ବାହୁଡା ଯାତ୍ରା ବେଳେ ପୋଡପିଠା ପୂଜାର ଏକ ସ୍ଵତନ୍ତ୍ର ମହତ୍ଵ ରହିଛି । କିନ୍ତୁ ଗତକାଲି ବାହୁଡା ଯାତ୍ରା ଚାଲିଥିବା ବେଳେ ପୋଡପିଠା ପୂଜାକୁ ନେଇ ଦେଖା ଦେଇଥିଲା ଏକ ଅଭାବନୀୟ ଘଟଣା । ପୋଡପିଠା ପୂଜାକୁ ନେଇ ପୁରୀରେ ଦେଖାଦେଇଛି ବିବାଦ । ବଡଦାଣ୍ଡରେ ହାତାହାତି ହୋଇଛନ୍ତି ଦୁଇ ପୂଜାରୀ । ବାହୁଡା ଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ତିନି ଠାକୁର ପୋଡପିଠା ଖାଇବାର ପରମ୍ପରା ରହିଛି ।

କିନ୍ତୁ ଶନିବାର ଦିନ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୋଡପିଠା ସମର୍ପଣ କରିବା ପୂର୍ବରୁ ଦୁଇ ପୂଜକ ହାତାହାତି ହୋଇଥିଲେ । ଫଳରେ ପୋଡପିଠା ତଳେ ପଡି ଭାଙ୍ଗି ଯାଇଥିଲା । ଯାହାକୁ ନେଇ ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଏକ ଅପ୍ରୀତିକର ପରିସ୍ଥିତି । କାରଣ ଅନେକ ସମୟ ଧରି ଦୁଇ ପୂଜକ ମୁହାଁମୁହିଁ ହୋଇଥିଲେ । ବାହୁଡା ଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ପୋଡପିଠା ପୂଜା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜଣେ ପୂଜକଙ୍କୁ ଅନୁମତି ରହିଛି ।
ଜଣେ ପୂଜକ ପରମ୍ପରାଗତ ଦାବି ଅନୁସାରେ ସବୁବେଳେ ପୋଡପିଠା ପୂଜା କରି ଆସୁଥିଲେ । ଯାହାକୁ ନେଇ ପୁରୀ ଏସଡ଼ିଜେଏମ କୋର୍ଟରରେ ମାମଲା ବିଚାରଧିନ ରହିଛି । ଏହି ବିବାଦ ଦୀର୍ଘ ଦିନ ଧରି ଲାଗି ରହିଥିଲେ ମଧ୍ୟ ଏଯାଏଁ ଏହାର ସମାଧାନ ହୋଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ବିବାଦକୁ ଗୁରୁର ସହ ନେଇନାହିଁ ।

ଯାହାଫଳରେ ବାହୁଡା ଯାତ୍ରା ସମୟରେ ଏହି ବିବାଦ ଉଗ୍ର ରୂପ ନେଇଥିଲା । ପୂଜକ ଜଣକ ନକଲି ପ୍ରମାଣପତ୍ର ଓ ପରିଚୟ ଦେଖାଇ ସେ ମନ୍ଦିରର ସେବା କରିବେ ଏବଂ ପୋଡପିଠା ପୂଜା କରିବା ତାଙ୍କର ଅଧିକାର ବୋଲି ଦାବି କରି ଆସୁଛନ୍ତି । ତେବେ ବଡଦାଣ୍ଡରେ ପୋଡପିଠାକୁ ନେଇ ଏଭଳି ଗଣ୍ଡଗୋଳ ପରିସ୍ଥିତି ଉପୁଜିବା ପରେ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା ।
ଏହାସହିତ ଉଭୟଙ୍କ କୋର୍ଟ କାଗଜପତ୍ର ମଧ୍ୟ ଆଣି ଯାଞ୍ଚ କରିଛି ପୋଲିସ । ତିନି ଠାକୁରଙ୍କ ଭୋଗ ଲାଗି ପାଇଁ ଆସିଥିବା ପୋଡପିଠା ହାଣ୍ଡି ପାରିବାରିକ ବିବାଦ ସକାଶେ ଏଭଳି ଭାଙ୍ଗି ପଡିବା ନିହାତି ଭାବେ ଏକ ନିନ୍ଦନୀୟ ଘଟଣା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।