ପିତୃ ଦୋଷ କ’ ଣ ଆପଣ ଜାଣିଛନ୍ତି କି ! ପିତୃଦୋଷ ଥିଲେ କେଉଁ ସମସ୍ଯା ହୁଏ ? ଏହାର ପ୍ରତିକାର ବିଷୟରେ ଜାଣନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ନିଜ ନିଜର ଘରେ ସୁଖ, ଶାନ୍ତିରେ ରହିବାକୁ ଚାହିଁଥାନ୍ତି । ହେଲେ ଘରେ ଯଦି କୌଣସି ପିତୃଦୋଷ ରହିଥାଏ । ତେବେ ସେହି ଘରେ ସବୁବେଳେ କିଛି ନା କିଛି ସମସ୍ଯାମାନ ଲାଗି ରହିଥାଏ । ତେବେ ବନ୍ଧୁଗଣ ଆଜି ଆପଣ ମାନେ ଜାଣିବାକୁ ପାଇବେ । ପିତୃଦୋଷ କ’ ଣ ଓ ପିତୃଦୋଷ ଆପଣଙ୍କ ଘରେ ଅଛି ବୋଲି ଆପଣ କିପରି ଭାବେ ଜାଣିବାକୁ ପାଇବେ । ଯଦି ଆପଣଙ୍କ ଘରର କୌଣସି ବ୍ୟକ୍ତିର ଦେହାନ୍ତ ପରେ ତାଙ୍କର ଆତ୍ମାର ମୋକ୍ଷପ୍ରାପ୍ତି ହୋଇନଥାଏ ।

ଅର୍ଥାତ ସେମାନଙ୍କର ଆତ୍ମା ଏହି ଈହଧାମରେ ହିଁ ରହିଜାଇଥାନ୍ତି । ତେବେ ସେହି ଘର ପରିବାର ଉପରେ ପିତୃଦୋଷର ପ୍ରଭାବ ପଡିଥାଏ । ତେବେ ଆପଣ ଆପଣଙ୍କ ଘରେ ପିତୃଦୋଷ ଲାଗିଛି କି ନାହିଁ । କିପରି ଜାଣିବାକୁ ପାଇବେ ? ଯଦି ଆପଣଙ୍କ ଘରେ ସବୁବେଳେ ଆର୍ଥିକ ସମସ୍ଯା ଲାଗି ରାହୁଥାଏ । ଯେତେ ରୋଜଗାର କରିଲେ ମଧ୍ୟ ଆପଣଙ୍କ ଅଭାବ, ଅନାଟନ ଲାଗିବା ସହ ଧାର, କରଜ ବଢିଥାଏ ।

ଘରର ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ କୌଣସି ନା କୌଣସି କାରଣରୁ କଥାବାର୍ତ୍ତାରେ ମତଭେଦ ଲାଗିରହି ଘରର ଶାନ୍ତି ଖଣ୍ଡନ ହେଉଥାଏ । ଘରର ମାଙ୍ଗଳିକ କାର୍ଯ୍ୟରେ ବାଧା ବାରମ୍ବାର ଆସୁଥିବ । ଅର୍ଥାତ ଘରେ ବିବାହ ଯୋଗ୍ୟ ପୁଅ କିମ୍ବା ଝିଅ ଥାଇ ସୁଦ୍ଧା ସେମାନଙ୍କର ବିବାହ ହେଇପାରୁନଥିବ । ବିବାହ ପରେ ଦାମ୍ପତ୍ୟ ଜୀବନ ସୁଖମୟ ରହୁନଥିବ । ଏହା ବ୍ଯତୀତ ଦମ୍ପତ୍ତି ବାହା ହେବାର ବହୁ ବର୍ଷ ପର୍ଯ୍ୟନ୍ତ ସନ୍ତାନ ସୁଖ ପାଇପାରୁ ନଥିବେ ।

ଘରେ ସବୁବେଳେ କାହାର ନା କାହାର ସ୍ଵାସ୍ଥଜନିତ ସମସ୍ଯା ଲାଗିରହୁଥିବ । ଏହା ବ୍ଯତୀତ ଯଦି ଆପଣଙ୍କ ଘରର ଛାତ ଉପରେ କିମ୍ବା ଘରର କାନ୍ଥରେ ଓସ୍ତ ଗଛ ଉଠିଥିବ । ତେବେ ଉପରୋକ୍ତ ଏହି ସମସ୍ତ କାରଣମାନ ଯଦି ଆପଣଙ୍କ ଘରେ ମଧ୍ୟ ଦେଖିବାକୁ ପାଉଥିବେ । ତେବେ ଘରେ ପିତୃଦୋଷ ରହୁଛି ବୋଲି ଜାଣିବାକୁ ପାଇବେ । ତେବେ ଘରେ ପିତୃଦୋଷ ରହୁଥିଲେ ତାହାର ପ୍ରତିକାର ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ତେବେ ପିତୃପକ୍ଷରେ ଅର୍ଥାତ ଆଶ୍ଵିନ ମାସର ପୂର୍ଣ୍ଣିମା ପର ଦିନ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଥିବା ୧୫ ଦିନ ଯାହାକୁ ଆମେ ପିତୃପକ୍ଷ କହିଥାଉ । ସେହି ପିତୃପକ୍ଷରେ ଅଟାରେ ଏକ ଦୀପ ପ୍ରସ୍ତୁତ କରି ସେଥିରେ ଶୁଦ୍ଧ ଗାଈ ଘିଅ ଦେଇ ସେଥିରେ କପାର ବଳୀତା ରଖନ୍ତୁ । ଏହାପରେ କୌଣସି ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ସେଠାରେ ଉକ୍ତ ଅଟାର ଦୀପଟିକୁ ଜାଳନ୍ତୁ ।

ତେବେ ସେଠାରେ ପ୍ରଭୁଙ୍କ ସମ୍ମୁଖରେ ଅଟାର ଦୀପକୁ ଜାଳିବା ସହ ଆପଣଙ୍କ ଘରେ ରହିଥିବା ପିତୃଦୋଷ କଟିଯିବାକୁ ଭଗବାନଙ୍କୁ ପ୍ରାଥନା କରନ୍ତୁ । ତେବେ ପିତୃପକ୍ଷର ଏହି ୧୫ ଦିନ ଆପଣଙ୍କୁ ଲଗାତର ଅଟାର ଦୀପ ପ୍ରସ୍ତୁତ କରି ପ୍ରଭୁ ଶିବଙ୍କ ମନ୍ଦିରରେ ଜାଳିବା ଦ୍ଵାରା ଆପଣଙ୍କ ଘରେ ଥିବା ପିତୃଦୋଷ ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ