ବ୍ୟାଙ୍କ ଖାତାରେ ୩୧ ମେ ପର୍ଯ୍ୟନ୍ତ ରଖନ୍ତୁ ୩୪୨ଟଙ୍କା, ୪ଲକ୍ଷର ମିଳିବ ସୁରକ୍ଷା, ଜାଣନ୍ତୁ କେମିତି

କରୋନା ମହାମାରୀ ସହିତ ସମସ୍ତେ ସଂଘର୍ଷ କରୁଛନ୍ତି । ଏହି ସଙ୍କଟ ସମୟରେ ଲୋକ ମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଟଙ୍କା । କିଛି ଲୋକଙ୍କର ଚାକିରି ହିଁ ଚାଲିଯାଇଛି ଏବଂ ଯାହାଙ୍କର ବାକି ଅଛି ସେମାନଙ୍କର ଦରମା କଟା ଯାଉଛି । ଏହି ସଙ୍କଟ ସମୟରେ ଲୋକଙ୍କ ଆକାଉଣ୍ଟ ଖାଲି ହେଉଛି । ଏପରି ଲୋକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ବ୍ୟାଙ୍କ ଖାତାରେ ୩୪୨ଟଙ୍କା ଅଛି ତାହେଲେ ୩୧ ମେ ପରେ ଆପଣଙ୍କୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ସୁରକ୍ଷା ମିଳିବ । କେମିତି ସୁରକ୍ଷା ପାଇବେ ଜାଣନ୍ତୁ ।

ମୋଦୀ ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ଶସ୍ତା ପ୍ରିମିୟମ ବାଲା ଦୁଇଟି ସ୍କିମ ଚଲାଇ ଥିଲେ

ମୋଦୀ ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ଶସ୍ତା ପ୍ରିମିୟମ ବାଲା ଦୁଇଟି ସ୍କିମ ଚଲାଇ ଥିଲେ । ଏହି ସ୍କିମର ନାମ ହେଉଛି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସ୍କିମ ହିଁ ଦୁର୍ଘଟଣା ବୀମା ଯୋଜନା ଅଟେ । ଏହି ଉଭୟ ଯୋଜନା ବିଷୟରେ କହିବାକୁ ଗଲେ ଆପଣଙ୍କୁ ବାର୍ଷିକ ପ୍ରିମିୟମ ଯଥାକ୍ରମେ ୩୩୦ ରୁ ୧୨ଟଙ୍କା ଦେବାକୁ ହେବ । ସମୁଦାୟ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ହେବ । ଯଦି ଆପଣ ଏହି ଦୁଇଟି ସ୍କିମର ଲାଭ ନେବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରିମିୟମ ସମୁଦାୟକୁ ମିଶାଇ ବାର୍ଷିକ ମାତ୍ର ୩୪୨ଟଙ୍କା ହେବ ।

ଏହି ଦୁଇଟି ସ୍କିମ ୧ଜୁନ -୩୧ ମେ ଆଧାରରେ ଚାଲିଛି

ଏହି ଦୁଇଟି ସ୍କିମ ୧ଜୁନ -୩୧ ମେ ଆଧାରରେ ଚାଲିଛି । ଏହାର ପ୍ରିମିୟମ ବାର୍ଷିକ ଆଧାର ଉପରେ ମେ ମାସରେ କଟା ଯାଇ ଥାଏ । ଏହାର ଅର୍ଥ ହେଉଛି ଯଦି ଆପଣ ସ୍କିମ ସହିତ ଯୋଡି ହୋଇଛନ୍ତି ତାହେଲେ ୩୧ମେ ସୁଧା ଆପଣଙ୍କର ପ୍ରିମିୟମ କଟିଯିବ । ଏହା ପରେ ପୁରା ୧୨ମାସ ପର୍ଯ୍ୟନ୍ତ ଆପଣଙ୍କୁ ୪ଲକ୍ଷର କଭର ମିଳିବ । ଏହି ସ୍କିମ ବିଷୟରେ ଅଧିକ ଜାଣିବା ପାଇଁ jansuraksha.gov.in ରେ ପଢି ପାରିବେ । ଏହା ଛଡା ଟୋଲ ଫ୍ରୀ ୧୮୦୦-୧୮୦-୧୧୧୧ / ୧୮୦୦-୧୧୦-୦୦୧ ନମ୍ବରରେ ମଧ୍ୟ ସୂଚନା ପାଇ ପାରିବେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।