ଭୁବନେଶ୍ବର ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ପୁରୁଷବନ୍ଧୁ ସତ୍ୟପ୍ରକାଶ ଦାଶଙ୍କୁ ଗିରଫ କରିଛି ପୋଲିସ । ପ୍ରଥମେ ତାଙ୍କୁ ଗୋଟିଏ ଦିନ ଅଟକ ରଖି ପଚରାଉଚରା କରିବା ପରେ ସହିଦନଗର ପୋଲିସ ତାଙ୍କୁ ଗିରଫ କରିଛି । ଆଉ ତାଙ୍କୁ କୋର୍ଟ ଚାଲାଣ କରାଯିବ । ମୃତ ଆଶ୍ରିତା ସେନାପତି ଭୁବନେଶ୍ବରର ଏକ ଘରୋଇ କଲେଜର ଏମସିଏ ଛାତ୍ରୀ ଥିଲେ । ଜୀବନରେ ଭଲ ଚାକିରିଟିଏ କରିବେ ବୋଲି ଇଚ୍ଛା ରଖିଥିଲେ, କିନ୍ତୁ ସେହି ଇଚ୍ଛା ଅଧୁର ରହିଗଲା ।

ଯାହା ସେ ନିଜ ଶେଷ ଚିଠିରେ ଲେଖି ଯାଇଛନ୍ତି । ସବୁଠୁ ବଡ କଥା ହେଉଛି ସେ ଭଲ ପାଉଥିବା ପୁରୁଷବନ୍ଧୁ ସତ୍ୟପ୍ରକାଶ ଦାଶଙ୍କ ଘର ଆଶ୍ରିତାଙ୍କ ଗାଁ’ରେ । ଆଶ୍ରିତା ଓ ସତ୍ୟପ୍ରକାଶ ପରସ୍ପରକୁ ୨୦୧୪ ମସିହାରୁ ପ୍ରେମ କରୁଥିଲେ । ୨୦୧୪ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସତ୍ୟପ୍ରକାଶ ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ଆଉ ଆଶ୍ରିତା ମଧ୍ୟ ବ୍ବୁବନେଶ୍ବରର ଏକ ଘରୋଇ କଲେଜରେ ଏମସିଏ ପାଠ ପଢୁଥିଲେ ।
ସମୟ ମିଳିଲେ ଆଶ୍ରିତା ଓ ସତ୍ୟପ୍ରକାଶ ଭେଟ ହୁଅନ୍ତି ଓ ପରସ୍ପର ସହ କିଛି ସମୟ ବିତାନ୍ତି । କିନ୍ତୁ ସତ୍ୟପ୍ରକାଶ କରିବା ଅନୁଯାୟୀ ୨୦୧୯ ମସିହା ଠାରୁ ଆଶ୍ରିତା ଅନ୍ୟ ଜଣେ ପୁଅଙ୍କ ସହ କଥା ହେଉଥିଲେ । ଯାହାକୁ ନେଇ ସତ୍ୟପ୍ରକାଶ ସନ୍ଦେହ କରୁଥିଲେ ଓ ଖୁବ ଅସନ୍ତୁଷ୍ଟ ମଧ୍ୟ ରହୁଥିଲେ । ଏସବୁ ଭିତରେ ବି ସବୁକିଛି ଠିକଠାକ ଚାଲିଥିଲା ।

ଉଭୟ ପ୍ରେମ ସମ୍ପର୍କରେ ରହିଥିଲେ ମଧ୍ୟ ସେହି ତୃତୀୟ ପିଲାଟି ପାଇଁ ଉଭୟଙ୍କ ମଧ୍ୟରେ ବେଳେବେଳେ ଝଗଡା ହୁଏ । କିନ୍ତୁ ତା’ପରେ ସବୁ ଠିକ ବି ହୋଇଯାଏ । କିନ୍ତୁ ହଠାତ ୯ ବର୍ଷର ପ୍ରେମ ସମ୍ପର୍କରେ ଝଡ ସୃଷ୍ଟି ହୋଇଥିଲା । ସବୁ ମୁହୂର୍ତ୍ତରେ ଆଶ୍ରିତାଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦେଇ ଆସୁଥିଲେ ସତ୍ୟପ୍ରକାଶ ।
ଏପରିକି ସତ୍ୟପ୍ରକାଶ ତାଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ଶେଷରେ ଏକ ଶେଷ ଚିଠି ଲେଖି ଜୀବନ ହାରିଦେଲେ ଆଶ୍ରିତା । ଯାହାପରେ ତାଙ୍କ ପୁରୁଷବନ୍ଧୁ ସତ୍ୟପ୍ରକାଶଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।