ତୁଳସୀ ବୃକ୍ଷରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯେଉଁ ଘରେ ପ୍ରତିଦିନ ସକାଳ ଓ ସନ୍ଧ୍ଯାରେ ଅତି ନିଷ୍ଠାର ସହ ତୁଳସୀ ପୂଜା କରାଯାଇଥାଏ । ସେହି ଘର ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ସଦା ସର୍ବଦା ରହିଥାଏ । ବନ୍ଧୁଗଣ ତୁଳସୀ ପୂଜନ ଆପଣ କେମିତି ଉଚିତ ନିୟମର ସହ କରିବେ ଆସନ୍ତୁ ସେହି ବିଷୟରେ ଜାଣିବା । ସକାଳୁ ଶୀଘ୍ର ସ୍ନାନ ଆଦି କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିସାରିବା ପରେ ମାତା ତୁଳସୀଙ୍କର ପୂଜା କରାଯିବା ଉଚିତ ।
ପୂର୍ବ ଦିଗକୁ ମୁଖ କରି ତୁଳସୀ ବୃକ୍ଷ ଅର୍ଥାତ ବୃନ୍ଦାବତୀ ମାତାଙ୍କୁ ପ୍ରଥମେ ପ୍ରଣାମ କରନ୍ତୁ । ତାପରେ ତୁଳସୀ ମୂଳରେ 3 ଥର ଜଳ ଅର୍ପଣ କରି 3 ଥର ତୁଳସୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ । ଅର୍ଥାତ ଥରେ ଜଳ ତୁଳସୀ ମୂଳରେ ଅର୍ପଣ କରି ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ । ତାପରେ ପୁଣି ଜଳ ଅର୍ପଣ କରି ପୁଣି ଥରେ ପରିକ୍ରମା ଏବଂ ତୃତୀୟ ଥର ମଧ୍ୟ ଠିକ ସେହିପରି ତୁଳସୀ ମୂଳରେ ଜଳ ଅର୍ପଣ କରି ତୃତୀୟ ଥର ପାଇଁ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ ।
ବାକି ବଳିଥିବା ସମସ୍ତ ଜଳ ତୁଳସୀ ବୃକ୍ଷରେ ଦେଇ ଦିଅନ୍ତୁ । ମାତାଙ୍କୁ ଚନ୍ଦନ, ସିନ୍ଦୁର ଲଗାଇ ଦିଅନ୍ତୁ । ଏଥିସହ ତୁଳସୀ ମାତାଙ୍କ ନିକଟ ଘିଅ ଦୀପ ପ୍ରଜ୍ଵଳନ କରି ନିଜ ପରିବାରର ମଙ୍ଗଳ କାମନା କରନ୍ତୁ । ନୂତନ ତୁଳସୀ ବୃକ୍ଷ ଘରେ ଲଗାଇବାକୁ ଚାହୁଁଥିଲେ । କାର୍ତ୍ତିକ ମାସରେ ଘରେ ନୂଆ ତୁଳସୀ ବୃକ୍ଷ ଲଗାଇବା ସବୁଠାରୁ ଉତ୍ତମ ଅଟେ । ଏହା ବ୍ଯତୀତ କୌଣସି ମାସର ଗୁରୁବାର ଓ ଶୁକ୍ରବାରକୁ ଘରେ ନୂଆ ତୁଳସୀ ବୃକ୍ଷ ଲଗାଇବାକୁ ମଧ୍ୟ ଶୁଭ ବୋଲି ମାନାଯାଇଥାଏ ।
ତୁଳସୀ ବୃକ୍ଷକୁ ଘରର ମଝି ଅଗଣାରେ ଲଗାନ୍ତୁ । ଯଦି ଘରର ଅଗଣା ନଥାଏ । ତେବେ ଘରର ବାଲ୍କୁନୀର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ । ରବିବାର, ଏକାଦଶୀ, ସୂର୍ଯ୍ୟଗ୍ରହଣ, ଚନ୍ଦ୍ରଗ୍ରହଣ, ସଙ୍କ୍ରାନ୍ତି ଏହିଭଳି କିଛି ଦିନ ମାନଙ୍କରେ ତୁଳସୀ ବୃକ୍ଷର ପତ୍ର ଛିଡାନ୍ତୁ ନାହିଁ । ତୁଳସୀର ପତ୍ରକୁ କେବଳ ସକାଳ ସମୟରେ ତୋଳନ୍ତୁ ।
ଦିନର ଅନ୍ୟ ସମୟରେ ତୁଳସୀ ବୃକ୍ଷର ପତ୍ର ତୋଳିବା ଉଚିତ ହୋଇନଥାଏ । ତୁଳସୀର ପତ୍ର କେବେବି ବାସି ହୋଇନଥାଏ । ଏହାକୁ ତୋଳି ରଖିବାର କିଛି ଦିନ ପର୍ଯ୍ୟନ୍ତ ଆପଣ ତାହାକୁ ପୂଜାରେ ବ୍ୟବହାର କରିପାରିବେ । ରବିବାରକୁ ତୁଳସୀ ବୃକ୍ଷରେ ଜଳ ଚଢାଇବା ଅନୁଚିତ । ଆପଣ ରବିବାର ସନ୍ଧ୍ଯାରେ ତୁଳସୀଙ୍କୁ ସ୍ପର୍ଶ ନକରି ତାଙ୍କ ନିକଟରେ ଦୀପ ଜଳାଇପାରିବେ ।
ତୁଳସୀ ଗଛ ଶୁଖିଗଲେ ବ୍ୟସ୍ତ ନହୋଇ ଯେତେ ଶୀଘ୍ର ସମ୍ଭବ ଶୁଖି ଯାଇଥିବା ବୃକ୍ଷକୁ ମୂଳରୁ ବାହାର କରି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ପୁନଶ୍ଚ ତୁଳସୀ ବୃକ୍ଷ ଆଣି ପ୍ରତିଦିନ ତାହାର ପୂଜା କରିବା ସହ ଠିକ ଭାବେ ତୁଳସୀ ଗଛର ଯତ୍ନ ନିଅନ୍ତୁ । ତୁଳସୀ ପତ୍ରକୁ ଚୋବାଇ ନଖାଇ ଢୋକି ଦିଅନ୍ତୁ । ଏହା ବହୁତ ଲାଭକାରୀ ବୃକ୍ଷ ଅଟେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ।