ନମସ୍କାର ବନ୍ଧୁଗଣ, ଗୋଟିଏ ନାରୀର ଜୀବନ ମା ହେଲେ ସମ୍ପର୍ଣ ହୋଇଥାଏ । ଗୋଟିଏ ମାର ପ୍ରସବ ସମୟର କଷ୍ଟ ଅସହ୍ୟ ହୋଇଥାଏ । ସେଥିପାଇଁ ତ ମା ଶ୍ରେଷ୍ଠ ହୋଇଥାଏ ଦୁନିଆରେ । କିନ୍ତୁ ଆଜି ଯାଏ ଯେଉଁଟି ଭଗବାନଙ୍କ ଦାନ ଥିଲା ସେଥିରେ ଏକ ବଡ ପରିବର୍ତ୍ତନ ଆସିଛି । ଭବିଷ୍ୟତରେ ମାଆର ଏହି କଷ୍ଟକୁ ଦୂର କରିବା ପାଇଁ ଯନ୍ତ୍ରଣାକୁ ଦୂର କରିବା ପାଇଁ ଏକ ନୂତନ ପରିକଳ୍ପନା କରାଯାଇଛି । ତେବେ ଆସନ୍ତୁ ଜାଣିବା କିଭଳି ଗୋଟିଏ ମେସିନ ଦ୍ଵାରା ମା ବୀନା ଯନ୍ତ୍ରଣାରେ ପ୍ରସବ କରିପାରିବ ।
ଏକ ବଡ ଖବର ଆସିସାରିଛି । ଭବିଷ୍ୟତ ମେସିନ ମଣିଷ ଛୁଆ ସୃଷ୍ଟି କରିବ ବୋଲି କୁହାଯାଇଛି । ଏହାର ଏକ ଭିଡିଓ ଜାରି କରିଛନ୍ତି ସାଇନ୍ସ କମୁନିକେଟର ହାସେନ ଅଲ ଘେଲି । ଏହି ଭିଡିଓରେ ଦେଖିବା ପାଇଁ ମିଳିଛି ବିଶ୍ଵର ସବିଠାରୁ ଏଡ଼ି କୃତିମ ଭ୍ରୁଣ କେନ୍ଦ୍ର । ସେହିଠାରେ ଅନେକ ଶିଶୁଙ୍କୁ ବିକଶିତ କରାଯାଉଥିବାର ନଜର ଆସିଛି ସେହି ଭିଡିଓଟିରେ । ଯେଉଁ ବାକ୍ସରେ ଶିଶୁଟି ସୃଷ୍ଟି ହେବ ତାହାକୁ ବାର୍ଥ ପଡ ବୋଲି କୁହାଯାଉଛି ।
ଏଥିରେ ଶିଶୁର ବିକାଶ ସହ ତାହାର ଜିନରେ ପରିବର୍ତ୍ତନ କରାଯିବ । ଏବଂ ଅଭିଭାବକ ଯେପରି ଶିଶୁ ଚାହିଁବେ ସେପରି ଶିଶୁ କରାଯିବ । ଏହି ଉପାୟ ଯଦି କାର୍ଯ୍ୟକାରୀ ହୁଏ ତେବେ ମହିଳାଙ୍କୁ ଆଉ ଗର୍ଭଧାରଣ କରିବା ପାଇଁ ପଡିବ ନାହିଁ ।କି ପ୍ରସବ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିବ ନାହିଁ । ଏହାସହିତ ନିଜ ଇଚ୍ଛା ମୁତାବକ ଶିଶୁ ପାଇହେବ । ମେସିନରେ ମଣିଷ ସୃଷ୍ଟିର କଥା ସବୁଆଡେ ଚର୍ଚ୍ଚା ଏବଂ ସମାଲୋଚନାର ବିଷୟ ପାଲଟିଛି । ଏହା ବିଜ୍ଞାନର ଏକ ନୂଆ ପରିକଳ୍ପନା ଯାହା ଭବିଷ୍ୟତରେ ଫଳପ୍ରଦ ବା ସଫଳ ହୋଇପାରେ ବୋଲି ଘେଲି କହିଛନ୍ତି ।
ଘେଲିଙ୍କ କହିବା ଅନୁଯାୟୀ ଗୋଟିଏ ମାତ୍ର ପୁଷ ବଟନରେ ଶିଶୁ ଜନ୍ମ ଗ୍ରହଣ କରିବେ । ଗର୍ଭଧାରଣ ତ ହୋଇପାରିବ କିନ୍ତୁ ମାଆର ଗର୍ଭ ଆବଶ୍ୟକ ପଡିବନି । ସତରେ ବିଜ୍ଞାନ କେତେ ଉପରକୁ ଯିବା ପାଇଁ ପ୍ରୟାସ ଜାରି ରହିଛି । ନୂତନ ଜୀବନ ସୃଷ୍ଟି କରିବାର ଆଶା ବାନ୍ଧିଛି ବିଜ୍ଞାନ ।
ଏକ ଡବା ଭଳି ଦେଖା ଯାଉଥିବା ବାର୍ଥ ପଡରେ ଶିଶୁ ରହିବ ଏବଂ ବଢିବ ମଧ୍ୟ । ଆପଣ ମାନେ ମଧ୍ୟ ନିଜ ଶିଶୁ ବଢିବାର ଦୃଶ୍ୟକୁ ଦେଖିପାରିବେ । ନିଜ ଇଚ୍ଛା ଅନୁସାରେ ବିଭିନ୍ନ ଗୁଣ ଆପଣ ଭରିପାରିବେ । ଏହି ପ୍ରକ୍ରିୟାକୁ ଇକଟୁ ଲାଇସ କୁହାଜୁଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ଭୁଲିବେନି ।