Health tips; – ପ୍ରସବ ପରେ ଘରେ କେମିତି ନେବେ ମାଆର ଯତ୍ନ। Mother Care After First Delivery

ପ୍ରସବ ପରେ କେମିତି ନେବେ ମାଆର ଯତ୍ନ ? ବନ୍ଧୁଗଣ ଆମ ସମାଜରେ ଡେଲିଭରି ପରେ ନବଜାତ ଶିଶୁ ଉପରେ ପରିବାରର ପୁରା ଫୋକୋଷ ରହିଥାଏ । ପିଲାର ବହୁତ ଯତ୍ନ କରିଥାନ୍ତି । ଏହା ବହୁତ ଭଲ କଥା ହୋଇଥାଏ । ହେଲେ ନବଜାତ ଶିଶୁ ସହ ତା’ ର ମାଆର ମଧ୍ୟ ସେତିକି ଯତ୍ନ ନେବା ଉଚିତ । କାରଣ ମହିଳାଙ୍କ ର ଡେଲିଭରୀ ପରେ ତାଙ୍କର ଭଲ ଭାବେ କେୟାର ନେବା ଦ୍ଵାରା ହିଁ ମାଆ ଓ ପିଲା ଉଭୟ ସୁସ୍ଥ ରହିବେ । ଡେଲିଭରି ପରେ ବହୁତ ମହିଳାଙ୍କର ସଙ୍ଗେ ସଙ୍ଗେ ଛୁଆ ପାଇଁ କ୍ଷୀର ବାହାରିନଥାଏ ।

ତେଣୁ ଏହି କଥାକୁ ନେଇ ମହିଳାଙ୍କ ଉପରେ କୌଣସି ଚାପ ପକାଇ ବ୍ୟସ୍ତ କରାଇବେ ନାହିଁ । କାରଣ ଛୁଆକୁ ମାଆର ବ୍ରେଷ୍ଟ ଲଗାଇବା ଦ୍ଵାରା ଧୀରେ ଧୀରେ ମହିଳାଙ୍କ କ୍ଷୀର ହୋଇଥାଏ । ପ୍ରସବ ପରେ ହଳଦିଆ ରଙ୍ଗର କ୍ଷୀରକୁ ପିଲାଙ୍କୁ ନିଶ୍ଚିତ ଭାବେ ଖୁଆନ୍ତୁ । ତାହା ପିଲାଙ୍କ ସ୍ଵାସ୍ଥ ପାଇଁ ବେଶ ଉପକାରୀ ହୋଇଥାଏ । ତାହା ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ମା’ ର ହଳଦିଆ କ୍ଷୀର ବା କୋଲେଷ୍ଟ୍ରନ ନବଜାତ ଶିଶୁକୁ ନିଶ୍ଚିତ ଭାବେ ଦେବେ ।

6 ମାସ ପର୍ଯ୍ୟନ୍ତ ନବଜାତ ଶିଶୁକୁ କେବଳ ମା’ ର କ୍ଷୀର ହିଁ ଖୁଆନ୍ତୁ । 6 ମାସ ପର୍ଯ୍ୟନ୍ତ ନବଜାତ ଶିଶୁକୁ ଜମାରୁ ପାଣି, ମହୁ ଇତ୍ୟାଦି କୌଣସି ପ୍ରକାର ବାହାର ଖାଦ୍ୟ ଖୁଆନ୍ତୁ ନାହିଁ ।  ବାହାର ଖାଦ୍ୟ ଖାଇବା ଦ୍ଵାରା ପିଲାଙ୍କୁ ସଂକ୍ରମଣ ହୋଇଥାଏ । ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲାଙ୍କ ପାଇଁ ମା’ କ୍ଷୀର ଅମୃତ ସଦୃଶ ହୋଇଥାଏ । ନିୟମିତ ସ୍ତନ ପାନ କରାଇବା ଫଳରେ ମା’ ର କ୍ଷୀରର ପରିମାଣ ବଢିଥାଏ ।

ଡେଲିଭରି ପରେ ମହିଳାଙ୍କୁ ଠିକ ଭାବେ ରେସ୍ଟ ନେବା ଦରକାର ପଡିଥାଏ । ଯାହା ଦ୍ଵାରା ମା ଚିନ୍ତାମୁକ୍ତ ରହିବା ସହ ସୁସ୍ଥ ରହିଥାନ୍ତି । ଡେଲିଭରି ପରେ ମହିଳାଙ୍କର ଖାଦ୍ୟ ପାନୀୟ ଉପରେ କୌଣସି କଟକଣା କରନ୍ତୁ ନାହିଁ । ଆମିଷ ଖାଦ୍ୟ, ଦହି ଓ ଅନ୍ୟାନ୍ୟ ଖାଦ୍ୟରେ ସେପରି କୌଣସି କଟକଣା ନଥାଏ ।

ମହିଳାଙ୍କୁ ସନ୍ତୁଳିତ ସ୍ଵାସ୍ଥକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ବଜାରରେ ବିକ୍ରି ହେଉଥିବା ଅଧିକ ତେଲ ଓ ମସଲା ଯୁକ୍ତ, ବାସିଖାଦ୍ୟ, ଖଟା ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ନଚେତ ମା’ ଓ ପିଲା ଉଭୟଙ୍କର ସ୍ଵାସ୍ଥବସ୍ତା ବିଗିଡି ଯାଇପାରେ । ଅଧିକ ପରିମାଣରେ ସବୁଜ ପନିପରିବା, ଶାଗ ଓ ଫଳ ମହିଳା ମାନେ ଖାଆନ୍ତୁ ।

ନିୟମିତ ପାଣି ଓ ଫଳରସ ସେବନ କରନ୍ତୁ । ଡେଲିଭରି ପୂର୍ବରୁ ଯେଉଁଭଳି ମହିଳାଙ୍କର ଯତ୍ନ ନିଆଯାଇଥାଏ । ଡେଲିଭରି ପରେ ମଧ୍ୟ ଠିକ ସେହିଭଳି ପିଲା ସହ ମା’ ର ମଧ୍ୟ ଯତ୍ନ ନେବା ଉଚିତ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ବହୁ ମାତ୍ରାରେ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ