ପ୍ରଥମ ସ୍ଵାମୀ ପାଖକୁ ଫେରିବା ପାଇଁ ନେହୁରା ହୋଇ ଦ୍ଵିତୀୟ ସ୍ଵାମୀ ହାତରେ ରାକ୍ଷୀ ବାନ୍ଧିଲା ସ୍ତ୍ରୀ… ଆଉ ତା ପରେ

ସ୍ଵାମୀ ଭାଇ କରି ଦେଲା ସ୍ତ୍ରୀ । ନିଜ ପ୍ରେମିକ ପାଇଁ ସ୍ଵାମିକୁ ବାନ୍ଧିଲା ରାକ୍ଷୀ । ଭାଇ ଡାକିଲା ଛାଡି ଦେବାକୁ ନେହୁରା ହେଲା । ହଁ ଦର୍ଶକ ବନ୍ଧୁ ନିଜ ପ୍ରଥମ ପ୍ରେମକୁ ଜୀବନ ସାଥି ରୂପେ ବାଛି ଘରୁ ବାହାରିଗଲେ ଯୁବତୀ । ମାତ୍ର ପରିବାର ଲୋକେ ଏହାକୁ ଦୃଢ କରିଥିଲେ । ଆଉ ଏଥିପାଇଁ ଜୋର ଜବରଦସ୍ତି ଘରୁ ଉଠାଇ ଆଣି ଝିଅକୁ ଅନ୍ୟତ୍ର ବିବାହ କରାଇଲେ । ହେଲେ ନିଜର ପ୍ରଥମ ପ୍ରେମ ଓ ସ୍ଵାମିକୁ ଭୁଲିପାରିଲେ ନାହିଁ ।

ପ୍ରତିଦିନ ନିଜ ପ୍ରତର୍ହମ ସ୍ବାମୀଙ୍କୁ ଝୁରି ହେଉଥିଲେ ମହିଳା । ଶେଷରେ ବାଧ୍ୟ ହୋଇ ମହିଳା ଜଣକ ଅଜବ ନିସ୍ପତି ନେଲେ । ନିଜ ଦ୍ଵିତୀୟ ସ୍ବାମୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ ବୋଲି ସମ୍ବିଧାନ କରି ଛାଡିବାକୁ ନେଲେ ନିସ୍ପତି । ଏପରି ଏକ ଅଜବ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ରାଜସ୍ଥାନ ଜୋତପୁର ର ତରୁଣା ଶର୍ମା ନାମକ ଯୁବତୀ ପରିବାର ବିରୁଦ୍ଧରେ ଯାଇ ନିଜ ସ୍କୁଲ ସାଙ୍ଗ ସୁରେନ୍ଦ୍ର ଶଙ୍ଖିଲା ଙ୍କୁ ପ୍ରଥମେ ବିବାହ କରିଥିଲେ ।

ମାତ୍ର ସୁରେନ୍ଦ୍ର ଯୁବକ ଜଣକ ଅନ୍ୟ ଜାତିର ହୋଇଥିବାରୁ ପରିବାର ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ । ଏପରିକି ବିବାହର 10 ଦିନ ପରେ ଝିଅକୁ ଜୋର ଜବରଦସ୍ତି ଶ୍ଵଶୁର ଘରୁ ନିଜ ଘରକୁ ନେଇ ଆସିଲେ । ଏହାପରେ ଝିଅ କୁ ପ୍ରାୟ 5 ମାସ ନଜର ବନ୍ଦୀ କରି ରଖିବା ସହ ତାଙ୍କର ଯୋଗାଯୋଗ ମାଧ୍ୟମ ବନ୍ଦ କରି ଦେଇଥିଲେ । ଫଳରେ ସେ ନିଜର ପ୍ରଥମ ସ୍ବାମୀଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ ।

ପରିବାର ଲୋକେ ତରୁଣା ଙ୍କ ସହ ଛତିଶଗଡର ଜଣେ ଯୁବକ ଜିତେନ୍ଦ୍ର ଜୋଶୀ ଙ୍କ ସହ ଦ୍ଵିତୀୟ ବିବାହ କରାଇଲେ । ଜିତେନ୍ଦ୍ର ବିବାହ ପରେ ତାଙ୍କୁ ବିବାହ ପରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମହିଳା । କିଛି ଦିନ ପୂର୍ବେ ଅସୁସ୍ଥା କାରଣରୁ ରାୟପୁର ର ଏକ ମେଡିକାଲ ଯାଇଥିବା ବେଳେ ତରୁଣା ଜଣେ ବ୍ୟକ୍ତିଙ୍କ ଫୋନ ଆଣି ନିଜ ପ୍ରଥମ ସ୍ବାମୀଙ୍କୁ ଯୋଗାଯୋଗ କରିଥିଲେ ।

ଏପରିକି ତରୁଣା ନିଜର ଦୁଃଖ ଭରା କାହାଣୀ କୁ ଟ୍ବିଟର ରେ ପୋଷ୍ଟ କରିଥିଲେ ଯାହା ଖୁବ ଭାଇରାଲ ହୋଇଥିଲା । ବଲିଉଡ ହିରୋ ସୋନୁ ସୂଦ ମଧ୍ୟ ତରୁଣାଙ୍କ ଷ୍ଟୋରିକୁ ଦେଖିଥିଲେ । ଶେଷରେ ତରୁଣା ନିଜ ପ୍ରଥମ ସ୍ବାମୀଙ୍କ ପାଖକୁ ଫେରିବା ପରେ ଦ୍ଵିତୀୟ ସ୍ବାମୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ମାତ୍ର ଏହାକୁ ମାନିବାକୁ ଜିତେନ୍ଦ୍ର ଜୋଶୀ ରାଜି ନୁହନ୍ତି ।

ଏପରିକି ଜିତେନ୍ଦ୍ର କହିଛନ୍ତି କି ତରୁଣା ଙ୍କର ବିବାହ ପାଇଁ ଇଚ୍ଛା ନ ଥିଲେ ସେ ପ୍ରଥମ ରୁ ମନା କରିପାରି ଥାନ୍ତେ, ମୁଁ କେବେ ବି ବାଧ୍ୟ କରି ନ ଥାନ୍ତି, ତାଙ୍କ ପରିବାର ଲୋକେ ମୋ ସହ ଯୋଗାଯୋଗ କରି ଏହି ବିବାହ ପ୍ରସ୍ତାବ ଦେଇଥିଲେ । ତରୁଣାଙ୍କ ପ୍ରଥମ ବିବାହ ସମ୍ପର୍କରେ କିଛି ଜାଣି ନ ଥିବା କଥା କହିଛନ୍ତି ଜିତେନ୍ଦ୍ର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।