିଲା । ଫିଲ୍ମଟି ୧୧ ଅକ୍ଟୋବରକୁ ରିଲିଜ ହେବ, ଏହି ଫିଲ୍ମ ଦିଲ୍ଲୀର ଝିଅ ଆୟଶା ଚୌଧରୀ ଙ୍କ ଜୀବନ ଉପରେ ଆଧାରିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।