ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ବର୍ତ୍ତମାନ ଦେଶରେ ୩ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ ସଂକ୍ରମଣର ଶିକାର ହୋଇ ସାରିଲେ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟକୁ ନେଇ ମନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ସହିତ ବୈଠକ କରିଛନ୍ତି । ଏହା ସହିତ ଅଲଗା ଦୁଇ ମାସର ପ୍ରସ୍ତୁତି ସ୍ଥିତି ଉପରେ ମଧ୍ୟ ଚର୍ଚା କରିଛନ୍ତି ।
ଦେଶରେ କରୋନା ଭାଇରସ ବର୍ତ୍ତମାନ ବଢିବାରେ ଲାଗିଛି । ପ୍ରତିଦିନ ପ୍ରାୟ ୧୦,୦୦୦ ନୂଆ କରୋନା ଭାଇରସର ରୋଗ ଚିହ୍ନଟ ହେଉଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ବର୍ତ୍ତମାନ ସଂକ୍ରମଣର ଗତି ଏବଂ ଭବିଷ୍ୟତର ପ୍ରସ୍ତୁତିର ସ୍ଥିତି ଉପରେ ବୈଠକ କରିଥିଲେ । ପିଏମ ମୋଦୀ ସେହି ରାଜ୍ୟ ଏବଂ ଅଞ୍ଚଳର ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଯେଉଁଠାରେ କରୋନା ମାମଲା ଅଧିକ ପରିମାଣରେ ଦେଖାଯାଇଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଭାରତର ପ୍ରତିକ୍ରିୟା ସମୀକ୍ଷା ପାଇଁ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ସେହି ବୈଠକରେ ରାଷ୍ଟ୍ରୀୟ ସ୍ତରର ସ୍ଥିତି ଏବଂ କରୋନା ଭାଇରସ ମହାମାରୀର ପରିପ୍ରେକ୍ଷୀରେ ଭବିଷ୍ୟତର ପ୍ରସ୍ତୁତିର ସମୀକ୍ଷା କରାଯାଇଛି ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦୁଇମାସର ପ୍ରସ୍ତୁତି ପାଇଁ ସମୀକ୍ଷା କରିଛନ୍ତି । ଏହା ସହିତ ପିଏମ ମୋଦୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ମାନଙ୍କୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପରାମର୍ଶରେ ଜରୁରୀକାଳିନ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହା ସହିତ ପିଏମ ମୋଦୀ ମୌସୁମି ଆରମ୍ଭକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରସ୍ତୁତି ନିଶ୍ଚିନ୍ତ କରିବା ପାଇଁ କହିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ କହିଛନ୍ତି କି ଏହି ବୈଠକରେ ଦିଲ୍ଲୀ ସହିତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତିର ସମୀକ୍ଷା କରାଯାଇ ଥିଲା । ଏଥିରେ ଗୃହମନ୍ତ୍ରୀ, ସ୍ଵାସ୍ଥ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦେଶକ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ବ୍ୟକ୍ତି ସାମିଲ ହୋଇଥିଲେ ।
ପାଞ୍ଚଟି ରାଜ୍ୟରେ ଦୁଇ ତୃତିୟାଂଶ ମାମଲା
ଏହି ବୈଠକରେ କୋଭିଡ-୧୯ ମାମଲାକୁ ନେଇ ଉପସ୍ଥାପନା ମଧ୍ୟ ଦିଆଯାଇଥିଲା । ଯେଉଁଥିରେ କୁହାଯାଇ ଥିଲା କି ଦେଶରେ କରୋନା ଦୁଇ ତୃତୀୟାଂଶ ମାମଲା ପାଞ୍ଚଟି ରାଜ୍ୟରେ ଅଛନ୍ତି । ଯେଉଁଠାରେ ବଡ ସହରରେ ଅଧିକ କରୋନା ସଂକ୍ରମଣ ହୋଇଛି । ସେହି ବୈଠକରେ ପିଏମ ମୋଦୀ ଦିଲ୍ଲୀର ବର୍ତ୍ତମାନ ସ୍ଥିତିକୁ ନେଇ ମଧ୍ୟ ଚର୍ଚା କରିଛନ୍ତି । ବୈଠକରେ ଗୃହମନ୍ତ୍ରୀ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ସରକାର ଦିଲ୍ଲୀ ନଗର ନିଗମ ଅଧିକାରୀଙ୍କୁ ଏବଂ ଉପରାଜ୍ୟପାଳଙ୍କ ସହିତ ବୈଠକ ଡକାଇବାକୁ କୁହାଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।