ପ୍ରକୃତିର ଏହି ସଂକେତ ଦେଖି ଜାଣି ପାରିବେ କି ଆଗକୁ କଣ ହେବାର ଅଛି ଆପଣଙ୍କ ସହିତ

ଭାରତୀୟ ପ୍ରାଚୀନ ଧର୍ମ ଗ୍ରନ୍ଥ ଗୁଡିକରେ ବାସ୍ତୁ ଓ ଜୀବ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଦ୍ଵାରା ଜୀବନରେ ହେଉଥିବା ଶୁଭ ଓ ଅଶୁଭ କଥା ବିଷୟରେ କୁହାଯାଇଛି । ପ୍ରକୃତି କେତେକ ଉପାୟ ଦ୍ଵାରା ଶୁଭ – ଅଶୁଭ ଜିନିଷ ବିଷୟରେ ପୂର୍ବରୁ ହିଁ ଜାଣି ଯାଇଥାଏ ଓ ଆମକୁ ତାହାର ସୂଚନା ବି ଦେଇ ଦିଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ।

ଯାହା ବିଷୟରେ ପ୍ରକୃତି ଆମକୁ ପୂର୍ବରୁ ହିଁ ସଂକେତ ଦେଇ ଦିଏ, କିନ୍ତୁ ଆମେ ଜାଣି ପାରି ନ ଥାଉ । ପୂର୍ବରୁ ଯଦି ଆମେ ସେହି ସଂକେତ ବିଷୟରେ ବୁଝି ଯିବା ତେବେ ଭବିଷ୍ୟତର ଘଟଣାରୁ ଆମେ ବଞ୍ଚି ପାରିବା ।

ବୁଝନ୍ତୁ ପ୍ରକୃତିର ଏହି ସଂକେତକୁ :

  • ଯେଉଁ ଘରେ ସବୁବେଳେ ବିଲେଇ ଝଗଡା କରିଥାଏ, ସେହି ଘର ବିଷୟରେ କୁହାଯାଏ କି ସେହି ଘର ବହୁତ ଜଲ୍ଦି ଭାଗ ହୋଇଯିବାର ସମ୍ଭାବନା ଅଛି । ଏହା ସହିତ ପରିବାର ଲୋକମାନଙ୍କ ମଧ୍ୟରେ ବିବାଦ ବଢିବାକୁ ବି ଲାଗିଥାଏ ।
  • ଯଦି ଘର ସାମ୍ନାରେ କୌଣସି ଗାଈ ଆସି ଜୋର ରେ ଚିତ୍କାର କରେ ତେବେ ଏହାର ଅର୍ଥ ସେହି ଘରେ ବହୁତ ଜଲ୍ଦି ସୁଖ – ସମୃଦ୍ଧି ଆସିବାର ଅଛି ।
  • ଏମିତି କୁହାଯାଏ କି ଯଦି କୌଣସି ବ୍ୟକ୍ତିର ଘରେ କଳା ପିମ୍ପୁଡି ବିଚରଣ କରିଥାଏ, ତେବେ ସେହି ଘରେ ଐଶ୍ଵର୍ଯ୍ୟ ବୃଦ୍ଧି ହୋଇଥାଏ, କିନ୍ତୁ ଏହା ସହିତ ବିବାଦ ବି ଲାଗି ରହିଥାଏ ।
  • ଘରର ଆଖପାଖରେ ଯଦି ମୟୂର ବାରମ୍ବାର ଆସୁଛି ତେବେ ତାହା ଶୁଭ ହୋଇଥାଏ ।
  • ଯଦି କୌଣସି ବ୍ୟକ୍ତିର ଘରେ ବିଚ୍ଛା ଲାଇନ କରି ଘରୁ ବାହାରିଯାଏ ତେବେ ବୁଝି ଯାଆନ୍ତୁ କି ଧନ ଦେବୀ ମାତା ଲକ୍ଷ୍ମୀ ରାଗିଯାଇଛନ୍ତି ସେ ଘରୁ ଚାଲି ଯାଉଛନ୍ତି ।
  • କିନ୍ତୁ ଯଦି ଘରୁ ହଳଦିଆ ରଙ୍ଗର ବିଚ୍ଛା ବାହାରକୁ ଯାଉଛି ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ଘରେ ଜଲ୍ଦି ଲକ୍ଷ୍ମୀ ପ୍ରବେଶ କରିବେ ।
  • ଯଦି ଆପଣଙ୍କ ଘରେ ବାରମ୍ବାର କୌଣସି ବିଲେଇ ଆସି ମଳତ୍ୟାଗ କରି ଚାଲି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କୁ ଜଲ୍ଦି କିଛି ଶୁଭ ଖବର ମିଳିବାର ଅଛି ।
  • ଘରେ ବାଦୁଡି ରହିବା ଅଶୁଭ ହୋଇଥାଏ । ସେଥିପାଇଁ ଏମାନଙ୍କୁ ଘରୁ ବାହାର କରି ଦେବା ଉଚିତ ।
  • ଘରେ କଳା ମୂଷାର ସଂଖ୍ୟା ବୃଦ୍ଧି ହେବା ବି ଅଶୁଭ ହୋଇଥାଏ । ଏହା କୌଣସି ପ୍ରକାରର ବ୍ୟାଧିର ସଂକେତ ଦେଇଥାଏ ।
  • ଯଦି ଘରର ଅଗଣାରେ କୌଣସି ପକ୍ଷୀ ଆଘାତ ହୋଇ ପଡିଯାଏ ତେବେ ସେହି ଘରେ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।