ଘରର ଅଗଣାରେ ନିଶ୍ଚିନ୍ତ ରଖନ୍ତୁ ଏହି ୫ ଟି ଜିନିଷ, ରହିବ ଦେବୀଦେବତାଙ୍କ କୃପା, ଦୂର ହେବ ସବୁ କଷ୍ଟ

ଘରର ଅଗଣା ଘର ପାଇଁ ସବୁଠାରୁ ଅଧିକ ଗୁରୁତ୍ଵ ପୂର୍ଣ୍ଣ ହୋଇଥାଏ । ଏହା ଏକ ଏମିତି ସ୍ଥାନ ଅଟେ, ଯେଉଁଠି ଘରର ସବୁ ସଦସ୍ୟମାନେ ବସି କଥାବାର୍ତ୍ତା ହୋଇଥାନ୍ତି । ଏହା ସହିତ ବାହାର ଲୋକମାନେ ମଧ୍ୟ ଏହି ଘରର ଅଗଣାରେ ଯିବା ଆସିବା କରିଥାନ୍ତି । ହେଲେ ଆପଣଙ୍କୁ ନିଜ ଅଗଣାକୁ ପଜିଟିଭ ଓ ପବିତ୍ର ରଖିବା ଉଚିତ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ କିଛି ଉପାୟ କହିବୁ, ଯାହାଦ୍ୱାରା ଆପଣଙ୍କ ଅଗଣା ପବିତ୍ର ରହିବ ଓ ଆପଣଙ୍କର ସବୁ କଷ୍ଟ ଦୂର ହେବ । ଏଥିପାଇଁ ଆପଣଙ୍କୁ ନିଜ ଘରର ଅଗଣାରେ ୫ ଟି ଜିନିଷ ରଖିବାର ଅଛି । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ତୁଳସୀ ଗଛ-

ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ଦେବାଦେବୀଙ୍କର ବାସସ୍ଥାନ କୁହାଯାଏ । କୁହାଯାଏ କି ଘରେ ତୁଳସୀ ଗଛ ରହିଲେ ଘରର ଶୁଭ ହୋଇଥାଏ । ଏହା ପଜିଟିଭ ଏନର୍ଜିକୁ ବଢାଇ ଥାଏ । ତୁଳସୀ ଗଛକୁ ରଖିବା ପାଇଁ ସବୁଠାରୁ ଉଚିତ ସ୍ଥାନ ହେଉଛି ଅଗଣା । ଏହାଦ୍ଵାରା ଆପଣଙ୍କ ଘରେ ଥିବା ସବୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଦୀପ-

ଦୀପର ବ୍ୟବହାର ଅଧିକାଂଶ ଲୋକମାନେ ପୂଜାରେ କରିଥାନ୍ତି । ହେଲେ ଆପଣ ଏହାକୁ ସବୁଦିନ ସନ୍ଧ୍ୟାରେ ନିଜ ଘରର ଅଗଣାରେ ଲଗାଇ ପାରିବେ । ଦୀପରୁ ଆସୁଥିବା ଊର୍ଜା ନକରାତ୍ମକ ଏନର୍ଜିକୁ ନାଶ କରିଥାଏ । ଏହା ଦ୍ଵାରା ପରିବାରରେ କୌଣସି ବାଦବିବାଦ ହୁଏ ନାହିଁ ।

ଅଗରବତୀ-

ଅଗରବତୀରୁ ବାହାରୁଥିବା ଧୂଆଁ ଘରକୁ ଶୁଦ୍ଧ ଓ ସକରାତ୍ମକ ରଖିଥାଏ । ଅଗରବତୀକୁ ଘରର ଅଗଣା ବା ତୁଳସୀ ଗଛରେ ଲଗାଇଲେ ନେଗେଟିଭ ଏନର୍ଜି ଆପଣଙ୍କ ଘରକୁ ପ୍ରବେଶ କରିପାରିବ ନାହିଁ ।

ଲେମ୍ବୁ ଓ ଲଙ୍କା-

ଖରାପ ନଜରରୁ ବଞ୍ଚିବା ପାଇଁ ଲୋକମାନେ ଲେମ୍ବୁ ଓ ଲଙ୍କାର ବ୍ୟବହାର କରିଥାନ୍ତି । ଯଦି ଆପଣ ଲେମ୍ବୁ ଲଙ୍କାକୁ ସୂତାରେ ଗୁନ୍ଥି ଘରର ଅଗଣାରେ ଲଗାଇବେ, ତେବେ ଏହା ଦ୍ଵାରା ଆପଣଙ୍କ ଘର ଖରାପ ନଜରରୁ ବଞ୍ଚିବ ଓ ଘର ଶାନ୍ତିରେ ପରିପୂର୍ଣ୍ଣ ରହିବ ।

ଓଁ ଓ ସ୍ଵସ୍ତିକ-

ଓଁ ଓ ସ୍ଵସ୍ତିକ ଚିହ୍ନକୁ ପବିତ୍ର ଚିହ୍ନ ମାନିଥାନ୍ତି । ଏହାକୁ ଆପଣ ନିଜ ଘରର ଅଗଣା ବା କବାଟରେ ଲଗାଇପାରିବେ । ଏହା ଆପଣଙ୍କ ଭାଗ୍ୟକୁ ଉନ୍ନତ କରିବାରେ ସହାୟତା କରିବ ଓ ଏହା ଦ୍ଵାରା ଘରର ସଦସ୍ୟ ମାନେ ସୁରକ୍ଷିତ ରହିବେ ।