ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓଡିଶାର ଘରେ ଘରେ ସୁପରିଚିତ । ଯାତ୍ରାରେ ଡ୍ୟାନ୍ସ ଏବଂ ଅଭିନୟ ପାଇଁ ହେଉ ଅବା କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ହେଉ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁରେ ରହିଥାନ୍ତି । ତେବେ ରାଣୀ ପଣ୍ଡା ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ରୁହନ୍ତି ଓ ତାଙ୍କ ଫ୍ୟାନ୍ସଙ୍କ ସହ ଭାବ ଆଦାନପ୍ରଦାନ କରନ୍ତି । ନିକଟରେ ଧନତେରସ ଏବଂ ଦୀପାବଳୀ ପର୍ବ ସାରା ଭାରତରେ ଅତ୍ୟନ୍ତ ଜାକଜକମରେ ପାଳିତ ହୋଇଛି । ଏହାରି ମଧ୍ୟରେ ରାଣୀ ପଣ୍ଡା ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବଡ ସରପ୍ରାଇଜ ଦେଇଛନ୍ତି ।
ଅନେକ ଦିନରୁ ରାଣୀ ପଣ୍ଡାଙ୍କ ଫ୍ୟାନ୍ସମାନେ ତାଙ୍କ ଘର ଦେଖାଇବା ପାଇଁ ରାଣୀଙ୍କୁ ଅନୁରୋଧ କରି ଆସୁଥିଲେ । ଆଉ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ରାଣୀ ନିଜ ଫ୍ୟାନ୍ସଙ୍କୁ ତାଙ୍କ ଘର ଦେଖାଇଛନ୍ତି । ଯାହାର ଭିଡିଓ ଖୁବ ଭାଇରାଲ ହେବା ସହ ସମସ୍ତେ ତାଙ୍କ ଘରକୁ ବେଶ ପସନ୍ଦ କରିଛନ୍ତି । ଭିଡିଓରେ ରାଣୀ ପ୍ରଥମେ ଫ୍ୟାନ୍ସଙ୍କୁ ଧନତେରସର ଶୁଭେଚ୍ଛା ଜଣାଇଛନ୍ତି ଏବଂ କିଛି ନା କିଛି ସୁନା, ରୂପା ଜିନିଷ କିଣିବା ପାଇଁ ପରାମର୍ଶ ଦେଇଛନ୍ତି ।
ସେ ନିଜେ ମଧ୍ୟ ଧନତେରସରେ କେବଳ ମା ଲକ୍ଷ୍ମୀଙ୍କର ଗୋଟିଏ ଛୋଟ ମୁଦ୍ରାଟିଏ କିଣିଥିବା ଜଣାଇଛନ୍ତି । ଏହାପରେ ରାଣୀ ପଣ୍ଡା ତାଙ୍କ ପୁରା ଘର ଦେଖାଇଛନ୍ତି । ରାଣୀଙ୍କ ଘରେ ଗୋଟିଏ ଡ୍ରଇଂ କମ୍ ଡାଇନିଂ ରୁମ୍ ଥିବେବେଳେ, ସ୍ଵତନ୍ତ୍ର ପୂଜା ଘର, ଗୋଟିଏ କିଚେନ, ଦୁଇଟି ବେଡରୁମ୍ ଏବଂ ଦୁଇଟି ବାଲକୋନୀ ମଧ୍ୟ ରହିଛି ।
ରାଣୀଙ୍କ ଘର ବେଶ ସଫାସୁତୁରା ଥିବା ସହ ଜିନିଷପତ୍ର ସବୁ ବେଶ ଭଲ ଭାବେ ଖଞ୍ଜା ହୋଇଛି । ନିତ୍ୟ ବ୍ୟବହାର୍ଜ୍ୟ ସମସ୍ତ ଜିନିଷ ରାଣୀ ପଣ୍ଡା ତାଙ୍କ ଘରେ ରଖିଛନ୍ତି । ପ୍ରଥମେ ଡ୍ରଇଂ ଏବଂ ଡାଇନିଂ ରୁମ୍ ଟି ରହିଥିବା ବେଳେ ଏହାର ଆକାର ବେଶ ବଡ ରହିଛି । ଏହି ରୁମ୍ ରେ ରାଣୀ ଏକ ଆକର୍ଷଣୀୟ ଆକ୍ଵାରିୟମ ମଧ୍ୟ ରଖିଛନ୍ତି ।
ପୂଜା ଘରେ ପ୍ରଭୁ ହନୁମାନ, ମା ଉଗ୍ରତାରା, ମା ଭଟ୍ଟାରିକା, ମା ଚର୍ଚ୍ଚିକା, ମା କାଳିଜାଇ ମା ଲକ୍ଷ୍ମୀ, ପ୍ରଭୁ ଗଣେଶ, ମା ମଙ୍ଗଳା, ମା ଦୂର୍ଗା, ମା କାଳୀ, ମା ସାରଳା, ମା ତାରିଣୀ, ମା ସରସ୍ଵତୀ, କାର୍ତ୍ତିକ ଭଗବାନ, ଶିବପାର୍ବତୀ, ରାଧାକୃଷ୍ଣ ଏବଂ ସାଢେ ଚାରିକୋଟି ଓଡିଆଙ୍କ ମଉଡମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ପ୍ରତିଷ୍ଠା କରିଛନ୍ତି ରାଣୀ ପଣ୍ଡା । ତେବେ ଆପଣଙ୍କୁ ରାଣୀ ପଣ୍ଡାଙ୍କ ଘର କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।