୩୦୦୦ ବର୍ଷ ର ପୁରୁଣା ମମି ରୁ ଆସୁଥିଲା ଅଜବ ଶବ୍ଦ,ବୈଜ୍ଞାନିକମାନେ ରେକର୍ଡ କରି ଶୁଣିଲେ ତ ଉଡିଗଲା ହୋସ୍

ଆପଣମାନେ ମମି ସମ୍ବନ୍ଧିତ ଅନେକ ଫିଲ୍ମ୍ ଦେଖିଥିବେ ଯେଉଁଥିରେ କି ହଜାର ହଜାର ବର୍ଷର ପୁରୁଣା ମମି ହଟାତ୍ ବଞ୍ଚିଉଠେ ଓ କଥା ମଧ୍ୟ କହିଥାଏ । ଥରେ ଭାବନ୍ତୁ ଯଦି ସତରେ ଏମିତି ହୁଏ କଣ ହେବ? ଲୋକମାନେ ସମସ୍ତେ ଡରିଯିବେ । କିନ୍ତୁ ବ୍ରିଟେନରେ ଏମିତି ଦେଖିବାକୁ ମିଳିଥିଲା । ଯେଉଁଠି ହଜାର ବର୍ଷ ତଳର ଏକ ମମି କବରରୁ ସବୁବେଳେ ଅଜବ ଗଜବ୍ ଶବ୍ଦ ଶୁଣିବାକୁ ଆସୁଥିଲା, ଯାହାପରେ ବୈଜ୍ଞାନିକମାନେ ଏହାକୁ ରେକର୍ଡ କରିବାକୁ ନିଷ୍ପତ୍ତି ନେଲେ ।

ଯେତେବଳେ ଶବ୍ଦ ରେକର୍ଡ଼ ହେଇଗଲା ସେମାନେ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହେଲେ ।

ବ୍ରିଟେନର ଏକ ଲିଡସ ସିଟି ମିଉଜିଅମ ରେ ମମି ରଖାଯାଇଥିଲା, ଯାହାର ନା ନିସୀୟାମୁନ ।୩୦୦୦ ବର୍ଷ ର ପୁରୁଣା ମମି ଟି ମିଶର୍ ରାଜା ଫେରୋ ରାମସେସ୍-11 ଙ୍କର ଜଣେ ପୂଜାରୀଙ୍କର ଥିଲା । ମିଡ଼ିଆ ରିପୋର୍ଟ ଅନୁସାରେ ଏ ପୂଜାରୀ ଜଣଙ୍କ ରାଜାଙ୍କ ପାଇଁ ଖବର ଆଣୁଥିଲେ ଓ ଧାର୍ମିକ ଗୀତ ମଧ୍ୟ ଗାଇକି ଶୁଣାଉଥିଲେ । ତାଙ୍କ କବର ରେ ମଧ୍ୟ ଲେଖାଯାଇଛି ଯେ ମିଶର ର ଗୀତିକାର ଥିଲେ ।

ବୈଜ୍ଞାନିକ ଡେବିଡ୍ ହୋବାର୍ଡଙ୍କ ମତରେ ଯେବେବି ଯିଏ ସେ ମମି ଦେଇ ଯିବା ଆସିବା କରନ୍ତି, ସେତେବେଳ ଅଜବ ଗଜବ୍ ଶବ୍ଦ ଶୁଣନ୍ତି ତେଣୁ ଦିନେ ଏହାକୁ ରେକର୍ଡ଼ କରିବାକୁ ଚିନ୍ତା କଲେ । ପ୍ରଥମେ ସେ ମମି ର ଗଳାକୁ ସ୍କାନ୍ କରି ତାପରେ 3d ପ୍ରିଣ୍ଟର ରେ କଥା କହିବା ନଳିକୁ ତିଆରି କରିଥିଲେ । ମମି ର ଗଳାରୁ ଶବ୍ଦ ବାହାର କରିଥିଲେ । ସେ କହିଛନ୍ତି ଯେ ମମି ଟିର ଗଳାରୁ ଏମିତି ଶବ୍ଦ ବାହାରି ଥିଲା ଯାହା ସେତେବେଳେ ସେ ଶୁଣିଥିଲେ । ଏଇ ଶବ୍ଦର ରେକର୍ଡ଼ଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ସେ କହିଛନ୍ତି ସିଟି ସ୍କାନ ପରେ ଜଣାପଡିଥିଲା ଯେ ମମିର ଜିଭର କିଛି ଅଂଶ ନଥିଲା, କିନ୍ତୁ କାହିଁକି ଏଯାଏଁ ଜଣା ପଡିନି । ଏମିତି କୁହାଯାଉଛି ଯେ ହଜାର ବର୍ଷର ପୁରୁଣ ମମି ବୋଲି ବୋଧହୁଏ ଜିଭର କିଛି ଅଂଶ ଶଢ଼ି ଯାଇଛି ।